
ପେଶୱାର: ପାକିସ୍ଥାନର ପେଶୱାରର ଏକ ମସଜିଦରେ ବିସ୍ଫୋରଣ ଘଟିଛି। ଏହି ଆତ୍ମଘାତୀ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ବିସ୍ଫୋରଣ ଘଟାଇଛନ୍ତି, ତାହା ଘୋଷଣା କରିନାହାଁନ୍ତି। ପୋଲିସ କହିଛି ଯେ, ଯେତେବେଳେ ଏହି ବିସ୍ଫୋରଣ ଘଟିଲା ସେତେବେଳେ ଅନେକ ଲୋକ ମସଜିଦରେ ପ୍ରାର୍ଥନା ପାଇଁ ଉପସ୍ଥିତ ଥିଲେ। କୁହାଯାଉଛି ଯେ ବିସ୍ଫୋରଣ ହେତୁ ମସଜିଦର ଏକ ଅଂଶ ଭୁଶୁଡି ପଡିଛି, ଯେଉଁଥିରେ ଅନେକ ଲୋକ ପୋତି ହୋଇଯାଇଥିବାର ଭୟ ରହିଛି।