Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବରିଷ୍ଠ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ
ଅପରାଧ

ବରିଷ୍ଠ ସାମ୍ବାଦିକଙ୍କୁ ମାରଣାନ୍ତକ ଆକ୍ରମଣ, ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

July 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଉପରେ ମାରଣାନ୍ତକ ଆକ୍ରମଣ ହୋଇଥିବା ଘଟଣାକୁ ନେଇ ସାମ୍ବାଦିକ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇବାରେ ଲାଗିଛି। କଳାହାଣ୍ଡି ଜିଲ୍ଲାରେ ସାମ୍ବାଦିକ ମାନଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଘଟଣାରେ ସାମ୍ବାଦିକ ମାନଙ୍କ ଉପରେ ପ୍ରତି ପଦକ୍ଷେପରେ ବିପଦ ଦେଖାଯାଉଥିବା ଆଲୋଚନା ହେଉଛି। ତୃଣମୂଳ ସ୍ତରରୁ ଜନସାଧାରଣଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ଗଣମାଧ୍ୟମର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ନେଉଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସାମ୍ବାଦିକ ମାନେ ସେସବୁ ଗୁରୁଦାୟୀତ୍ୱ ନିର୍ବାହ କରୁଥିବା ବେଳେ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି କୌଣସି ପ୍ରକାର ଗୁରୁତ୍ୱ ଦିଆଯାଉନଥିବା ହେତୁ ଗଭୀର ଉଦବେଗ ପ୍ରକାଶ ପାଇବାରେ ଲାଗିଛି।

ଘଟଣା ଦିନ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଣ୍ଡା ଜୁନାଗଡସ୍ଥିତ ଏକ ଔଷଧ ଦୋକାନକୁ ଯାଇଥିବା ବେଳେ ସେଠାରେ ଜନୈକ ମଦ୍ୟପ ଅସାମାଜିକ ସେଠାରେ ବିନା କୌଣସି କାରଣରେ ମାରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି। ଏଭଲି ଅତର୍କିତ ଆକ୍ରମଣରେ ଶ୍ରୀପଣ୍ଡା ଗଭୀର ଭାବେ ଆଘାତ ପ୍ରାପ୍ତ ହୋଇଥିବା ଜଣାପଡିଛି। ଜୁନାଗଡ ସହରରେ ବ୍ୟାପକ ଭାବେ ମଦ୍ୟପମାନଙ୍କ ଭିଡ ଏବଂ ରୋଡ ରୋମିଓ ମାନଙ୍କର ଉତ୍ପାତ ଦିନକୁ ଦିନ ବଢି ଚାଲିଥିବା ବେଳେ ସେଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ସାଙ୍ଗକୁ ଟ୍ରାଫିକ ସମସ୍ୟାର ସମାଧାନ, ଜାତୀୟ ରାଜପଥରେ ରାତିରେ ପେଟ୍ରୋଲିଂ ବ୍ୟବସ୍ଥା ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ସିସିଟିଭି ଲଗାଯିବା ଆଦି ବିଷୟ ପ୍ରତି ଗୁରୁତ୍ୱ ଦେବାକୁ ଦାବୀ ହେଉଛି।

ଏସବୁ ସଂପର୍କରେ ତଥା ଏକାଧିକ ମାମଲା ଥିବା ସଂପୃକ୍ତ ଅସାମାଜିକ ଆକ୍ରମଣକାରୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ପାଇଁ ଏବଂ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସାମ୍ବାଦିକ ମାନଙ୍କ ଦ୍ୱାରା ଏକ ଦାବୀ ପତ୍ର କଳାହାଣ୍ଡି ଏସପି ତଥା ଧର୍ମଗଡ ଏସଡିପିଓଙ୍କୁ ଦିଆଯାଇଛି।

ସମାଜର ପ୍ରତ୍ୟେକ କୋଣ ଅନୁକୋଣରେ ସମାଜସେବୀ ତଥା ରାଜନେତା ହେଉକି ପ୍ରଶାସକ ପ୍ରତ୍ୟେକ ବ୍ୟକ୍ତି ବିଶେଷ ସାମ୍ବାଦିକଙ୍କୁ ବ୍ୟବହାର କରୁଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜଣେ କର୍ତବ୍ୟନିଷ୍ଠ ବରିଷ୍ଠ ସାମ୍ବାଦିକଙ୍କୁ ଅସାମାଜିକ ବ୍ୟକ୍ତି ମାନଙ୍କ ଦ୍ୱାରା ଏଭଳି ମାରଣାନ୍ତକ ଆକ୍ରମଣ ଘଟଣାରେ ସମଗ୍ର ଜିଲ୍ଲାରେ ସାମ୍ବାଦିକ ମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବାରେ ଲାଗିଛି।

Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କଲେ ଅମିତ ଶାହ

October 5, 2025
Latest News

କଟକରେ ଜାରୀ ହେଲା 36 ଘଣ୍ଟିଆ କର୍ଫ୍ୟୁ, ଇଣ୍ଟରନେଟ ବନ୍ଦ, ଜାଣନ୍ତୁ କେଉଁ କେଉଁ ଅଞ୍ଚଳ

October 5, 2025

ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇବା ଠିକ୍ ଥିଲା କି?: ଜାଣନ୍ତୁ ବିସିସିଆଇ ର ଯୋଜନା

October 5, 2025

ଦୁଇ ଓଡ଼ିଆ ଆଇ.ଟି.ଆଇ. ଟପରଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 5, 2025

ଅହିଲ୍ୟାନଗର ସମ୍ପ୍ରସାରିତ ସମବାୟ ଚିନି କାରଖାନାକୁ ଉଦଘାଟନ କଲେ ଅମିତ ଶାହ

October 5, 2025

ଚିଲିକା ବନ୍ୟପ୍ରାଣୀ ଡିଭିଜନ୍ ପକ୍ଷରୁ ୭୧ ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ

October 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.