Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜାତିଆଣ ଓ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
ଅପରାଧ

ଜାତିଆଣ ଓ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

April 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ଗୋଡ଼ଭଗା ଓ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଜାତିଆଣ ଓ ସାମ୍ପ୍ରଦାୟିକ ହିଂସାର ପ୍ରତିବାଦରେ ଭୁବନେଶ୍ୱରସ୍ଥିତ ନାଗଭୂଷଣ ଭବନଠାରେ ଏକ ମିଳିତ ପ୍ରତିବାଦ ସଭାରେ ରାଜନୈତିକ ଦଳ, ଗଣସଂଗଠନ ଓ ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଗତ ଏପ୍ରିଲ ୧୪ ତାରିଖରେ ବରଗଡ଼ ଜିଲ୍ଲାରେ ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ସମାବେଶରେ ଯୋଗ ଦେଇଥିବା ଆୟୋଜନକାରୀ ମାନଙ୍କ ଉପରେ ବଜରଙ୍ଗ ଦଳ ଦ୍ୱାରା ହିଂସାତ୍ମକ ଆକ୍ରମଣ ଓ ଆମ୍ବେଦକରଙ୍କ ଫଟୋଚିତ୍ରକୁ ଅବମାନନା ଘଟଣାରେ ଦୋଷୀମାନଙ୍କ ବିରୁଦ୍ଧରେ ପୋଲିସ୍ ପ୍ରଶାସନ କୌଣସି ପଦକ୍ଷେପ ନନେବା ଓ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଥିବାରୁ ଏହି ସଭାରେ ଘୋର ନିନ୍ଦା କରାଯାଇଥିଲା। ରାଜ୍ୟରେ ଘଟୁଥିବା ଜାତିଆଣ, ସାମ୍ପ୍ରଦାୟିକ ହିଂସା ଓ ନିର୍ଯ୍ୟାତନା ଘଟଣାଗୁଡ଼ିକ ଆମର ସାମ୍ବିଧାନିକ ବ୍ୟବସ୍ଥା ଓ ଆଇନଶୃଙ୍ଖଳା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଗଣତାନ୍ତ୍ରିକ ଓ ମାନବବାଦୀ ତଥା ଧର୍ମନିରପେକ୍ଷ ବିଚାରାଧାରାରେ ବିଶ୍ୱାସୀ ଜନଗଣ ଓ ସଂଗଠନମାନେ ମିଳିତଭାବେ ସମାଜରେ ସଦ୍‌ଭାବନା ଓ ଭାଇଚାରା ପ୍ରତିଷ୍ଠା ପାଇଁ ସାମୂହିକ ଭାବେ ଉଦ୍ୟମ କରିବାକୁ ସଭାରେ ମତପ୍ରକାଶ ପାଇଥିଲା। ଏ ଦିଗରେ ରାଜ୍ୟ ସରକାର ସମ୍ବିଧାନ ଓ ତତ୍ତ୍ୱାମାନଙ୍କୁ ଦୃଢଭାବରେ ଦମନ କରିବାକୁ ଦାବି କରାଯାଇଛି।

ସାମାଜିକ କର୍ମୀ ଓ ସ୍ତମ୍ଭକାର ମାନସ ଜେନା ଓ ମାନବିକ ଅଧିକାର କର୍ମୀ ମଧୁସୂଦନ ସେଠୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସିପିଆଇ (ଏମ୍‌)ର ସନ୍ତୋଷ ଦାଶ, ସିପିଆଇ (ଏମ୍‌ଏଲ୍‌)ର ଯୁଧିଷ୍ଠିର ମହାପାତ୍ର, ଏନ୍‌ସିପିର ବିକ୍ରମ ସ୍ୱାଇଁ, ସିପିଆଇଏମ୍‌ଏଲ୍ (ରେଡ଼ଷ୍ଟାର)ର ପ୍ରମିଳା ବେହେରା, ସାମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଆମ୍ବେଦକର ଲୋହିଆ ବିଚାରମଞ୍ଚର ସଂଗ୍ରାମ ମଲ୍ଲିକ, ମଳନିବାସୀ ସମତା ପରିଷଦର ଅଭିରାମ ମଲ୍ଲିକ, ଓଡ଼ିଶା ଦଳିତ ଅଧିକାର ମଞ୍ଚର ରାଜେଶ କୁମାର ଜେନା, ରାଷ୍ଟ୍ରୀୟ ଯୁବ ସଂଗଠନର ମାନସ ପଟ୍ଟନାୟକ, ଓଡ଼ିଶା ବହୁଜନ ସାମ୍ମୁଖ୍ୟର ତରଣୀସେନ ନାୟକ, ନାରାୟଣ ନେଠୀ, ସମଦୃଷ୍ଟିର ସମ୍ପାଦକ ସୁଧିର ପଟ୍ଟନାୟକ, ଅକ୍ଷରର ସମ୍ପାଦକ ଅମିୟ ପାଣ୍ଡବ, ଏଆଇପିଏଫ୍‌ର ରାଧାକାନ୍ତ ସେଠି, ଶ୍ରମିକ ନେତା ମହେନ୍ଦ୍ର ପରିଡ଼ା, ବଂଶୀଧର ପରିଡ଼ା, ମାନବିକ ଅଧିକାରର ପ୍ରବକ୍ତା ଆଡ଼ଭୋକେଟ ବିଶ୍ୱପ୍ରିୟ କାନୁନଗୋ, ଶ୍ରୀମନ୍ତ ମହାନ୍ତି, ନରେନ୍ଦ୍ର ମହାନ୍ତି, ମହମ୍ମଦ ସୁକ୍ରୁ, ଶେଖ ତନବୀର, ସରିତା ବଡ଼ପଣ୍ଡା, ଡ. ରମେଶ ବେହେରା ଓ ବରିଷ୍ଠ ସାମ୍ବାଦିକ ରମେଶ ମହାନ୍ତି ପ୍ରମୁଖ ଏହି ଆଲୋଚନାରେ ଭାଗ ନେଇଥିଲେ। ଓଡ଼ିଶାରେ ରାଜ୍ୟବ୍ୟାପୀ ଜାତିପ୍ରଥା ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ଏକ ଅଭିଯାନ ଚଳାଇ ରଖିବା ପାଇଁ ସଭାରେ ନିଷ୍ପତ୍ତି ହୋଇଥିଲା।

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
Share. Facebook Twitter LinkedIn Email WhatsApp Copy Link

Related Posts

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025
Latest News

ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଶ୍ରୀନଗରରେ ଗୃହ ବନ୍ଦୀ କଲା ଜମ୍ମୁ କାଶ୍ମୀର ପୋଲିସ

September 11, 2025

ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କୁ ଶିବସେନାର ବିରୋଧ: ଆନ୍ଦୋଳନ ଚେତାବନୀ

September 11, 2025

ଦେଶ ବିରୋଧରେ ISIS ର ବଡ଼ ଷଡ଼ଯନ୍ତ୍ର ବିଫଳ: ୫ ଆତଙ୍କବାଦୀ ଗିରଫ

September 11, 2025

ପାଟନାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା, ସିସିଟିଭିରେ ୨ ଆକ୍ରମଣକାରୀ

September 11, 2025

କ୍ଲର୍କ ନିଯୁକ୍ତି ପରୀକ୍ଷାର ତାରିଖ ପ୍ରକାଶ କଲା SBI, ଏହି ଦିନ ହେବ ପରୀକ୍ଷା

September 11, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.