Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି
ଅପରାଧ

ଜମ୍ମୁ କାଶ୍ମୀର: ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କବାଦୀ, ସର୍ଚ୍ଚ ଅପରେସନ ଜାରି

August 21, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅବନ୍ତିପୋରା ଠାରେ ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କୁ ହତ୍ୟା କରିବା ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ଆତଙ୍କବାଦୀଙ୍କ ଲୁଚିବା ବିଷୟରେ ସୁରକ୍ଷା ବାହିନୀ ସୂଚନା ପାଇବା ମାତ୍ରେ ତୁରନ୍ତ ଏହି ଅଞ୍ଚଳକୁ କର୍ଡନ କରାଯାଇଥିଲା। ପରେ ଆତଙ୍କବାଦୀଙ୍କୁ ସୁରକ୍ଷାବାହିନୀ ଆତ୍ମସମର୍ପଣ କରିବାକୁ ନିବେଦନ କରିଥିଲେ ମଧ୍ୟ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷା ବାହିନୀ ତୁରନ୍ତ ସାମ୍ନାକୁ ଆସି ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜବାବ ଦେବା ଆରମ୍ଭ କରିଥିଲେ। ଫଳରେ ତିନି ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

ଏହି ଏନକାଉଣ୍ଟରରେ ନିହତ ହୋଇଥିବା ତିନି ଆତଙ୍କବାଦୀ ଜୈଶର କମାଣ୍ଡର ବୋଲି କୁହାଯାଉଛି। ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ଚିହ୍ନଟ କରାଯାଇ ନାହିଁ। ଏହି ଘଟଣା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏହାପୂର୍ବରୁ ଶୁକ୍ରବାର ରାତିରେ ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ଶିକ୍ଷା ବିଭାଗର କର୍ମଚାରୀଙ୍କ ଘରେ ପଶି ତାଙ୍କୁ ହତ୍ୟା କରିଥିଲେ। ଏହି ଦୁଃଖଦ ଘଟଣାଟି ତ୍ରାଲ ଅଞ୍ଚଳରେ ହୋଇଥିଲା। ଆତଙ୍କବାଦୀମାନେ ରାତି ପ୍ରାୟ ସାଢେ ୯ ଟା ବେଳେ ଲୁରଗାମର ୩୫ ବର୍ଷିୟ ଜାଭେଦ୍ ଅହମ୍ମଦଙ୍କ ଘରେ ଗୁଳି କରି ଫେରାର ହୋଇଯାଇଥିଲେ।

ସେହିଦିନ ଜମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ହୋଇଥିବା ଏନକାଉଣ୍ଟରରେ ଦୁଇ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ନିହତ ହୋଇଥିଲେ। ନିହତ ଦୁଇ ଆତଙ୍କବାଦୀଙ୍କ ଉପରେ ସାଧାରଣ ନାଗରିକଙ୍କୁ ହତ୍ୟାରେ ସମ୍ପୃକ୍ତ ଅଭିଯୋଗ ହୋଇଥିଲେ।

ଅବନ୍ତିପୋରା ଜମ୍ମୁ କାଶ୍ମୀର ସର୍ଚ୍ଚ ଅପରେସନ ସୁରକ୍ଷା ବାହିନୀ
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026
Latest News

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

May 4, 2026

ଗଣତିର ଗୋଟିଏ ଘଣ୍ଟା ସରିଲା, ଟ୍ରେଣ୍ଡରେ ବିଜେପି ୬୭ଟି ଆସନରେ ଆଗୁଆ ଥିବା ଦେଖାଯାଉଛି

May 4, 2026

ପଶ୍ଚିମବଙ୍ଗରେ କାହାର ସରକାର?: ପ୍ରାରମ୍ଭିକ ଗଣତିରେ ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର

May 4, 2026

ବିଧାନସଭା ନିର୍ବାଚନ: ଆରମ୍ଭ ହେଲା ମତଗଣନା

May 4, 2026

ହର୍ମୁଜ ଦେଇ ଭାରତ ଆସୁଛି ରନ୍ଧନ ଗ୍ୟାସ: ମେ’ ୧୩ରେ ପହଞ୍ଚିବ ୪୬ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.