
ଭୁବନେଶ୍ବର: ଯାଜପୁର ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ସନ୍ଥ ମାଧବପୁର ଗ୍ରାମର ଏକ ଭଡା ଘରୁ ପୋଲିସ ଚଢ଼ାଉ କରି ୧୩ଲକ୍ଷ ୧୭ହଜାର ୫୦୦ଶହ ଟଙ୍କାର ଜାଲ ନୋଟ ଜବତ କରିଛି। ଏତେ ପରିମାଣର ଜାଲ ନୋଟ ଜବତ ହେବା ନେଇ ପୋଲିସର ଚିନ୍ତା ବଢିଯାଇଛି।
ଏହା ସହିତ ସମ୍ପୃକ ଥିବା ଅଭିଯୋଗରେ ପୋଲିସ ସ୍ଥାନୀୟ ମଙ୍ଗଳ ପୁର ଥାନା ଅନ୍ତର୍ଗତ କାଟିଆ ଗ୍ରାମର ଚନ୍ଦ୍ରମଣି ବଳ ନାମକ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ମିଳିଛି। ଜାଲ ନୋଟ ସହ ଘଟଣା ସ୍ଥଳରୁ ପୋଲିସ ତିନୋଟି ପ୍ରିଣ୍ଟର ମେସିନ ମଧ୍ୟ ଜବତ କରିଥିବା ଜଣାପଡ଼ିଛି।