ବିଦ୍ୟୁତ୍ ବିଲ ସମସ୍ୟା ବୁଝିବାକୁ ଯାଇ ଅଫିସରେ ଟଳି ପଡିଲେ ଉପଭୋକ୍ତା: ମୃତ ଘୋଷଣା କଲେ ଡାକ୍ତର

Published: Sep 7, 2022, 10:39 pm IST

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ସରପାରୀ ଗ୍ରାମପଞ୍ଚାୟତ ରତାମାଟି ଗ୍ରାମର ବେଣୁଧର ବିଶୋଇ ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ। ଗତ ମାସରେ ତାଙ୍କର ଉଲେକ୍ଟ୍ରି ବିଲ ଅଧିକ ଆସିଥିବା ଜାଣିବା ପରେ ସେ ନିଜର ବିଦ୍ୟୁତ୍ ବିଲ ବାବଦକୁ ଅତିରିକ୍ତ ଫାଇନ ୨୦ ହଜାର ସମ୍ପର୍କରେ ଆଜି ଜଂକିଆ ଟାଟା ପାୱାର ବିଦ୍ୟୁତ୍ ଅଫିସକୁ ବୁଝିବାକୁ ଆସିଥିଲେ। ଗତ ମାସରେ ତାଙ୍କର କାହିଁକି ବିଲ ବଢ଼ାଯାଇଛି ବୋଲି ସେ ବାରମ୍ବାର ବିଲ ରିଡର୍ ଙ୍କୁ ପଚରିଲେ ବି କୌଣସି ଉତ୍ତର ପାଇନଥିଲେ।

ଏ ସଂମ୍ପର୍କରେ ଜଂକିଆ ବିଦ୍ୟୁତ ଏସଡିଓ ଅଫିସରେ ପହଞ୍ଚି ବୁଝିବାରେ ଅଧିକ ଆସିଥିବା ଇଲେକ୍ଟ୍ରି ବିଲକୁ ନେଇ ବିଦ୍ୟୁତ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସେହି ସମୟରେ ବିଦ୍ୟୁତ କାର୍ଯ୍ୟାଳୟରେ ବେଣୁଧର ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ହସ୍ପିଟାଲ ନିଆ ଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପରିବାର ଲୋକେ ଓ କିଛି ଗ୍ରାମବାସୀ ଶବକୁ ଆଣି ଜଂକିଆ ବିଦ୍ୟୁତ୍ ଅଫିସ ଆଗରେ ରଖି କ୍ଷତି ପୂରଣ ଦାବି କରିଥିଲେ। ପରେ ଘଟଣାସ୍ଥଳକୁ ଜଂକିଆ ଥାନା ପୋଲିସ ଆସି ବୁଝା ସୁଝ କରିବା ପରେ ରାତି ୮ ଟା ବେଳକୁ ଶବକୁ ପରିବାର ଲୋକ ଗ୍ରାମକୁ ନେଇ ସତ୍କାର କରିଥିବା ଜଣା ପଡିଛି। ବେଣୁଧରର ଅକାଳ ମୃତ୍ୟୁରେ ରତାମାଟି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

Related posts