Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା, ମୁଠାଗୁଡ଼ା ପଞ୍ଚାୟତରେ ଭୟର ବାତାବରଣ
ଅପରାଧ

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା, ମୁଠାଗୁଡ଼ା ପଞ୍ଚାୟତରେ ଭୟର ବାତାବରଣ

June 16, 2021No Comments3 Mins Read
Share Facebook Twitter LinkedIn Email WhatsApp Copy Link

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କିଛିଦିନ ବ୍ୟବଧାନରେ ପୁଣି ଗୁଣିଗାରେଡିକୁ ନେଇ ଗଡିଛି ବାପ ଓ ପୁଅର ୨ଟି ମୁଣ୍ଡ। ଏହି ବ୍ଳକର ଦୁର୍ଗମ ଅଞ୍ଚଳରେ ଲୋକେ ସ୍ୱାସ୍ଥ୍ୟ ଖରାପ ହେଲେ ସାଧାରଣତଃ ଚେରମୂଳି ଔଷଧ ଉପରେ ନିର୍ଭର କରନ୍ତି। ସ୍ଵାସ୍ଥ୍ୟକର୍ମଚାରୀଙ୍କ ଉପରେ ଲୋକେ ବିଶ୍ୱାସ କରୁଥିବା ବେଳେ ମାସରେ ଥରେ ଅଧେ ସ୍ୱାସ୍ଥ୍ୟକର୍ମୀମାନେ ବ୍ଳକର ଦୁର୍ଗମ ଅଞ୍ଚଳକୁ ଯାଇଥାନ୍ତି। ବାକି ସମୟ ଉପରିସ୍ଥ କର୍ମଚାରୀଙ୍କୁ ହାତବାରିଶି କରି ଘରେ ବସି ଦରମା ହାତେଇଥାନ୍ତି। ଏହି ବ୍ଳକର ଏହା ନିତିଦିନିଆ ଘଟଣା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ମୁଠାଗୁଡ଼ା ଗ୍ରାମରେ ଗୁଣିଗାରେଡିକୁ ନେଇ ବାପପୁଅଙ୍କୁ ଅତି ନୃଶଂଶ ଭାବେ ହତ୍ୟା କରାଯାଇଛି। ଯାହାକି ଅଞ୍ଚଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମୁଠାଗୁଡ଼ା ଗ୍ରାମର ଲୋକ ଦଳବେହେରା (୫୭) ଓ ପୁଅ ଅନୁକ ଦଳବେହେରା (୨୨) ଙ୍କୁ ଗଳାକାଟି ହତ୍ୟା କରିଥିବା ନେଇ ଅଡବା ଥାନାରେ ଅଭିଯୋଗ କରିଛନ୍ତି ଗୁଲୁ ବା ସରପଞ୍ଚ ଲାଜାର ମାଝୀ।

ଘଟଣାରୁ ପ୍ରକାଶ ଏକ ମାସ ତଳେ ଉକ୍ତ ଗ୍ରାମର ଅର୍ଥାତ ଲୋକ ଦଳବେହେରାଙ୍କ ଘର ପଛ ପଟ ସାହିର ସୁକାନ୍ତ ଗମାଙ୍ଗଙ୍କ ପୁତ୍ର କୌଣସି କାରଣରୁ ମୃତ୍ୟୁବରଣ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମର କିଛି ଲୋକ ଲୋକ ଉପରେ ସନ୍ଦେହ ଜାତ କରିଥିଲେ। କାରଣ ଲୋକ ସାପ କାମୁଡ଼ା, ଝାଡ଼ା, ପେଟ ବ୍ୟଥା ଓ ଡର ଚମକକୁ କିଛି ପାହାଡ଼ିଆ ଚେରମୂଳି ଦେଇ ଭଲ କରୁଥିଲେ। ଏହାକୁ ଦେଖି ଲୋକେ ଅସହ୍ୟ ହୋଇ ତାଙ୍କ ଉପରେ ଗୁଣିଗାରେଡି ର ସନ୍ଦେହ ଆରମ୍ଭ କରିଥିଲେ। ଯାହାକୁ ନେଇ ଶନିବାର ଦିନ ସନ୍ଧ୍ୟା ସମୟରେ ଗ୍ରାମର ଶେଷଭାଗରେ ଥିବା ଏକ ଘରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରଚାଯାଇଥିଲା ଲୋକକୁ ହତ୍ୟା କରିବାର ଷଡଜନ୍ତ୍ର। ଲୋକ ଘରେ ସୁସ୍ଵାଦୁ ଖାଦ୍ୟ ରୋଷାଇ ହୋଇଥିଲା।ଏକାଠି ବସି ପରିବାର ଲୋକେ ଖାଇବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଜଣେ ବ୍ୟକ୍ତି ବାରମ୍ଵାର ଲୋକଙ୍କ ଘରକୁ ଆସି ଅନୁକକୁ ଡାକିଥିଲେ। ଏହାକୁ ଦେଖି ବଡ ଭଉଣୀ ଲୁଦିଆ ଗମାଙ୍ଗ (୩୦) ଭାଇକୁ ବାହାରକୁ ଯିବାକୁ ମନା କରିଥିଲେ। କାରଣ ବାପ ଓ ପୁଅକୁ ମାରିବା ପାଇଁ ଆଗରୁ ଚାଲିଥିଲା ଷଡ଼ଯନ୍ତ୍ର କିନ୍ତୁ ଭଉଣୀର କଥାକୁ ଅମାନ୍ୟ କରି ଭାଇ ରାତ୍ର ପ୍ରାୟ ୮ ଟାରେ ଡାକି ଆସିଥିବା ଜଣେ ଅଜଣା ମିସ୍ତ୍ରୀଙ୍କ ସହ ଗ୍ରାମ ଠାରୁ ୫୦୦ ମିଟର ଦୂର ବେଡେଗା ମେରାଙ୍ଗ କୁଡିଆ ପାଖକୁ ଡାକି ନେଇଥିଲେ। ପୁଅ ଫେରିବାର ବହୁ ବିଳମ୍ଵ ହେବାରୁ ବାପା ଲୋକ ପୁଅକୁ ଖୋଜିବା ପାଇଁ ବାହାରିଥିଲେ। କିନ୍ତୁ ଉଭୟେ ଫେରିବାର ବିଳମ୍ବ ହେବାରୁ ଘର ଲୋକେ ଅସ୍ତବ୍ୟସ୍ତ ହେଉଥିବାବେଳେ ରକ୍ତାକ୍ତ ଅବସ୍ଥାରେ ପ୍ରାଣ ବିକଳରେ ଅନୁକ ଘରେ ପହଞ୍ଚିଥିଲେ।

ପରିବାର ଲୋକେ ଅନୁକର ଏଭଳି ଅବସ୍ଥା ଦେଖି ଘଟଣାର ରହସ୍ୟ ପଚାରିବା ସମୟରେ ସେ କିଛି ନକହି ଘରେ ଟଳିପଡିଥିଲେ। ଘର ଲୋକେ ଭୟରେ ମ୍ରିୟମାଣ ହୋଇ ସରପଞ୍ଚଙ୍କ ସହ ଯୋଗାଯୋଗ କରି ଖୋଜାଖୋଜି କରିବାପରେ ଗ୍ରାମଠାରୁ ୫୦୦ ମିଟର ଦୂର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଠାରୁ ୧୦୦ ମିଟର ଦୂର ଚାଷଜମିରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା ଲୋକ ଦଳବେହେରାଙ୍କ ମୃତଦେହ। ବାପ ପୁଅ ଦୁଇ ଜଣଙ୍କର ମୃତଦେହ ସ୍ଥାନୀୟ ସରପଞ୍ଚ ଶ୍ରୀମାଝୀ ଦେଖିବା ପରେ ରବିବାର ସକାଳୁ ଅଡବା ଆସି ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଥିଲେ।

ଏହାପରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଅଭିଯୋଗକୁ ଭିତ୍ତିକରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଥିଲେ। ତାଙ୍କରି ନିର୍ଦ୍ଦେଶ ଅନୁସାରେ ରା.ଉଦୟଗିରି ଏସଡିପିଓଙ୍କ ତତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ତାଙ୍କ ଟିମ୍ ଅଡବାରେ ପହଞ୍ଚି ଏକ ସମୟରେ ଉଭୟ ଥାନାର କର୍ମଚାରୀ ମିଳିତଭାବେ ମୁଠାଗୁଡା ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ଏବଂ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଛତ୍ରପୁର ସାଇଣ୍ଟିଫିକ୍ ଟିମକୁ ଖବର ଦେଇଥିଲେ।

ଟିମ ପହଞ୍ଚିବା ପୂର୍ବରୁ ପୁଲିସ ଘଟଣାର ଛାନ୍ ଭିନ୍‌ କରି ଘଟଣାରେ ସଂପୃକ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚାର କରାଯାଉଥିବା ଜଣା ପଡିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଯଥାଶୀଘ୍ର ଗିରଫ କରାଯିବ ବୋଲି ଏସ.ପି. ତପନ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ଅତିରିକ୍ତ ଏସ.ପି. ବାମଦେଵ ସିଂ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଫେରିଥିବାବେଳେ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି।

ମୃତ ଲୋକଙ୍କ ବଡ ଝିଅ ଲୁଦିଆ ଗମାଙ୍ଗଙ୍କ କହିବା ପ୍ରକାରେ ବାପା ଗ୍ରାମରେ କୌଣସି ଲୋକଙ୍କ ଦେହ ଖରାପ ହେଲେ ଚେରମୂଳି ଔଷଧ ଦେଇ ଭଲ କରନ୍ତି। ଏପରିକି ଆମ ପରିବାରର ଚାଲିଚଳନକୁ ଗ୍ରାମର କିଛି ଲୋକ ସହ୍ୟ କରି ନ ପାରି ଗୁଣିଗାରେଡି ସନ୍ଦେହରେ ମୋ ବାପା ଓ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏଣୁ ଏଥିରେ ସଂପୃକ୍ତ ଥିବା ଦୋଷୀ ମାନଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସେ ପ୍ରଶାସନକୁ ନିବେଦନ କରିଛନ୍ତି।

ସୂଚନା ଥାଉ କି ୨୦୧୬ରେ ଅଡବା ଥାନା ଅନ୍ତର୍ଗତ ଗୁଲୁବା ଗ୍ରାମରେ ଗୁଣିଗାରେଡିକୁ ନେଇ ଖଟ ବିଦ୍ୟା ଚାଲିଥିବା ବେଳେ ପୁଲିସ ପହଞ୍ଚିଥିଲା ଘଟଣା ସ୍ଥଳରେ ସେହିପରି ମୋହନା ଥାନା ଅନ୍ତର୍ଗତ ଭାଲିଆସାହିରେ ଗୁଣିକୁ ନେଇ ୧୨/୧୧/୨୦୧୯ରେ ମୁଣ୍ଡବିହୀନ ଶବ ଉଦ୍ଧାର କରିଥିଲା ପୁଲିସ। ଗୋପଟିମା ଗ୍ରାମରେ ଗୁଣିକୁ ନେଇ ୧୭/୦୩/୨୦୨୦ ରେ ଦମ୍ପତିଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଏପରିକି ଗୁଣିଗାରେଡିକୁ ନେଇ ବହୁ ପରିବାର ଲୋକେ ଗ୍ରାମରୁ ନିଆଁ ପାଣି ହୋଇ ଅନ୍ୟ ଗ୍ରାମରେ ବହୁ ପରିବାର ବସବାସ କରୁଛନ୍ତି। କାରଣ ଦୁର୍ଗମ ଅଞ୍ଚଳରେ ସଚେତନତାର ଅଭାବ।

ଗୁଣିଗାରେଡି ବାପପୁଅଙ୍କୁ ହତ୍ୟା ଭୟର ବାତାବରଣ ମୁଠାଗୁଡ଼ା
Share. Facebook Twitter LinkedIn Email WhatsApp Copy Link

Related Posts

୧୦,୦୦୦ ଟଙ୍କାରେ ଆପଣ କିଣିପାରିବେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 24, 2025

ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ, ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କଲା ECB

July 24, 2025

ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡ଼ିବେ ରିଷଭ ପନ୍ତ?, ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ

July 24, 2025

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ: ଚେସ୍ ରେ ରଚିଲେ ଇତିହାସ

July 24, 2025
Latest News

୧୦,୦୦୦ ଟଙ୍କାରେ ଆପଣ କିଣିପାରିବେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 24, 2025

ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ, ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କଲା ECB

July 24, 2025

ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡ଼ିବେ ରିଷଭ ପନ୍ତ?, ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ

July 24, 2025

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

July 24, 2025

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ: ଚେସ୍ ରେ ରଚିଲେ ଇତିହାସ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.