
ଶ୍ରୀନଗର: ଜମ୍ମୁ କାଶ୍ମୀର ଜେଲ ବିଭାଗର ପୋଲିସ ମହାନିର୍ଦ୍ଦେଶକ ହେମନ୍ତ କୁମାର ଲୋହିଆଙ୍କୁ ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ହତ୍ୟା ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ଜାରି କରିଛି।
ପ୍ରାଥମିକ ଅନୁସନ୍ଧାନକୁ ଭିତ୍ତି କରି ପୋଲିସ ଅଧିକାରୀ ଏକ ଘରୋଇ ସହାୟତାକୁ ମୁଖ୍ୟ ଅଭିଯୁକ୍ତ ଭାବେ ନାମିତ କରିଛି। ପୋଲିସର ସୂଚନାନୁସାରେ ଘରୋଇ ସହାୟକଙ୍କ ନାମ ୟାସିର ଅହମ୍ମଦ। ସେ ରାମବନର ବାସିନ୍ଦା ଏବଂ ବର୍ତ୍ତମାନ ସେ ଫେରାର ଅଛି।
ଜମ୍ମୁ କାଶ୍ମୀର ପୋଲିସ ଏହାର ସରକାରୀ ବିବୃତ୍ତିରେ କହିଛି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ରାମବନ୍ ନିବାସୀ ଘରୋଇ ସହାୟକ ୟାସିର ଅହମ୍ମଦ ମୁଖ୍ୟ ଅଭିଯୁକ୍ତ। ଘଟଣାସ୍ଥଳରୁ କିଛି ସିସିଟିଭି ଫୁଟେଜ୍ ସଂଗ୍ରହ କରାଯାଇଛି ଯେଉଁଥିରେ ସନ୍ଦିଗ୍ଧ ଅଭିଯୁକ୍ତ ଘଟଣା ପରେ ଦୌଡୁଥିବାର ନଜର ଆସିଛି।
ଖବର ଅନୁଯାୟୀ, ଜୈଶ-ଇ-ମହମ୍ମଦ ସହ ଜଡିତ ଆତଙ୍କବାଦୀ ସଂଗଠନ PAFF ଏହି ଘଟଣାର ଦାୟୀ ବୋଲି ପୋଲିସ କହିଛି। କିନ୍ତୁ ଆତଙ୍କବାଦୀ ଘଟଣା କି ନୁହେଁ ତାହା ପ୍ରାଥମିକ ଅନୁସନ୍ଧାନରେ ସ୍ପଷ୍ଟ ହୋଇନାହିଁ।
ପୋଲିସ ଆହୁରି ମଧ୍ୟ କହିଛି ଯେ ଯେତେଦିନ ଯାଏଁ ତଦନ୍ତ ଚାଲିଛି, ସେ ପର୍ଯ୍ୟନ୍ତ କୌଣସି ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଅନୁସନ୍ଧାନରେ, ଏପରି କିଛି ଡକ୍ୟୁମେଣ୍ଟାରୀ ପ୍ରମାଣ ମିଳିଛି ଯାହା ଅଭିଯୁକ୍ତଙ୍କ ମାନସିକ ସ୍ଥିତି କହୁଛି। ଏହି ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ପୋଲିସ ଜବତ କରିଛି।