
ଭୁବନେଶ୍ୱର, କଟକ ସହର ଲାଲବାଗ ଥାନା ଅନ୍ତର୍ଗତ ମାନସିଂହା ପାଟଣା ଅଂଚଳରେ ଜଣେ କଲେଜ ଛାତ୍ରୀଙ୍କୁ ନିଶା ଇନଜେକ୍ସନ ଦେଇ ହାତ ଗୋଡ ବାନ୍ଧି ମାଡ ମାରିବା ସହ ନିଆଁ ଲଗାଇ ଜିଅନ୍ତା ଜାଳିଦେବା ଭଳି ଜଘନ୍ୟ କାଣ୍ଡ ଘଟିଛି। ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ଦାବୀ କରି କଟକ ଡିସିପିଙ୍କୁ ଭେଟିଛି ବିଜେପି ମହିଳା ମୋର୍ଚ୍ଚା।
ଏ ଘଟଣାକୁ ଗୁରୁତର ସହ ନେଇ ସମସ୍ତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ସହ କଟକର ଛାତ୍ରୀ ଏବଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଥିଲା ଏହି ଦଳ। ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରତିନିଧୀ ଦଳ କଟକ ଡିସିପିଙ୍କୁ ଏକ ଦାବୀ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।