Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଯୁବକକୁ ମହଙ୍ଗା ପଡିଲା ଫେସ୍ ବୁକ୍ ପ୍ରେମ, ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କଲା ପୋଲିସ
ଅପରାଧ

ଯୁବକକୁ ମହଙ୍ଗା ପଡିଲା ଫେସ୍ ବୁକ୍ ପ୍ରେମ, ଅଭିଯୁକ୍ତ ପ୍ରେମିକଙ୍କୁ ଗିରଫ କଲା ପୋଲିସ

January 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ପ୍ରେମ ଚିରନ୍ତନ ଓ ଶାଶ୍ୱତ। ପ୍ରେମ ବିନା ମଣିଷ ବଂଚି ପାରେନା। ଆଜିକାଲି ମୋବାଇଲ ଦୁନିଆରେ ଇଣ୍ଟରନେଟ ଯୋଗେ ଯୁବକ ଯୁବତୀ ପ୍ରେମ କରୁଥିବା ବହୁତ ନଜିର ଅଛି। ପରସ୍ପରକୁ ଭଲଭାବେ ଚିହ୍ନିବା ପୂର୍ବରୁ ଯୁବକ ଯୁବତୀଙ୍କ ପ୍ରେମ ସାପରକା ଗଢିଉଠିଥାଏ। ଏଭଳି ପ୍ରେମ ଫେସବୁକରେ ଅନେକ ଘଟଣା ସାମ୍ନାକୁ ଆସୁଛି। କେତେକ କ୍ଷେତ୍ରରେ ଏହା ସଫଳ ହେଉଛି ତ ଅଧିକାଂଶ ସମୟରେ ଧୋକ୍କା ମଧ୍ୟ ଖାଇବାକୁ ପଡୁଛି।

ଏଭଳି ଏକ ଘଟଣା ସମ୍ବଲୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଅଂଚଳରେ ଘଟିଛି। ପ୍ରଥମେ ଫେସ୍ ବୁକ୍ ରୁ ଚିହ୍ନା ପରିଚୟ। ପରେ ବିବାହ ଆଉ ପ୍ରତାରଣା। ଶେଷରେ ଥାନାରେ ଅଭିଯୋଗ। ଯୁବକର ଦାରିଦ୍ରତା ହିଁ ପ୍ରେମ ସଂର୍କକୁ ଭାଙ୍ଗି ଚୁର୍ ମାର୍ କରିଦେଇଛି।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଅଂଚଳର ଜନୈକା ଯୁବତୀ ବୟସ ପାଖ।।ଖି (୨୫) କଟକ ଜିଲ୍ଲା ମଙ୍ଗଳାବାଗ ଥାନା ରାଣିହାଟ ଅଂଚଳର ଜନୈକ ଯୁବକ ସନାତନ ମଙ୍ଗରାଜ (ସନିଆଁ) (୩୬)ଙ୍କ ସହ ଫେସ୍ ବୁକ୍ ରୁ ଚିହ୍ନା ପରିଚୟ ହୋଇଥିଲା। ପ୍ରଥମେ କଥା ବାର୍ତ୍ତା ତାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା। ଯୁବକର ପ୍ରେମରେ ଯୁବତୀ ଜଣଙ୍କ ଅନ୍ଧ ପାଲଟିଯାଇଥିଲ। ଶେଷରେ କଟକରୁ ଏକ କାର୍ ଧରି ଯୁବକ ଜଣଙ୍କ ନାକଟିଦେଉଳ ଅଂଚଳକୁ ଆସି ଯୁବତୀ କୁ ନେଇ ଫେରାର୍ ହୋଇଯାଇଥିଲା। ସେଠାରେ ଏକ ମନ୍ଦିରରେ ଉଭୟ ବିବାହ କରିଥିଲେ। ବିବାହ ପରେ ପ୍ରେମିକ ଘରର ଅବସ୍ଥା ଭଲ ନ ଥିବାରୁ ଉଭୟଙ୍କ ମଧ୍ୟରେ ଅସନ୍ତୋଷର ଆରମ୍ଭ ହୋଇଯାଇଥିଲା।

କୌଶଳ କ୍ରମେ କଟକ ରାଣୀହାଟରୁ ପ୍ରେମିକା ଫେରାର୍ ହୋଇଯାଇଥିଲା। ସ୍ୱାମୀ ସ୍ତ୍ରୀ ଏକାଠି ରହିବା ସତ୍ତ୍ୱେ ମଧ୍ୟ ଝିଅଟି ପ୍ରେମିକ ନାଁରେ ଦୁଷ୍କର୍ମ ଅଭିଯୋଗ ଦେଇଛି। ଏହାକୁ ଆଧାର କରି ନାକଟିଦେଉଳପୋଲିସ୍ ଏକ ମାମଲା ରୁଜୁ କରି କଟକ ରାଣୀହାଟର ଏକ ହୋଟେଲ ପାଖରୁ ସମ୍ପୃକ୍ତ ଯୁବକକୁ ଗତ କାଲି (ତା୪/୧/୨୦୨୨) ଦିବା ୧୨ ଟାରେ ଗିରଫ କରି  ନାକଟିଦେଉଳ ଥାନାକୁ ଆଣିଛି।

ନାକଟିଦେଉଳ ଥାନା କେସ୍ ନଂ ୧୫୯ ତା ୧୭/୧୧/୨୦୨୧ ୟୁ/ଏସ୍‌- ୩୬୬/୩୭୬ (୨)(ଏନ୍‌) ଆଇପିସି ରେ ଏକ ମାମଲା ରୁଜୁ କରିଛି ନାକଟିଦେଉଳପୋଲିସ୍। ସମ୍ପୃକ୍ତ ଯୁବକକୁ ଆଜି ଡାକ୍ତରୀ ମାଇନା କରିବା ସହ କୋର୍ଟ ଚାଲାଣ କକରାଇଥିବା ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ଦଳାଇ ପ୍ରକାଶ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026
Latest News

ସିପିଗ୍ରାମ୍ସ ପୋର୍ଟାଲ ଦ୍ଵାରା ଢେଙ୍କାନାଳରେ ପାନୀୟ ଜଳ ସମସ୍ୟାର ହେଲା ସମାଧାନ

March 25, 2026

ଓଡ଼ିଶା ରାଜ୍ୟପାଳଙ୍କୁ ଭେଟିଲେ ଉତ୍ତରାଖଣ୍ଡର ଗଣମାଧ୍ୟମ ପ୍ରତିନିଧି ଦଳ

March 25, 2026

ରାଜ୍ୟଗୁଡ଼ିକୁ ବାଣିଜ୍ୟିକ ଏଲପିଜିର ୫୦% ଆବଣ୍ଟନ: ପ୍ରବାସୀ ଶ୍ରମିକଙ୍କୁ ପ୍ରାଥମିକତା

March 25, 2026

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ଆଜି ମାର୍ଚ୍ଚ ୨୫ ତାରିଖ ବୁଧବାର ଦିନ ଏହି ରାଶିଗୁଡିକୁ ମିଳିବ ଶୁଭ ଖବର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.