ଗାଡ଼ି ଯାଞ୍ଚ ବେଳେ ପୋଲିସ ହାବୁଡ଼ରେ ଧରା ପଡ଼ିଲେ ବାଇକ ଚୋର, ୨ ଗିରଫ, ୬ ବାଇକ ଉଦ୍ଧାର

Published: Aug 9, 2022, 7:46 pm IST

ଖୋର୍ଦ୍ଧା: ଆଜି ଅପରାହ୍ନରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଚଣ୍ଡୀଚୁଆ ଛକରେ ମୋଟର ଜାନ ଯାଞ୍ଚ କରୁଥିବା ସମୟରେ ଦୁଇ ବାଇକ ଚୋରଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଭାଟପଡା ଗ୍ରାମର ଆକାଶ ଭୁୟାଁ (୨୨) ଏବଂ ସଂଗ୍ରାମ ବଳବନ୍ତରାୟ (୨୨)।

ସୂଚନା ମୁତାବକ ଚଣ୍ଡୀଚୁଆ ଛକରେ ଟାଉନ ଥାନା ପୋଲିସ ମୋଟର ଜାନ ଯାଞ୍ଚ କରୁଥିବା ବେଳେ ଏକ ଚୋରା ବାଇକ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିଲା। ଅଧିକ ପଚରାଉଚୁରା କରିବାରୁ ଉଭୟ ବାଇକ ଚୋର ବୋଲି ପୋଲିସ ଜାଣିବାକୁ ପାଇଥିଲା।  ସେମାନଙ୍କ ନିକଟରୁ ସମୁଦାୟ ଛଅ ଗୋଟି ଚୋରା ବାଇକ ଜବତ କରିଛି ପୋଲିସ।  ଅଭିଯୁକ୍ତ ମାନେ ଚୋରା ବାଇକ ଗୁଡିକର ଇଂଜିନ ଓ ଚେସିସ ନମ୍ବର ବଦଳାଇ ତାକୁ ପୁନର୍ବାର ବିକ୍ରି କରୁଥିଲେ।

ଏ ପରିପ୍ରେକ୍ଷୀରେ ଟାଉନ ଥାନା ପୋଲିସ କେଶ ନମ୍ବର ୩୭୯/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରିଛି।

Related posts