
ଭୁବନେଶ୍ବର: ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଠାର ହାଇଦରର ମୃତ୍ୟୁ ହୋଇଛି। ଚୌଦ୍ଵାର ଜେଲରୁ ବାରିପଦା ଜେଲ ଯାଉଥିବା ବେଳେ ପୋଲିସ ସହ ହାଇଦର ଧସ୍ତାଧସ୍ତି କରିଥିଲା। ଏନେଇ ହାଇଦରକୁ ୱାର୍ଣ୍ଣିଂ ଦେଇଥିଲା। ହେଲେ ସେ ପୋଲିସ ବନ୍ଧୁକ ଛଡାଇବା ପାଇଁ ପ୍ରୟାସ କରିଥିଲା। ପରବର୍ତ୍ତୀ ସମୟରେ ସେ ଖସି ଚାଲିଯିବାକୁ ଉଦ୍ୟମ କରିଥିଲା। ଫଳରେ ପୋଲିସ ତାକୁ ସିମୁଳିଆ ନିକଟରେ ଏନକାଉଣ୍ଟର କରିଥିଲା।
ଏନକାଉଣ୍ଟରରେ ତା ଦେହରେ ୩ ଟି ଗୁଳି ବାଜିଥିବା ବେଳେ ତାକୁ ବାଲେଶ୍ଵର ହସ୍ପିଟାଲରେ ପୋଲିସ ଭର୍ତ୍ତି କରିଥିଲା। ଏନେଇ ଡିସିପି ସୂଚନା ଦେଇଛନ୍ତି। ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ଦେହର ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ରହିଛି। ବ୍ୟବଚ୍ଛେଦ ପରେ ହାଇଦରର ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।