Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜ ସୁରକ୍ଷା ସମ୍ପର୍କରେ ସମନ୍ଵୟ ବୈଠକ: ଚଢାଉ ଓ ଦଣ୍ଡବିଧାନ ଉପରେ ଗୁରୁତ୍ଵ 
ଅପରାଧ

ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜ ସୁରକ୍ଷା ସମ୍ପର୍କରେ ସମନ୍ଵୟ ବୈଠକ: ଚଢାଉ ଓ ଦଣ୍ଡବିଧାନ ଉପରେ ଗୁରୁତ୍ଵ 

January 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା/ଭୁବନେଶ୍ଵର: ଖୋର୍ଦ୍ଧା ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ସମ୍ପର୍କରେ ଗତ ଡିସେମ୍ବର ମାସ ୨୩ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ ଓ ପୋଲିସ ଅଧିକାରୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁ ସଭାରେ କି ଜିଲ୍ଲାର ଲଘୁ ଖଣିଜର ସୁରକ୍ଷା ଉପରେ ବିଶଦ ଆଲୋଚନା କରାଯାଇ ଏହାର ସୁରକ୍ଷା ଦିଗରେ ନିରାକରଣ ସ୍ୱରୂପ ବିଭିନ୍ନ ପ୍ରସ୍ତାବମାନ ଗୃହୀତ ହୋଇଥିଲା।

ପ୍ରସ୍ତାବ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାର କୌଣସି ସ୍ଥାନରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ପ୍ରଶାସନର ଦୃଷ୍ଟିକୁ ଆସିଲେ ସରକାରଙ୍କ ଦ୍ଵାରା ପ୍ରଣୀତ ଆଇନ ଅନୁସାରେ ଚୋରା ଚାଲାଣରେ ଜଡିତ ଥିବା ଯାନ,ବାହନ ଉପରେ ତହସିଲଦାର ଟାଙ୍ଗୀ ଓ ତହସିଲଦାର, ଖୋର୍ଦ୍ଧାଙ୍କ ନେତୃତ୍ଵରେ ଗଠିତ ହୋଇଥିବା ସ୍ଵତନ୍ତ୍ର ଦୁଇ ଗୋଟି ଟିମ ଦ୍ଵାରା ଚଢାଉ କରାଯାଇ ଉକ୍ତ ଯାନ, ବାହନ ଜବତ କରାଯିବା ସଙ୍ଗେ ସଙ୍ଗେ ଜବତ ହୋଇଥିବା ଯାନ, ବାହନର ମାଲିକଙ୍କ ଉପରେ ପ୍ରମୁଖ ଦଣ୍ଡ ବିଧାନ ସ୍ୱରୂପ ଉକ୍ତ ଯାନ ବାହନର ମାଲିକଙ୍କ ନାମରେ ଏଫ.ଆଇ.ଆର ଦରଜ କରାଯିବା ସଙ୍ଗେ ସଙ୍ଗେ ଛୋଟ ଯାନ ବା ହାଲୁକା ଯାନ ଉପରେ ଅତି କମରେ ପଚାଶ ହଜାର ଟଙ୍କା ଜୋରିମାନା ଓ ବଡ ଯାନ ବା ଭାରୀଯାନ କ୍ଷେତ୍ରରେ ଅତି କମରେ ଏକ ଲକ୍ଷ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇ ଜୋରିମାନା ଅର୍ଥ ଆଦାୟ କରାଯିବ। ନିଷ୍ପତ୍ତି ଅନୁଯାୟୀ ଜବତ ଗାଡି ଗୁଡିକର ମାଲିକ ମାନଙ୍କର ସବିଶେଷ ତଥ୍ୟ ହାସଲ କରି ସେମାନଙ୍କ ବିରୁଦ୍ଧରେ ସରକାରୀ ସମ୍ପତ୍ତି ଚୋରୀ ଏବଂ ଲୁଟ କରିଥିବାରୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ ତଥା ଗାଡି ଗୁଡିକର ରେଜିଷ୍ଟ୍ରେଶନ ବାତିଲ ଓ ବ୍ୟାଜ୍ୟାପ୍ତି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।

ଓ.ଏମ.ଏମ.ସି.ନିୟମ ଧାରା-୫୧ ଅନୁସାରେ ବେନିୟମ ଭାବେ ସରକାରୀ ଜମିରୁ ଉତ୍ତୋଳିତ ଲଘୁ ଖଣିଜର ପରିମାଣକୁ ମାପି ଉକ୍ତ ଖଣିଜ ସମ୍ପତ୍ତିର ଚୋରି ମୂଲ୍ୟ ବାବଦରେ ବେଆଇନ ଉତ୍ତୋଳନକାରୀଙ୍କ ଠାରୁ ଧାର୍ଯ୍ୟ ମୂଲ୍ୟ ଆଦାୟ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦୁଇ ବର୍ଷ ଜେଲ ଦଣ୍ଡ ଓ ପାଞ୍ଚ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯିବ। ଅଧିକନ୍ତୁ ଜିଲ୍ଲା କୃଷି ଅଧିକାରୀ ଜିଲ୍ଲାର ସମସ୍ତ କୃଷିଜୀବୀଙ୍କ କୃଷି କ୍ଷେତ୍ର ଗସ୍ତ କରି ସେମାନେ ବ୍ୟବହାର କରୁଥିବା ପାୱାର ଟିଲର ମେସିନଗୁଡିକୁ ପ୍ରତ୍ୟକ୍ଷ ଯାଞ୍ଚ କରି ଏହା ଲଘୁ ଖଣିଜ ସମ୍ପତ୍ତି ଉତ୍ତୋଳନ ପାଇଁ ବ୍ୟବହୃତ କରାଯାଉଛି କି ନାହିଁ, ବିବରଣୀ ପ୍ରଦାନ କରିବେ, ଯାହା ଅନୁସାରେ କି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗୃହୀତ ପ୍ରସ୍ତାବ ଆଧାରରେ ଗତ ୨୦୨୧ ଡିସେମ୍ବର ୨୪ ତାରିଖ ଠାରୁ ଅଦ୍ୟାବଧି ଉକ୍ତ ନିଷ୍ପତ୍ତି ଅନୁଯାୟୀ ତହସିଲଦାରମାନଙ୍କ ଦ୍ଵାରା ୪୦ ଗୋଟି ଯାନ ଜବତ ହେବା ସହିତ ସର୍ବ ମୋଟ ୧୫ ଲକ୍ଷ ୪୬ ହଜାର ଟଙ୍କା ଅସୁଲ କରାଯାଇ ୧୯ ଜଣ ବ୍ୟକ୍ତିବିଶେଷଙ୍କ ଉପରେ ଏଫ.ଆଇ.ଆର ଦରଜ କରାଯାଇଅଛି। ଆଗାମୀ ଦିନରେ ଜିଲ୍ଲାରେ ରାଜସ୍ୱ ବିଭାଗ, ପୋଲିସ ଏବଂ ଜଙ୍ଗଲ ବିଭାଗ ଦ୍ଵାରା ମିଳିତ ଭାବରେ ଚଢାଉ କରାଯାଇ ବେଆଇନ ଲଘୁ ଖଣିଜ ଉତ୍ତୋଳନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ସତର୍କ ତଥା ସଚେତନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025

ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

October 21, 2025

ଆମେରିକାର ଏହି ପଦକ୍ଷେପ ଯୋଗୁଁ ଭାରତୀୟ କମ୍ପାନୀଗୁଡ଼ିକର ବଢିବ ସଙ୍କଟ: ମୁଡିଜ୍ ର ଚେତାବନୀ

October 21, 2025
Latest News

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

October 21, 2025

ନୂଆପଡ଼ା ଉପ-ନିର୍ବାଚନ: ପୋଲିସ୍ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

October 21, 2025

ପୋଲିସ ସ୍ମୃତି ଦିବସ: ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

October 21, 2025

ସୋଆରେ ଆଇଇଇଇର ଷ୍ଟୁଡେଂଟ ବ୍ରାଂଚ ଓ କମ୍ପ୍ୟୁଟର ସୋସାଇଟି ଷ୍ଟୁଡେଂଟ ବ୍ରାଂଚ ଚାପ୍ଟର ଉଦ୍‌ଘାଟିତ

October 21, 2025

ଦୀପାବଳିରେ 6 ଲକ୍ଷ କୋଟିର ବିକ୍ରୟ ରେକର୍ଡ, ସ୍ୱଦେଶୀ ଉତ୍ପାଦ ବାଛିଲେ 87% ଗ୍ରାହକ

October 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.