
ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ଦ୍ଵାରା ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, କୁଲଗାମର ତ୍ରୁବିଜି ଅଞ୍ଚଳର ନଉପୋରା-ଖେରପୋରାରେ ଏହି ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ଏହି ସଫଳତା ପାଇଥିଲେ। ନିହତ ଆତଙ୍କବାଦୀମାନେ ଲଶ୍କର-ଇ-ତୋଇବାସହିତ ଜଡିତ ଥିଲେ।
ସୂଚନାନୁସାରେ, ସୀମା ଆରପାରିରୁ ପ୍ରାୟ ୧୫୦ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏହା ବ୍ୟତୀତ ପ୍ରାୟ ୧୧ ରୁ ଅଧିକ ଆତଙ୍କବାଦୀଙ୍କ ୧୧ ଟି ଶିବିରରେ ତାଲିମ ଚାଲିଛି। ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି ଯେ, ସୁରକ୍ଷା ବାହିନୀ ସୀମାନ୍ତରୁ ଏହି ଆକ୍ରମଣ ରୋକିବାକୁ ଚେଷ୍ଟା କରୁଛନ୍ତି।