ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ (EOW) ଜେରା କରିବ। ୨୦୦ କୋଟି ଟଙ୍କା ହେରେଫର ମାମଲାର ତଦନ୍ତ କରିବା ପାଇଁ ଅଭିନେତ୍ରୀଙ୍କୁ ଜେରା କରାଯିବ। ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ ଆଜି ସକାଳ ପ୍ରାୟ ୧୧ ଟା ସମୟରେ ମନ୍ଦିର ମାର୍ଗରେ EOW ଙ୍କ କାର୍ଯ୍ୟାଳୟରେ ପହଞ୍ଚିବେ। ତାଙ୍କୁ ସୋମବାର ସୋମବାର ହାଜର ହେବାକୁ କୁହାଯାଇଥିଲା, କିନ୍ତୁ କିଛି କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା।
ସୂଚନାନୁସାରେ, ଦିଲ୍ଲୀ ପୋଲିସ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ନିକଟକୁ ପଠାଯାଇଥିବା ସମନରେ କୁହାଯାଇଛି ଯେ, ଆପଣଙ୍କର ଦୀର୍ଘ ସମୟ ଧରି ପଚରାଉଚରା ହୋଇପାରେ। ପଚରାଉଚରା ଦୁଇ ଦିନ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ସେଥିପାଇଁ ଆପଣ କେବଳ ଦିଲ୍ଲୀରେ ରହିବାକୁ ପ୍ରସ୍ତୁତ ହୋଇ ଆସନ୍ତୁ। ଉଲ୍ଲେଖ ଯୋଗ୍ୟ ଯେ, ମନି ଲଣ୍ଡରିଂ ମାମଲାରେ ସୁକେଶଙ୍କ ସହ ଜ୍ୟାକଲିନଙ୍କ ନାମ ମଧ୍ୟ ଇଡି ଅନ୍ତର୍ଭୁକ୍ତ କରିଛି। ଅନ୍ୟପକ୍ଷରେ, ପୋଲିସ ପ୍ରଶ୍ନର ଏକ ଲମ୍ବା ତାଲିକା ପ୍ରସ୍ତୁତ କରିଛି ବୋଲି କୁହାଯାଉଛି।