
ୱାଶିଂଟନ୍: ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀ ଗୋଷ୍ଠୀ ପାକିସ୍ତାନୀ ମାଟିରୁ ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି। ଜୈଶ-ଇ-ମହମ୍ମଦ ପ୍ରତିଷ୍ଠାତା ତଥା ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀ ମାସୁଦ ଅଜହର ଏବଂ ୨୦୦୮ ମୁମ୍ବାଇ ଆକ୍ରମଣ “ପ୍ରୋଜେକ୍ଟ ମ୍ୟାନେଜର” ସାଜିଦ ମୀରଙ୍କ ସମେତ ପାକିସ୍ତାନ ଅନ୍ୟ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଆମେରିକାର ବୈଦେଶିକ ବିଭାଗ ଆତଙ୍କବାଦ ଉପରେ ପ୍ରକାଶିତ ଏକ ନୂତନ ରିପୋର୍ଟରେ ଏହା କୁହାଯାଇଛି। ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗୁରୁବାର ଦିନ ପ୍ରକାଶିତ ଆତଙ୍କବାଦ ଉପରେ କହିଛନ୍ତି ଯେ, ଆତଙ୍କବାଦୀ ଗୋଷ୍ଠୀ ପାକିସ୍ତାନରୁ ସେମାନଙ୍କ କାର୍ଯ୍ୟକଳାପ କରୁଛନ୍ତି।
ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ତାଲିବାନ ଏବଂ ଏହାର ସହଯୋଗୀ ହକକାନି ନେଟୱାର୍କ ସମେତ ଆଫଗାନିସ୍ତାନକୁ ଟାର୍ଗେଟ କରୁଥିବା ଗୋଷ୍ଠୀ ସହ ଭାରତକୁ ଟାର୍ଗେଟ କରୁଥିବା ଲଶ୍କର-ଇ-ତୋଇବା ଏବଂ ଭାରତ ଏବଂ ଜୈଶ-ଇ-ମହମ୍ମଦ (ଜେଏମ) ସମେତ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀଗୁଡିକ ପାକିସ୍ତାନୀ ମାଟିରେ କାର୍ଯ୍ୟ ଜାରି ରଖିଛନ୍ତି।