ଏସବିଆଇରୁ ଗାଏବ୍ ହେଲା ୧୧ କୋଟି ମୂଲ୍ୟର ମୁଦ୍ରା, ସିବିଆଇ କରିବ ତଦନ୍ତ

Published: Apr 19, 2022, 12:01 pm IST

ନୂଆଦିଲ୍ଲୀ: ରାଜସ୍ଥାନର ମେହେନ୍ଦୀପୁର ବାଲାଜୀରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଶାଖାର ଟ୍ରେଜେରୀରୁ ୧୧ କୋଟି ଟଙ୍କା ମୂଲ୍ୟର ମୁଦ୍ରା ଗାଏବ ହୋଇଛି।  ସିବିଆଇ ଏହାର ତଦନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ହୋଇଛି। ଗାଏବ୍ ରାଶି ୩ କୋଟିରୁ ଅଧିକ ହୋଇଥିବାରୁ ସିବିଆଇ ଯାଞ୍ଚ ପାଇଁ ରାଜସ୍ଥାନ ହାଇକୋର୍ଟଙ୍କୁ ଏସବିଆଇ ଅନୁରୋଧ କରିଛି, ଯାହା ଏଜେନ୍ସିର ଯାଞ୍ଚ ପାଇଁ ଆବଶ୍ୟକ ଅଟେ।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜସ୍ଥାନ ପୋଲିସ ଦ୍ଵାରା ପଞ୍ଜିକୃତ ହୋଇଥିବା ଏଫଆଇଆର ବିଷୟରେ ସିବିଆଇ ଯାଞ୍ଚ କରିବ। ବ୍ୟାଙ୍କରେ ରଖାଯାଇଥିବା ନଗଦ ଅର୍ଥ ଗଣତି ଆରମ୍ଭ ହୋଇଥିବା ସମୟରେ ଏହି ମାମଲା ସାମ୍ନାକୁ ଆସିଥିଲା।

Related posts