
ବ୍ରହ୍ମପୁର : ଆଜି ସକାଳୁ ବ୍ରହ୍ମପୁର ଭିଜିଲାନସ ଅଧିକାରୀ ଜଣେ ଯୋଗାଣ ଅଧିକାରୀଙ୍କ ଘରେ ଚଢାଉ କରିଛନ୍ତି। ସେ ହେଉଛନ୍ତି ପାରଳାଖେମୁଣ୍ଡିର ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ। ତାଙ୍କର ଏକାସାଙ୍ଗେ ୫ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି।
ତାଙ୍କର ବ୍ରହ୍ମପୁର, ବାଲେଶ୍ବର, ଭୁବନେଶ୍ବର ଓ ଛତ୍ରପୁରର ଦୁଇଟି ସ୍ଥାନରେ ଏହି ଚଢାଉ ଚାଲିଛି । ଛତ୍ରପୁର ସ୍ଥିତ ରାମନଗର ପ୍ରଥମ ଲାଇନ ବାସଭବନ ଓ ଭଡା ଦେଇଥିବା ଦୋକାନ ଘରେ ମଧ୍ୟ ଚଢ଼ାଉ ଚାଲିଛି । ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ ।
(ଫଟୋ- ଭିଜିଲାନସ ବିଭାଗ ତରଫରୁ ଯୋଗାଇ ଦିଆଯାଇଥିବା ଏହି ଫଟୋରେ ପ୍ରଥମଟି ହେଉଛି ଅନାଦୀ ସେଠୀଙ୍କ ବ୍ରହ୍ମପୁର ଖାରବେଳ ନଗରରେ ଥିବା କୋଠା, ଦ୍ବିତୀୟଟି ହେଉଛି ରାମନଗର ଛତ୍ରପୁରରେ ଥିବା କୋଠା)