Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଭଣଜା ସାଜିଲା ମାମୁଁର ହତ୍ୟାକାରୀ!: ଚିକିତ୍ସା ପାଇଁ ପଇସା ସରିଯିବାରୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା
ଅପରାଧ

ଭଣଜା ସାଜିଲା ମାମୁଁର ହତ୍ୟାକାରୀ!: ଚିକିତ୍ସା ପାଇଁ ପଇସା ସରିଯିବାରୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲା

December 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଚାନ୍ଦପୁର: ନିଜ ମାମୁଁକୁ ହତ୍ୟା କରିଥିବା ଭଳି ଏକ ସଙ୍ଗୀନ ଅଭିଯୋଗ ଭଣଜା ଉପରେ ହୋଇଛି। ଭିନ୍ନକ୍ଷମ ମାମୁଁଙ୍କୁ ଭଣଜା ହତ୍ୟାକରି ଜଙ୍ଗଲରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ୍ ଅଭିଯୁକ୍ତ ଭଣଜା ଓ ତାଙ୍କ ସହଯୋଗୀକୁ ଗିରଫ କରିଛି। ଅଭିଯୁକ୍ତ ଭଣଜା ହେଲେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଗ୍ରାମର ନବ କିଶୋର ପ୍ରଧାନ। ପେଶାରେ ସେ ଫଳ ବ୍ୟବସାୟୀ। ନବ କିଶୋର ସହ ଅନ୍ୟ ଜଣେ ଅଭିଯୁକ୍ତ ଶିବ ପ୍ରସାଦ ସାହୁଙ୍କୁ ପୋଲିସ୍ ଗିରଫ କରିଛି।

ସୂଚନାଥାଉକି ଗତ କାଲି ସକାଳ ୭ ଟା ସମୟରେ ଟାଙ୍ଗୀ ରେଂଜ୍ ପଟିଆ ସେକ୍ସନ କୁଶପଲା ଜଙ୍ଗଲ ନିକଟରୁ ଏକ ଅଜଣା ଶବ ମିଳିଥିଲା। ଲୋକେ ଖବର ଦେଵା ପରେ ଚାନ୍ଦପୁର ପୋଲିସ୍ ଶବ ଜବତ କରି ଅଜଣା ଶବକୁ ଠାବ କରିଥିଲା। ଏହାପରେ ମୃତ ବ୍ୟକ୍ତିଙ୍କ ଠିକଣା ପୋଲିସ୍ ପାଇଥିଲା। ସେହି ମୃତ ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ହରିକୁଣ୍ଡବରଡି ଗ୍ରାମର ବ୍ରଜ କିଶୋର ବିଶ୍ୱାଳ (୫୫ )। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ।

ତେବେ ବ୍ରଜଙ୍କ ଭଣଜା ଶିବ ନିଜ ମାମୁଁଙ୍କୁ ମାରି ଜଙ୍ଗଲ ମଧ୍ୟରେ ଫୋପାଡିଦେଇଥିଲେ।  ଚାନ୍ଦପୁର ପୋଲିସ ପାଇଁ ଶବ ଚି଼ହ୍ନଟ ଓ ଅଭିଯୁକ୍ତଙ୍କୁ ଧରିବା ଚ୍ୟାଲେଞ୍ଜର ବିଷୟ ପାଲଟିଥିବାବେଳେ ଆଇଆଇସି ରଶ୍ମିରଞ୍ଜନ ଦାସ ନିଜେ ଘଟଣାର ତଦନ୍ତ ଭାର ନେଇଥିଲେ। ଏବଂ ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲେ। ତେବେ ମୃତକଙ୍କ ଭାଇଙ୍କୁ ପୋଲିସ ବାରମ୍ବାର ଅନୁରୋଧ କଲେ ସୁଦ୍ଧା ସେ କିମ୍ବା ତାଙ୍କ ସମ୍ପର୍କୀୟ ବ୍ରଜଙ୍କ ଶବକୁ ନେବା ପାଇଁ ଅମଙ୍ଗ ହେଉଛନ୍ତି। ତେଣୁ ବାଧ୍ୟ ହୋଇ ଆଇଆଇସି ନିଜେ ଶବସତ୍କାର ବ୍ୟବସ୍ଥା କରିବେ ବୋଲି ସୂଚନା ଦେଇଛନ୍ତି।

ତତସହିତ ତଦନ୍ତରେ ସହଯୋଗ କରିଥିବାରୁ ଚାନ୍ଦପୁର ଏବଂ ପଟିଆ ଅଞ୍ଚଳବାସିଙ୍କୁ ଆଇଆଇସି ଧନ୍ୟବାଦ ଜ୍ଞାପନ କରିଛନ୍ତି। ଅପରପକ୍ଷେ ଅଭିଯୁକ୍ତ ଜଣକ ପୋଲିସ ସାମ୍ନାରେ ଅଜବ ବୟାନ ଦେଇଛି। ମାମୁଁଙ୍କ ଚିକିତ୍ସା ପାଇଁ ସେ ୬୦ ହଜାର ଟଙ୍କା ରଖିଥିଲେ। କିନ୍ତୁ ଚିକିତ୍ସା ପାଇଁ ରଖିଥିବା ସମସ୍ତ ପଇସା ଶେଷ ହୋଇଯିବାରୁ ମାମୁଁଙ୍କୁ ମାରି ଫୋପାଡିଦେଇଥିବା ଅଭିଯୁକ୍ତ ଭଣଜାଜଣକ କହିଛି। ସେହିପରି ଭାବେ ଉକ୍ତ ହତ୍ୟା ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାର ପୋଲିସ ସନ୍ଦେହ କରୁଛି।

ତେବେ ତଦନ୍ତ କ୍ଷିପ୍ର ଗତିରେ ଚାଲିଥିବାର ପୋଲିସ କହିଛି। ଏହି ପରିପ୍ରେକ୍ଷୀରେ କେସ ନମ୍ବର ୧୬୬/୨୧ ରେ ଏକ ମାମଲା ରୁଜୁହେବା ସହ ଗିରଫ ଅଭିଯୁକ୍ତଦ୍ବୟଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି।

ଭଣଜା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.