Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମୁମ୍ବାଇ ବିମାନ ବନ୍ଦରରୁ ୪୭୧୨ ଗ୍ରାମ ସୁନା ଜବତ, ୩ ଅଭିଯୁକ୍ତ ଗିରଫ
ଅପରାଧ

ମୁମ୍ବାଇ ବିମାନ ବନ୍ଦରରୁ ୪୭୧୨ ଗ୍ରାମ ସୁନା ଜବତ, ୩ ଅଭିଯୁକ୍ତ ଗିରଫ

December 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଷ୍ଟମ ବିଭାଗ ୪୭୧୨ ଗ୍ରାମ ସୁନା ଜବତ କରିଛି। ଏହାର ବେଆଇନ କାରବାର ପାଇଁ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ସୁନାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା। କଷ୍ଟମ ବିଭାଗ ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।

ଅଧିକାରୀ କହିଛନ୍ତି ଯେ, ଦୁଇଟି ଭିନ୍ନ ମାମଲାରେ ମୋଟ ୪୭୧୨ ଗ୍ରାମ ସୁନା ଜବତ କରାଯାଇଛି। ବିମାନରେ ତଲାସୀ ବେଳେ ୧୮୭୨ ଗ୍ରାମ ସୁନାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ଅଣ୍ଡର ଗାର୍ମେଣ୍ଟରେ ଲୁଚାଇ ରଖାଯାଇଥିଲା ଏବଂ ବିମାନର ଶୌଚାଳୟରେ ଲୁଚେଇ ରଖିଥିବା ୨୮୪୦ ଗ୍ରାମ ସୁନାକୁ ମଧ୍ୟ ଜବତ କରାଯାଇଥିଲା। ଏହି ଦୁଇଟି ସୁନା ଚୋରା ଚାଲାଣ ମାମଲାରେ ମୋଟ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଚାଲିଛି।

ଅଧିକାରୀମାନେ କହିଛନ୍ତି ଯେ, ସେମାନେ ଏକ ଗୁପ୍ତ ସୂଚନା ପାଇଛନ୍ତି ଯେ କିଛି ଲୋକ ବିମାନବନ୍ଦରରୁ ବେଆଇନ ଭାବେ ସୁନା ଚୋରା କାରବାର କରିବାକୁ ଯାଉଛନ୍ତି। ସୂଚନା ପାଇବା ପରେ ଅଧିକାରୀମାନେ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ସେ କିଛି ଲୋକଙ୍କୁ ସନ୍ଦେହ କରିଥିଲେ। ତଲାସୀ ବେଳେ ଏହି ଲୋକଙ୍କଠାରୁ ବେଆଇନ ସୁନା ଜବତ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ଚତୁରତାର ସହ ସୁନା ଚୋରା ଚାଲାଣ କରିବାକୁ ଯୋଜନା କରିଥିଲେ। ସୁନା ଚାଲାଣ ପାଇଁ ଅଭିଯୁକ୍ତମାନେ ସ୍ୱତନ୍ତ୍ର ପୋଷାକ ତିଆରି କରିଥିଲେ। ତଲାସୀ ସମୟରେ ଅଭିଯୁକ୍ତଙ୍କ ଅନ୍ତଃ ବସ୍ତ୍ରରୁ ୧୮୭୨ ଗ୍ରାମ ସୁନା ଉଦ୍ଧାର କରାଯାଇଥିଲା।

ଏହା ବ୍ୟତୀତ ଅନ୍ୟ ଏକ ଘଟଣାରେ ଜଣେ ବ୍ୟକ୍ତି ବିମାନର ଶୌଚାଳୟରେ ୨୮୪୦ ଗ୍ରାମ ସୁନା ଲୁଚାଇବାକୁ ଚେଷ୍ଟା କରୁଥିଲେ। ସର୍ଚ୍ଚ ଅପରେସନ ସମୟରେ ଅଧିକାରୀମାନେ ବିମାନର ଶୌଚାଳୟରୁ ସୁନା ଉଦ୍ଧାର କରିଥିଲେ। ଏହି ଦୁଇଟି ସୁନା ଚୋରା ଚାଲାଣ ମାମଲାରେ କଷ୍ଟମ ବିଭାଗ ମୋଟ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଲୋକଙ୍କୁ ପଚରାଉଚରା କରି ଅଧିକ ଅନୁସନ୍ଧାନ କରାଯାଉଛି। ଏଥିସହ ପୋଲିସ ବିଭିନ୍ନ ବିଭାଗ ଅଧୀନରେ ଏହି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ଅଭିଯୁକ୍ତ ଗିରଫ ମୁମ୍ବାଇ ବିମାନ ବନ୍ଦର ସୁନା ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026
Latest News

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.