
ନୂଆଦିଲ୍ଲୀ: ଋଣ ନ ମିଳିବାରୁ କର୍ଣ୍ଣାଟକରେ ଜଣେ ବ୍ୟକ୍ତି କ୍ରୋଧିତ ହୋଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି। ସୂଚନା ଅନୁଯାୟୀ, ଏହି ମାମଲା କର୍ଣ୍ଣାଟକର ହାଭେରୀ ଜିଲ୍ଲାର ଅଟେ। କୁହାଯାଉଛି ଯେ, ଅଭିଯୁକ୍ତ ଜଣକ ବ୍ୟାଙ୍କରୁ ଋଣ ପାଇଁ ଅନେକ ଥର ଆବେଦନ କରିଥିଲେ। କିନ୍ତୁ ପ୍ରତ୍ୟେକ ଥର ତାଙ୍କ ଆବେଦନ ବାତିଲ ହୋଇଥିଲା। ଋଣ ଆବେଦନକୁ ଅନେକ ଥର ପ୍ରତ୍ୟାଖ୍ୟାନ କରାଯିବା ପରେ ସେ ବହୁତ ରାଗି ଯାଇଥିଲେ। ରବିବାର ଦିନ ଋଣ ନ ମିଳିବାରୁ ବ୍ୟସ୍ତ ହୋଇ ଉକ୍ତ ବ୍ୟକ୍ତି ନିଜେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। କଗିନେଲି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କୁ ଭାରତୀୟ ଦଣ୍ଡ ସଂହିତା ଯଥା ଆଇପିସିର ଧାରା ୪୩୬, ୪୭୭ ଏବଂ ୪୩୫ ଅନୁଯାୟୀ ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ଋଣର ଆବଶ୍ୟକତା ଥିଲା ଏବଂ ଏଥିପାଇଁ ସେ ଅନେକ ଥର ବ୍ୟାଙ୍କ ପରିଦର୍ଶନ କରିଥିଲେ। ଦଲିଲ ଯାଞ୍ଚ ପରେ ବ୍ୟାଙ୍କ ଅଭିଯୁକ୍ତଙ୍କୁ ଋଣ ଦେବାକୁ ମନା କରିଦେଇଥିଲା। ଏଥିରେ ରାଗି ଯାଇ ରବିବାର ଦିନ ସେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ।