Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଇଓସିଏଲ୍ ପାଇପ୍ ଲାଇନ୍ ରୁ ତେଲ ଚୋରି ଘଟଣା: ମାଷ୍ଟର ମାଇଣ୍ଡ ଝାରସୁଗୁଡାରୁ ଗିରଫ
ଅପରାଧ

ଆଇଓସିଏଲ୍ ପାଇପ୍ ଲାଇନ୍ ରୁ ତେଲ ଚୋରି ଘଟଣା: ମାଷ୍ଟର ମାଇଣ୍ଡ ଝାରସୁଗୁଡାରୁ ଗିରଫ

April 2, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ପାରାଦୀପରୁ ରେଢାଖୋଲ ଦେଇ ସମ୍ବଲପୁର ଯାଇ ଥିବା ଆଇଓସିଏଲ୍ ପାଇପ୍ ଲାଇନ୍ ରୁ ତେଲ ଚୋରି ଘଟଣାରେ ଜଣେ ମାଷ୍ଟର ମାଇଣ୍ଡକୁ ରେଢାଖୋଲ ପୋଲିସ୍ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଏଥରେ ସଂପୃକ୍ତି ଥିବା ଆଉ ୭ ଜଣ ଫେରାର୍ ଥିବା ପୋଲିସ୍ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ ,ଗତ ତା ୨୧/୯/୨୦୨୧ ରେଢାଖୋଲ ଥାନା କରଡାପାଳ ନିକଟରେ ଆଇଓସିଏଲ୍ ପାଇପ୍ ଲାଇନ୍ ରୁ ତେଲ ଚୋରି ପାଇଁ ଗାତ ଖୋଳି ସେଥିରୁ ତେଲ ବାହାର କରି ବିକ୍ରିକରିବା ପାଇଁ ଉଦ୍ୟମ କରୁଥିଲେ। ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢଉ କରିଥିଲେ ମଧ୍ୟ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର୍ ହୋଇ ଯାଇଥିଲେ। ଘଟଣା ସ୍ଥଳରୁ ପୋଲିସ୍ ତେଲ ବାହାର କରିବା ପାଇଁ ବ୍ୟବହୃତ ଯନ୍ତ୍ରାଂସ କୁ ଜବତ କରିଥିଲା।

ଆଇଓସିଏଲ୍ ର ସହକାରୀ ମ୍ୟାନେଜର ଶୁଭ୍ରଜିତ୍ ଜେନା ୨୨/୯/୨୦୨୧ ରେଢାଖୋଲ ଥାନାରେ ଲିଖିତାକାରରେ ଅଭିଯୋଗ କରିଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ଏହାର ତଦନ୍ତ ମଧ୍ୟ କରୁଥିଲା ।ପୋଲିସ୍ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା।

ଅପରାଧୀମାନେ ପୋଲିଦ୍ ଠାରୁ ମୁକୁଳିବା ପାଇଁ ବାରମ୍ବାର ସିମ୍ କାର୍ଡ ପରିବର୍ତନ କରୁଥିଲେ। ଏହି ଚୋରୀ ଘଟଣାରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ସୋନୁ କୁମାର ଝାରସୁଗୁଡାରୁ ଦିଲ୍ଲୀ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ରେଢାଖୋଲ ପୋଲିସ୍ ଫୋନ୍ ଟ୍ରାକିଙ୍ଗ କରି ତାକୁ ଝାରସୁଗୁଡାରୁ ଧରିବାରେ ସଫଳ ହୋଇଥିଲା। ପୋଲିସ୍ ତାକୁ ପଚରା ଉଚୁରା କରୁଥିବା ବେଳେ ସବୁ ସତ କଥା କହିଦେଇଥିଲା। ଏହି ଚୋରି ତେଲ ବାହାର ରାଜ୍ୟକୁ ମଧ୍ୟ ଚାଲାଣ ହେଉଥିବା ସୋନୁ କୁମାର ଜେନା ସ୍ୱୀକାର କରିଥିଲା ପୋଲିସ୍ ଆଗରେ।

ସୁଚନା ଯୋଗ୍ୟ ଯେ ଅତୀତରେ ଏହି ଚୋରି ଗ୍ୟାଙ୍ଗ ରେଢାଖୋଲ ଥାନା ଖଜୁରୀଝରଣ ନିକଟରୁ ୨ ଟି ଟ୍ୟାଙ୍କର ମାଧ୍ୟମରେ ୩୮ ହଜରା ଲିଟର ଚୋରି କରି ତାକୁ ବାହାର ରାଜ୍ୟରେ ବିକ୍ରି କରିବାରେ ସଫଳ ହୋଇଥିବା ସୂଚନା ମିଳିଛି। ଏହି ଘଟଣାରେ କତରବଗା ପୋଲିସ୍ ୪ ଜଣଙ୍କୁ ଆଗରୁ ଗିରଫ କରିଥିବା ବେଳେ ସେମାନଙ୍କ ନାମରେ କତରବଗା ଥାନାରେ କେସ୍ ରୁଜୁ ହୋଇଥିଲା। ଗିରଫ ଅଭିଯୁକ୍ତ ମାନେ ହେଲେ ତାଳଚେର ଥାନା ବଡଦାଣ୍ଡ ସାହି ର ଦିବ୍ୟ ସାମଲ(୨୭), ଅନୁଗୋଳ କୁମଣ୍ଡର ଲିପକ୍ କୁମାର ସାହୁ ,କିସିଣି ଥାନା ୟୁବାୟନ୍ ଗ୍ରାମର ସୁକୁଣ୍ଡେ ସିଂହ , ୟୁପି ର ସୁନିଲ୍ କୁମାର ଶର୍ମା। ପୋଲିସ୍ ଅନ୍ୟ ୭ ଜଣ ଅଭିୁଯୁକ୍ତକୁ ଖୋଜୁଛି। ରେଢାଖୋଲ କେସ୍ ନଂ ୧୭୧ ତା୨୨/୯/୨୦୨୧ ୟୁ/ଏସ୍‌-୩୭୯/୪୧୧ଆପିସି / ସେକସନ୍ ୧୫(୨)ରେ କେସ୍ ରୁଜୁ କରିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଭାରତଠାରୁ ହାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପାକିସ୍ତାନ: ଖେଳାଳିଙ୍କ ଉପରେ ଲଗାଇଲା ୫୦ ଲକ୍ଷ ଜରିମାନା

March 2, 2026

ଏନଏବିଏମ ପରିସରରେ ‘ମାୟା ସାହିତ୍ୟ’ ପକ୍ଷରୁ ସାହିତ୍ୟିକ ଆଲୋଚନା ଚକ୍ର

March 2, 2026

ପୂର୍ବତଟ ରେଳପଥର “ସେବା ସଂକଳ୍ପ ପ୍ରସ୍ତାବ” ଗ୍ରହଣ

March 2, 2026
Latest News

ରେଳ ସୁରକ୍ଷା ବଳର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପୂର୍ବତଟ ରେଳପଥର ଅଧିକାରୀମାନଙ୍କ ସହ ସମୀକ୍ଷା ବୈଠକ 

March 2, 2026

ଭାରତଠାରୁ ହାରିବା ପରେ କାର୍ଯ୍ୟାନୁଷ୍ଠାନ ନେଲା ପାକିସ୍ତାନ: ଖେଳାଳିଙ୍କ ଉପରେ ଲଗାଇଲା ୫୦ ଲକ୍ଷ ଜରିମାନା

March 2, 2026

ଏନଏବିଏମ ପରିସରରେ ‘ମାୟା ସାହିତ୍ୟ’ ପକ୍ଷରୁ ସାହିତ୍ୟିକ ଆଲୋଚନା ଚକ୍ର

March 2, 2026

ପୂର୍ବତଟ ରେଳପଥର “ସେବା ସଂକଳ୍ପ ପ୍ରସ୍ତାବ” ଗ୍ରହଣ

March 2, 2026

ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍‌

March 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.