Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିଜେପି ବିଧାୟକ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କଲା ସିବିଆଇ
ଅପରାଧ

ବିଜେପି ବିଧାୟକ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କଲା ସିବିଆଇ

October 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୋପାଳ: ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ଭୋଜପୁର ବିଧାୟକ ସୁରେନ୍ଦ୍ର ପଟୱା ଏବଂ ତାଙ୍କ ପତ୍ନୀ ମୋନିକା ପଟୱାଙ୍କ ବିରୋଧରେ ସିବିଆଇ ଠକେଇ ମାମଲା ରୁଜୁ କରିଛି। ପଟୱା ପରିବାର ବିରୋଧରେ ବ୍ୟାଙ୍କ ଅଫ୍ ବରୋଦା, ଇନ୍ଦୋରରୁ ମିଳିଥିବା ଅଭିଯୋଗ ଉପରେ ଠକେଇ ସମେତ ଅନେକ ଧାରାଗୁଡିକରେ ମାମଲା ରୁଜୁ ହୋଇଛି। ଅନୁସନ୍ଧାନକାରୀ ସଂସ୍ଥା ଶୁକ୍ରବାର ଦିନ ପାଟୱାର ଇନ୍ଦୋର କାର୍ଯ୍ୟାଳୟରେ ଭୋପାଳରେ ସର୍ଚ୍ଚ କରିଥିଲା। ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ସୁନ୍ଦରଲାଲ ପାଟୱାଙ୍କର ପୁତୁରା ଏବଂ ରାଜନୈତିକ ଉତ୍ତରାଧିକାରୀ ହେଉଛନ୍ତି ସୁରେନ୍ଦ୍ର ପଟୱା।

ଅଭିଯୋଗ ଅନୁଯାୟୀ, ମୋନିକା ପଟୱା ଅଟୋମୋବାଇଲ୍ ପ୍ରାଇଭେଟ ଲିମିଟେଡ୍ (ବର୍ତ୍ତମାନ ଭଗବତୀ ପଟୱା ଅଟୋମୋବାଇଲ୍) ଇନ୍ଦୋରର ନିର୍ଦ୍ଦେଶକ ଥିବାବେଳେ ସେ ବ୍ୟାଙ୍କ ଅଫ୍ ବରୋଦାକୁ ୨୯.୪୧ କୋଟି ଟଙ୍କା ଠକିଛନ୍ତି। ଏହା କୁହାଯାଇଥିଲା ଯେ, ଆଇଡିବିଆଇ ବ୍ୟାଙ୍କରୁ ତାଙ୍କର ଇନ୍ଦୋର ସ୍ଥିତ କମ୍ପାନୀ ଓଭର କ୍ରେଡିଟ୍ ସୁବିଧା ନେଇଛି। ଏହା ପରେ, ସେପ୍ଟେମ୍ବର ୧୩ ତାରିଖ ୨୦୧୪ ରେ ବ୍ୟାଙ୍କ ଅଫ୍ ବରୋଦା ୩୬ କୋଟି ଟଙ୍କା ଋଣ ବଢାଇଇଲା। ଏହି ଋଣକୁ ମଇ ୨ ତାରିଖ ୨୦୧୭ରେ ଏନପିଏ ଘୋଷଣା କରାଯାଇଥିଲା। ଅର୍ଥାତ୍ ସେ ନିଜକୁ କିସ୍ତି ଦେବାରେ ବିଫଳ ବୋଲି ଘୋଷଣା କରିଥିଲେ। ପରେ ଆରବିଆଇକୁ ଏହି ଠକେଇ ଖବର ଦିଆଯାଇଥିଲା। ଏହି ସମୟରେ ପଟୱାଙ୍କ କମ୍ପାନୀ ୨୯.୪୧ କୋଟି ଋଣ ନେଇଥିଲା।

ଚେକ୍ ବାଉନ୍ସର ଅନେକ କ୍ଷେତ୍ରରେ ମାମଲା ପଞ୍ଜିକୃତ ହୋଇସାରିଛି:

ସୂଚନାଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ପଟୱାଙ୍କ ବିରୋଧରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଚେକ୍ ବାଉନ୍ସ ମାମଲାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏପରିକି ଚେକ୍ ବାଉନ୍ସ ମାମଲା ମଧ୍ୟ କୋର୍ଟରେ ଅଛି। ଦୁଇ ବର୍ଷ ପୂର୍ବେ ତାଙ୍କୁ ଚାରିଟି ଚେକ୍ ବାଉନ୍ସ ମାମଲାରେ ଭୋପାଳ କୋର୍ଟ ୬ ମାସ ଦଣ୍ଡିତ କରିଥିଲେ। ତେବେ ଉକ୍ତ ଦିନ ତାଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ଠକେଇ ମାମଲା ବିଜେପି ବିଧାୟକ ମଧ୍ୟପ୍ରଦେଶ ସିବିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.