Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଇରାନରେ ହିଜାବ ବିବାଦ: ଜେଲରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ୫ ବିକ୍ଷୋଭକାରୀ ନିହତ
ଅନ୍ତରାଷ୍ଟ୍ରୀୟ

ଇରାନରେ ହିଜାବ ବିବାଦ: ଜେଲରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ୫ ବିକ୍ଷୋଭକାରୀ ନିହତ

September 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମୁସଲମାନ
ବ୍ରିଟେନରୁ ବିତାଡିତ ହେବେ ଲକ୍ଷ ଲକ୍ଷ ମୁସଲମାନ!: ଭାରତ କିପରି ସବୁଠାରୁ ଅଧିକ ପ୍ରଭାବିତ ହେବ?

ନୂଆଦିଲ୍ଲୀ: ଇରାନରେ ହିଜାବ ପିନ୍ଧିନଥିବାରୁ ଜଣେ ମହିଳାଙ୍କୁ ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ପୋଲିସ ହେପାଜତରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାଫଳରେ ଦେଶରେ ଅଶାନ୍ତିର ବାତାବରଣ ଦେଖାଦେଇଛି ଏବଂ ଅନେକ ସ୍ଥାନରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଉଛି। ଏହି ସମୟରେ ଦୀବାନଦାରେହ ସହରରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ହେଉଛି ଇରାନର କୁର୍ଦ୍ଦ ଅଞ୍ଚଳର ଏକ ଅଂଶ ଯେଉଁଠାରେ ଭୀଷଣ ବିରୋଧ ପ୍ରଦର୍ଶନ କରାଯାଉଛି।

ସୂଚନା ଅନୁଯାୟୀ, ଇରାନର କୁର୍ଦ୍ଦ ଅଞ୍ଚଳରେ ବିକ୍ଷୋଭକାରୀଙ୍କ ଉପରେ ସୈନିକମାନେ ଗୁଳି ଚଳାଇଥିଲେ। ବିକ୍ଷୋଭକାରୀମାନେ ସମଗ୍ର ଦେଶରେ ରାସ୍ତାକୁ ଓହ୍ଲାଇଥିଲେ, ବିଶେଷ କରି କୁର୍ଦ୍ଦ ଅଞ୍ଚଳରେ ଯେଉଁଠାରେ ୮ ମିଲିୟନରୁ ୧୦ ମିଲିୟନ ଇରାନ କୁର୍ଦ୍ଦ ଅଛନ୍ତି।

ଏହି ସମୟରେ ଇରାନର ମହିଳା ବିକ୍ଷୋଭକାରୀମାନେ କେଶ କାଟିବା ସହ ହିଜାବ ପୋଡି ଦେଇଥିଲେ। ପରଦାରେ ରହିବାର କଠୋର ନିୟମକୁ ମହିଳାମାନେ ବିରୋଧ କରୁଛନ୍ତି। ଇରାନର ନ୍ୟାୟପାଳିକା ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଯେ ଇରାନରେ ମହିଳାମାନଙ୍କୁ ହିଜାବ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ସେପ୍ଟେମ୍ବର ୧୩ ତାରିଖ ଦିନ ୨୨ ବର୍ଷିୟା ମହସା ଆମିନୀଙ୍କୁ ହିଜାବ ନ ପିନ୍ଧିଥିବାରୁ ପୋଲିସ ଗିରଫ କରିଥିଲା ​​ଏବଂ ପୋଲିସ ତାଙ୍କୁ ମାଡ ମାରିବା ପରେ ସେ କୋମାକୁ ଚାଲିଯାଇଥିଲେ। ତିନି ଦିନ ପରେ ମହସା ଆମିନୀଙ୍କ ମୃତ୍ୟୁ ହୋଇଥିଲା। ମହସା ଆମିନୀ ପରିବାର ସହିତ ତେହେରାନ ବୁଲିବାକୁ ଯାଇଥିଲେ। କିନ୍ତୁ ଜଣାନଥିଲା ଯେ, ହିଜାବ ଯୋଗୁଁ ତାଙ୍କ ଜୀବନ ଚାଲିଯିବ।

ତେବେ ଇରାନ ପୋଲିସ ଏହି ଅଭିଯୋଗକୁ ଅସ୍ୱୀକାର କରୁଛି। ପୋଲିସ କହିଛି ଯେ ହୃଦଘାତରେ ମହସା ଆମିନୀଙ୍କ ମୃତ୍ୟୁ ଘଟିଛି। ମହସା ଆମିନୀଙ୍କ ମୃତ୍ୟୁ ଇରାନରେ ମାନବିକ ଅଧିକାର ଏବଂ ମହିଳାଙ୍କ ସ୍ୱାଧୀନତା ପ୍ରସଙ୍ଗକୁ ପୁଣି ଥରେ ଉଠାଇଛି। ସମଗ୍ର ବିଶ୍ୱରେ ସମାଲୋଚନା ପରେ ଇରାନ ସରକାରଙ୍କୁ ଏହି ଘଟଣାର ଗମ୍ଭୀରତା ଦେଖାଇଥିବା ଜଣାପଡିଛି। ରାଷ୍ଟ୍ରପତି ଇବ୍ରାହିମ ରଇସି ମହସା ଆମିନୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଗୃହ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି।

ଇରାନ ହିଜାବ ବିବାଦ
Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆକୁ କ୍ଳିନ ସ୍ଵିପ କଲା ଭାରତ: ତୃତୀୟ ଦିନିକିଆ ଜିତି ୩-୦ ରେ କବଜା କଲା ସିରିଜ

September 23, 2026

‘ଦମନ’ ଅଭିଯାନ: ଓଡିଶା ପୋଲିସ ଦ୍ଵାରା ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

“ଜ୍ଞାନେଶ କୁମାରଙ୍କୁ ଗିରଫ କରାଯିବା ଉଚିତ”: ଇସି ବିବାଦ ଉପରେ ମମତା ବାନାର୍ଜୀଙ୍କ ଦାବି

September 23, 2026
Latest News

ଅଷ୍ଟ୍ରେଲିଆକୁ କ୍ଳିନ ସ୍ଵିପ କଲା ଭାରତ: ତୃତୀୟ ଦିନିକିଆ ଜିତି ୩-୦ ରେ କବଜା କଲା ସିରିଜ

September 23, 2026

‘ଦମନ’ ଅଭିଯାନ: ଓଡିଶା ପୋଲିସ ଦ୍ଵାରା ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

September 23, 2026

ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସାତସମାରେ ସ୍ୱଚ୍ଛତା ପକ୍ଷ ପାଳିତ

September 23, 2026

ବିଶ୍ୱର ଶ୍ରେଷ୍ଠ ୧୦ ଟି ୨୦ ଆନ୍ତର୍ଜାତୀୟ ବୋଲର: ପ୍ରଥମ ଥର ପାଇଁ ୧ ନମ୍ବର ସ୍ଥାନରେ ପାକିସ୍ତାନ ଖେଳାଳି

September 23, 2026

SIR-ନିର୍ବାଚନ କମିଶନ ବିବାଦ ଉପରେ ବିଜେପିର ପ୍ରଥମ ପ୍ରତିକ୍ରିୟା: ସମ୍ବିତ ପାତ୍ର କହିଲେ….

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.