Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ମନି ଲଣ୍ଡରିଂ ମାମଲା: ଟିଏମସି ନେତା ସାକେତ ଗୋଖଲେଙ୍କୁ ଗିରଫ କଲା ଇଡି
ଅପରାଧ

ମନି ଲଣ୍ଡରିଂ ମାମଲା: ଟିଏମସି ନେତା ସାକେତ ଗୋଖଲେଙ୍କୁ ଗିରଫ କଲା ଇଡି

January 25, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ (ଟିଏମସି) ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି। ଗଣମାଧ୍ୟମ ଅନୁଯାୟୀ ଇଡି ଅଧିକାରୀ ଏହା ନିଶ୍ଚିତ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଇଡି ଗୋଖଲେଙ୍କୁ ତାଙ୍କ ହେପାଜତ ପାଇଁ ସ୍ଥାନୀୟ କୋର୍ଟରେ ହାଜର କରିବ।

ଚାନ୍ଦା ମାଧ୍ୟମରେ ସଂଗୃହୀତ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ଡିସେମ୍ବର ୩୦ ତାରିଖ ୨୦୨୨ରେ ଦିଲ୍ଲୀରୁ ଅହମ୍ମଦାବାଦ ସାଇବର କ୍ରାଇମ ଶାଖା ଗିରଫ କରିଥିଲା। ତାଙ୍କ ଉପରେ ଆଇପିସି ଧାରା ୪୨୦ (ପ୍ରତାରଣା), ୪୦୬ ଏବଂ ୪୬୭ (ଜାଲିଆତି) ଅନୁଯାୟୀ ଅଭିଯୋଗ ଲାଗିଛି।

ଏହାପୂର୍ବରୁ ବ୍ରିଜ ଭୁଶୁଡ଼ିବା ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୋର୍ବି ଗସ୍ତରେ ଆସିଥିବା ଖର୍ଚ୍ଚ ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରି ଗୋଖଲେଙ୍କୁ ଡିସେମ୍ବର ୬ ତାରିଖରେ ସାଇବର କ୍ରାଇମ ଶାଖା ଗିରଫ କରିଥିଲା। ଏହି ମାମଲାରେ ଜାମିନ ପାଇବା ପରେ ତାଙ୍କୁ ପୁଣି ଗିରଫ କରାଯାଇଥିଲା। ସେବେଠାରୁ ଗୋଖଲେ ନ୍ୟାୟିକ ହେପାଜତରେ ଅଛନ୍ତି।

ଜାନୁଆରୀ ୨୩ ତାରିଖରେ ଗୁଜୁରାଟ ହାଇକୋର୍ଟ ଚାନ୍ଦା ମାଧ୍ୟମରେ ସଂଗୃହିତ ଅର୍ଥର ଅପବ୍ୟବହାର ଅଭିଯୋଗରେ ଗୋଖଲେଙ୍କୁ ନିୟମିତ ଜାମିନ ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟର ଜଷ୍ଟିସ ସମୀର ଦବେ ଗୋଖଲେଙ୍କୁ ଚାର୍ଜସିଟ ଦାଖଲ ହେବା ପରେ କୋର୍ଟଙ୍କ ନିକଟକୁ ଯିବାକୁ କହିଥିଲେ। ଜଷ୍ଟିସ୍ ଦବେ କହିଛନ୍ତି ଯେ ଚାର୍ଜସିଟ୍ ଦାଖଲ ହେବା ପରେ ହିଁ ଆମେ ଏହି ଆବେଦନ ଉପରେ ବିଚାର କରିବୁ।

ଗିରଫ ଏବଂ ହେପାଜତ ଶେଷ ହେବା ପରେ ଅହମ୍ମଦାବାଦର ଏକ ସେସନ୍ କୋର୍ଟ ଏବଂ ମାଜିଷ୍ଟ୍ରେଟ୍ କୋର୍ଟ ଗୋଖଲେଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଏହା ପରେ ଟିଏମସି ନେତା ହାଇକୋର୍ଟଙ୍କୁ ସ୍ଥାନାନ୍ତର କରିଥିଲେ। ସେ ଜାନୁଆରୀ ୫ ତାରିଖରୁ ନ୍ୟାୟିକ ହେପାଜତରେ ଅହମ୍ମଦାବାଦର ଏକ ଜେଲରେ ରହିଛନ୍ତି।

ଗିରଫ କଲା ଇଡି ଟିଏମସି ନେତା ମନି ଲଣ୍ଡରିଂ ମାମଲା ସାକେତ ଗୋଖଲେ
Share. Facebook Twitter LinkedIn Email WhatsApp Copy Link

Related Posts

Nuapada Byelection: ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୟ ଢୋଲକିଆ

October 18, 2025

ପାର୍ବଣ ଋତୁରେ ଯାତ୍ରୀ ଭିଡ ପରିଚାଳନା ପାଇଁ ପୂର୍ବ ତଟ ରେଳପଥ ପ୍ରସ୍ତୁତ 

October 18, 2025

ସାଇବର ସୁରକ୍ଷା ପାଇଁ ସରକାରଙ୍କ ବଡ ପଦକ୍ଷେପ, ନିଯୁକ୍ତ ହେବେ ୧୧୨୭ ଜଣ ପୋଲିସ, ୧୭୦ ଟେକ୍ନିକାଲ ଏକ୍ସପର୍ଟ

October 18, 2025

ଏଆଇସି-ସୋଆ ଫାଉଣ୍ଡେସନ: ଓଡ଼ିଶାର ନବୀକରଣ ଓ ଉଦ୍ୟୋଗୀକରଣର ନୂତନ ହବ

October 18, 2025
Latest News

Nuapada Byelection: ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଜୟ ଢୋଲକିଆ

October 18, 2025

ନାଚୁଣୀ ମହାବିଦ୍ୟାଳୟରେ ପୋଷଣ ମାସ-୨୦୨୫ କାର୍ଯ୍ୟକ୍ରମ

October 18, 2025

ପାର୍ବଣ ଋତୁରେ ଯାତ୍ରୀ ଭିଡ ପରିଚାଳନା ପାଇଁ ପୂର୍ବ ତଟ ରେଳପଥ ପ୍ରସ୍ତୁତ 

October 18, 2025

ସାଇବର ସୁରକ୍ଷା ପାଇଁ ସରକାରଙ୍କ ବଡ ପଦକ୍ଷେପ, ନିଯୁକ୍ତ ହେବେ ୧୧୨୭ ଜଣ ପୋଲିସ, ୧୭୦ ଟେକ୍ନିକାଲ ଏକ୍ସପର୍ଟ

October 18, 2025

ଏଆଇସି-ସୋଆ ଫାଉଣ୍ଡେସନ: ଓଡ଼ିଶାର ନବୀକରଣ ଓ ଉଦ୍ୟୋଗୀକରଣର ନୂତନ ହବ

October 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.