
ନୂଆଦିଲ୍ଲୀ: ବଟଲା ହାଉସ ଏନକାଉଣ୍ଟର ମାମଲାରେ ଆରିଜ ଖାନଙ୍କ ଦଣ୍ଡାଦେଶକୁ ଶାକେତ କୋର୍ଟ ସୁରକ୍ଷିତ ରଖିଛନ୍ତି। କୋର୍ଟ ଆଜି ଅପରାହ୍ନ ୪ ଟାରେ ରାୟ ଶୁଣାଇବେ।
ଆଜି ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଛନ୍ତି କି, ଦୋଷୀ ବିପଦଜ୍ଜନକ ଅସ୍ତ୍ର ରଖିଥିଲେ ଏବଂ ସେହି ଅସ୍ତ୍ରରେ ସେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଗୁଳି ଚଳାଇଥିଲେ, ଯେଉଁଥିରେ ପୋଲିସ ଅଧିକାରୀ ମୋହନ ଚାନ୍ଦ ଶର୍ମା ଶହୀଦ ହୋଇଥିଲେ।
ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ପାଇଁ ସରକାରୀ ଓକିଲ ଦାବି କରିଛନ୍ତି। ଏହି ଦୋଷୀ ଜଣଙ୍କ କେବଳ ଦିଲ୍ଲୀରେ ନୁହେଁ, ଅହମ୍ମଦାବାଦ ଏବଂ ଉତ୍ତର ପ୍ରଦେଶ ବିସ୍ଫୋରଣରେ ମଧ୍ୟ ସାମିଲ ରହି ନିରୀହ ଜୀବନଙ୍କୁ ମୃତ୍ୟୁ ମୁହଁରେ ପହଞ୍ଚାଇଛନ୍ତି ବୋଲି ସେ ଯୁକ୍ତି ବାଢିଥିଲେ।