Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଉରୀରୁ ଗିରଫ ହୋଇଥିବା ଆତଙ୍କବାଦୀର ସ୍ଵୀକାରୋକ୍ତି, ତାଲିମ ଦେଇଥିଲା ପାକ୍ ସେନା
ଅପରାଧ

ଉରୀରୁ ଗିରଫ ହୋଇଥିବା ଆତଙ୍କବାଦୀର ସ୍ଵୀକାରୋକ୍ତି, ତାଲିମ ଦେଇଥିଲା ପାକ୍ ସେନା

September 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ଉରୀ ସେକ୍ଟରରୁ ଗିରଫ ହୋଇଥିବା ଆତଙ୍କବାଦୀ ବାବର କ୍ୟାମେରା ଆଗରେ ପାକିସ୍ତାନର ମୁଖା ଖୋଲି ଦେଇଛନ୍ତି। ତାଙ୍କ ସ୍ୱୀକାରୋକ୍ତିରେ ବାବର କହିଛନ୍ତି ଯେ, ତାଙ୍କୁ ଉରୀ ଭଳି ଆକ୍ରମଣ ପାଇଁ ପଠାଯାଇଥିଲା ଏବଂ ପାକିସ୍ତାନୀ ସେନା ଦ୍ୱାରା ତାଲିମ ଦିଆଯାଇଥିଲା। ୯ ଜଣ ଆତଙ୍କବାଦୀ ପାକିସ୍ତାନରେ ୩ ସପ୍ତାହ ପାଇଁ ତାଲିମ ନେଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଶ୍କର-ଇ-ତୋଇବା ସହିତ ଯୋଡି ହେବା ପାଇଁ ଆଇଏସଆଇ ୨୦ ହଜାର ଟଙ୍କା ଦେଇଥିଲା। କାରଖାନାରେ କାମ କରୁଥିବାବେଳେ ଆଇଏସଆଇ ଏବଂ ଲଶ୍କର ଆତଙ୍କବାଦୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଅନାଥ ଓ ଗରିବ ପିଲାଙ୍କୁ ଲଶ୍କର ଜିହାଦ ପାଇଁ ପ୍ରସ୍ତୁତ କରୁଛି। କାଶ୍ମୀରବାସୀଙ୍କ ଉପରେ ଅନ୍ୟାୟ ହେଉଛି ବୋଲି ତାଙ୍କୁ କୁହାଯାଇଥିଲା।

ଗିରଫ ଆତଙ୍କବାଦୀ କହିଛନ୍ତି ଯେ, ମୁଁ ପାକିସ୍ତାନୀ ସେନା ଏବଂ ଆଇଏସଆଇକୁ ଅନୁରୋଧ କରୁଛି କି, ସେମାନେ ମୋତେ ଫେରାଇ ନିଅନ୍ତୁ। ଭାରତୀୟ ସେନା ମୋତେ ଭଲ ବ୍ୟବହାର କରିଛନ୍ତି। ମୋ ବିରୁଦ୍ଧରେ କୌଣସି ଅପରାଧ କରାଯାଇ ନାହିଁ।

ମେଜର ଜେନେରାଲ ବିରେନ୍ଦ୍ର କହିଛନ୍ତି ଯେ, ଆଜି ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀଙ୍କ ନାମ ଅଲି ବାବର। ତାଙ୍କର ବୟସ ମାତ୍ର ୧୯ ବର୍ଷ। ଅଲି ବାବର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ସଦସ୍ୟ। ଯିଏ ପାକିସ୍ତାନରେ ପ୍ରାୟ ତିନିମାସ ଆତଙ୍କବାଦୀ ତାଲିମ ନେଇଛନ୍ତି। ୨୦୧୬ ମସିହାରେ ଉରି ପରି ଏକ ବଡ଼ ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କ ଯୋଜନା ଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଗୁପ୍ତଚରଙ୍କ ଖବର ମିଳିବା ପରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ନଅ ଦିନ ଧରି ଚାଲିଥିଲା। ଏହି ଅପରେସନ୍ ୧୮ ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଯେତେବେଳେ ଏଲଓସି ରେ ଅନୁପ୍ରବେଶ ଉଦ୍ୟମ ଆରମ୍ଭ ହୋଇଥିଲା। ସେଠାରେ ସମୁଦାୟ ୬ ଜଣ ଆତଙ୍କବାଦୀ ଥିଲେ, ଚାରିଜଣ ପାକିସ୍ତାନକୁ ପଳାୟନ କରିଥିଲେ। ଅବଶିଷ୍ଟ ଦୁଇ ଆତଙ୍କବାଦୀ ସେପ୍ଟେମ୍ବର ୨୫ ତାରିଖରେ ଏକ ନାଳରେ ଲୁଚି ରହିଥିଲେ। ସେପ୍ଟେମ୍ବର ୨୬ ତାରିଖରେ ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆତ୍ମସମର୍ପଣ ଲାଗି ଦ୍ୱିତୀୟ ଆତଙ୍କବାଦୀ ନିବେଦନ କରିଥିଲା।

ଆଇଏସଆଇ ଆତଙ୍କବାଦୀ ଲଶ୍କର-ଇ-ତୋଇବା
Share. Facebook Twitter LinkedIn Email WhatsApp Copy Link

Related Posts

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026
Latest News

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ଭୁବନେଶ୍ୱର ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର ଏବଂ ପିଆଇବି କାର୍ଯ୍ୟାଳୟ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.