Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫୁଡ଼୍ ଲାଇସେନସ୍ ପ୍ରଦାନ ନାମରେ ଅର୍ଥ ଆଦାୟ: ଠକେଇର ଶିକାର ବହୁ ଦୋକାନୀ
ଅପରାଧ

ଫୁଡ଼୍ ଲାଇସେନସ୍ ପ୍ରଦାନ ନାମରେ ଅର୍ଥ ଆଦାୟ: ଠକେଇର ଶିକାର ବହୁ ଦୋକାନୀ

January 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଚିଟଫଣ୍ଡ, ଟଙ୍କା ନେଇ ଚାକିରୀ କରାଇଦେବା, ଡାକଯୋଗେ ଉପହାର ବିତରଣ କରିବା, ଟେଲିଫୋନ ମାଧ୍ୟମରେ ବ୍ୟାଙ୍କରୁ ଟଙ୍କା ଲୁଟିବା, ଇଣ୍ଟରନେଟ ମାଧ୍ୟମରେ ଠକିବା, ଚେନ୍ ମାର୍କେଟିଙ୍ଗ ଦ୍ୱାରା ଠକିବା ଭଳି ଆହୁରି ଅଜସ୍ର ଉପାୟରେ ଲୋକଙ୍କୁ ଠକାମିର ଶିକାର କରୁଥିବା କେଳେଙ୍କାରୀ ବ୍ୟକ୍ତି, ସଂସ୍ଥାଙ୍କ ଅଭାବ ନାହିଁ ଆମ ଦେଶରେ।

ଅନୁରୂପ ଏଭଳି ଏକ ଘଟଣା ଘଟିଛି ଖାଦ୍ୟ ପଦାର୍ଥ ବିକ୍ରି ଦୋକାନୀ ଉପରେ। ବିଭିନ୍ନ ଖାଦ୍ୟ ପଦାର୍ଥ, ଫଳମୂଳ ଆଦି ବିକ୍ରି କରୁଥିବା ରାସ୍ତାଘାଟର ଉଠା ଦୋକାନୀ ତଥା ସ୍ଥାୟୀ ଦୋକାନୀ ମାନଙ୍କୁ ଫୁଡ ଲାଇସେନ୍ସ ଯେ।ଗାଇଦେବା କହି ଜଣକ ପିଛା ୯୮୦/- ଲେଖାଏଁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଚାଲିଥିବା ଭୁବନେଶ୍ୱରର ଲୋବେଲାଇଟ ଇନଫୋଟେକ ପ୍ରାଇଭେଟ ଲିମିଟେଡ଼ କଣ ଏବଂ ଏହି ସଂସ୍ଥା ଫୁଡ ଲାଇସେନ୍ସ ଦେବା ପାଇଁ ସରକାରୀ ସ୍ୱୀକୃତି ପାଇଛିକି ନାହିଁ ତାହାର କୌଣସି ଖବର ନଥାଇ ଲୋକଙ୍କ ଠାରୁ ଏହିଭଳି ମିଛ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା ଖବର ମିଳିଛି।

ବ୍ରହ୍ମପୁର ସିଟି ହସ୍ପିଟାଲ ଛକ ସ୍ଥିତ ଗୋଟିଏ ଚା’ ଦୋକାନୀ ପ୍ରଦୀପ ପଟ୍ଟନାୟକଙ୍କ ଠାରୁ ପ୍ରାୟ ୩/୪ ଜଣ ଅଜଣା ଯୁବକ ଆସି ତାଙ୍କୁ ଫୁଡ ଲାଇସେନ୍ସ ଯୋଗାଇଦେବାକୁ କହି ୯୮୦ ଟଙ୍କାର ରସିଦ ସହ ପ୍ରମାଣ ପତ୍ର ଦେଇ କହିଥିଲେ ଯେ, ଏହାର ନକଲ ଦୋକାନ ସମ୍ମୁଖରେ ଝୁଲାଇଦେଲେ କୌଣସି ସରକାରୀ ଚଢ଼ାଉ କିମ୍ବା କଟକଣା ରହିବ ନାହିଁ। ନତୁବା ବର୍ତ୍ତମାନ ଚାଲିଥିବା ଜୋରଦାର ଧରପଗଡ଼ ଚଢ଼ାଉ ହେଲେ ତାଙ୍କ ନାମରେ ମାମଲା ରୁଜୁ ହେବାର ଆଶଙ୍କା ଯଥେଷ୍ଟ ଅଧିକ ରହିଛି। ଏହା କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ହେତୁ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ସରକାରୀ ସଂସ୍ଥା ମାନଙ୍କ ଠାରୁ ଏହି ପ୍ରମାଣପତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଥିବା ସମ୍ପୃକ୍ତ ଯୁବକ କହିଥିଲେ ବୋଲି କହିଛନ୍ତିି ଶ୍ରୀ ପଟ୍ଟନାୟକ।

କେବଳ ସେ ଏକା ନୁହନ୍ତି ବରଂ ସେହି ଆଖପାଖ ଅନେକ ଦୋକାନରୁ ଟଙ୍କା ନେଇ ଏହିଭଳି ମିଛ ଟ୍ରେନିଂ ପ୍ରମାଣ ପତ୍ର ଦେଇ ଟଙ୍କା ଲୁଟିଥିବା କହିଛନ୍ତିି ସେ। ସେହି ଅଜଣା ଯୁବକ ମାନଙ୍କୁ ଟଙ୍କା ଦେବା ପରେ ୯୮୦ ଟଙ୍କାର ରସିଦ ସେ ପାଇଥିଲେ। ତା’ପରେ କୌଣସି ସ୍ଥାନରୁ ଫୋନ କଲ ଆସିବା ପରେ ତାଙ୍କ ଅନୁପସ୍ଥିତି ହେତୁ ତାଙ୍କ ପୁଅ ଫୋନ ଉଠାଇ ବାପାଙ୍କ ଅନୁପସ୍ଥିତି କହିବା ପରେ ଆଉ କୌଣସି ଖବର ନଥାଇ ତାଙ୍କୁ ଏହି ପ୍ରମାଣପତ୍ର ମିଳିଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ। ଏହା ଗୋଟିଏ ତାଲିମ ପ୍ରମାଣପତ୍ର ଭାବେ ପ୍ରଦର୍ଶିତ ଥିବାବେଳେ ସେ କୌଣସି ତାଲିମ ନେବାପାଇଁ କୌଣସି ସ୍ଥାନକୁ ଯାଇନଥିବା ପ୍ରକାଶ କରିଛନ୍ତି। ତାଙ୍କର ଅଜ୍ଞାନତାର ସୁଯୋଗ ନେଇ ଦୋକାନ ଉପରେ ଚଢ଼ାଉ ହେବାର ଆଶଙ୍କାକୁ ଦୃଢ଼ କଣ୍ଠରେ ପ୍ରକାଶ କରିବା ପରେ ଭୟଭୀତ ହୋଇ ଟଙ୍କା ଦେଇଥିବା ପ୍ରକାଶ କରିଛନ୍ତି ଶ୍ରୀ ପଟ୍ଟନାୟକ।

ହେଲେ ବାସ୍ତବିକ ଏହି ସଂସ୍ଥା କଣ, ଏବଂ ଫୁଡ ଲାଇସେନ୍ସ ଦେବା ପାଇଁ ଏମାନେ କେନ୍ଦ୍ର ସରକାରଙ୍କ ଠାରୁ ସ୍ୱୀକୃତି ପାଇଛନ୍ତି କି ନାହିଁ ସରକାର ତାହାର ବିବରଣୀ ଦେବା ସହିତ ଜନସଚେତନତା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ତୁରନ୍ତ ଏହିଭଳି ସଂସ୍ଥାକୁ ରଦ୍ଧ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି ଅଞ୍ଚଳବାସୀ। ଏହାର ତୁରନ୍ତ ସମାଧାନ ନହେଲେ ଆଗାମୀ ସମୟରେ ରାଜ୍ୟବ୍ୟାପୀ ଏହି କେଳେଙ୍କାରୀ ପ୍ରସାରିତ ହୋଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି ମତବ୍ୟକ୍ତ କରନ୍ତି ବୁଦ୍ଧିଜୀବୀ। ତେଣୁ ଏ ଦିଗରେ ସରକାର ତୁରନ୍ତ ପଦକ୍ଷପ ନେବା ପାଇଁ ଅନୁରୋଧ କରାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କଲା ପ୍ରାର୍ଥୀଙ୍କ ନାମ, ସେପଟେ ଦିଲ୍ଲୀପ ରାୟ କଲେ ଘୋଷଣା

March 3, 2026
Latest News

ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 3, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 3, 2026

ଓଡ଼ିଶାରେ ୫୪ ପ୍ରତିଶତରୁ ଅଧିକ ରାଜସ୍ବ ବଜାର ଅଂଶ ସହିତ ଜିଓର ଦବଦବା ଜାରି: ଟ୍ରାଇ ରିପୋର୍ଟ

March 3, 2026

ପ୍ରଥମ କ୍ରିକେଟ୍ ଦଳ ଭାବେ ଏହି ସମ୍ମାନଜନକ ପୁରସ୍କାର ପାଇଁ ମନୋନୀତ ହେଲା ଟିମ୍ ଇଣ୍ଡିଆ

March 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.