Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»୧ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ
ଅପରାଧ

୧ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ

March 19, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ରେଢାଖୋଲ ସବଡିଭିଜନର ନାକଟି୍‌ଦେଉଳ ବ୍ଲକ୍‌ର ବିଭିନ୍ନ ଗ୍ରାମ ଗଞେଇ ଚାଷ ପାଇଁ ବେଶ୍ ପରିଚିତ ଥିବା ବେଳେ ଅତୀତରେ ଏଇ ଚାଷ କରୁଥିବା ଚାଷୀ ତଥା ଚୋରା ବେପାରୀମାନଙ୍କୁ ପୋଲିସ୍ ତଥା ଅବକାରୀ ବିଭାଗ ଗିରଫ କରିଥିଲା। ବାରମ୍ବାର ଜନସଚେତନତା ସହ ଯେଉଁ ମାନେ ଏହି ଚାଷରେ ସଂପୃକ୍ତି ସେମାନଙ୍କୁ ଗିରଫ କରିବା ଫଳରେ ଗଞେଇ ଚାଷରୁ ଲୋକମାନେ ଅପସରି ଯାଇ ଥିବା ବେଳେ ପୁଣି ଏହି ବ୍ଲକ୍‌ର ଡଇଁଚା ପଂଚାୟତ ଗୋପାଳପୁର ଗ୍ରାମରେ ପ୍ରଥମ ଥର ପାଇଁ ଅଫିମ୍ ଚାଷ ହୋଇଥିବା ଜଣା ପଡିଛି। ଆଜି ଅବକାରୀ ବିଭାଗ , ପୋଲିସ୍ , ରାଜସ୍ୱ ତଥା ବନବିଭାଗ ମିଳିତ ଚଢଉ କରି ୧ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିବା ବେଳେ ୨ ଜଣଙ୍କୁ ଅଟକ ରଖାଯାଇଥିବା ଜଣା ପଡିଛି।

ଖବରରୁ ଜଣାପଡିଛି ଯେ, ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ବଣପାହାଡ ଘେରା ଆଦିବାସୀ ଅଧୁଷିତ ଗ୍ରାମ ଗୋପାଳପୁର ଗ୍ରାମର ପାଶ୍ୱର୍ବର୍ତୀ ନାଳର ୫ ଟି ସ୍ଥାନରେ -ପ୍ରାୟ ୪୦ ଡିସିମିଲ୍ ଜାଗାରେ ବେଆଇନ୍ ଅଫିମ ଚାଷ ହୋଇଥିବା ସମ୍ବଲ-ପୁର ଅବକାରୀ ବିଭାଗ ଜାଣିପାରିଥିଲା। ଏହି ଚାଷ ଜଣା ପଡିବା ପରେ ଚଢଉ କରି ୧୦ ହଜାର ଅଫିମ ଗଛ ନଷ୍ଟ କରାଯାଇଛି ବୋଲି ଅବକାରୀ ବିଭାଗ କହିଛି। ଉପୁଡା ଯାଇଥିବା ଅଫିମ ଗଛର ଆନୁମାନିକ ମୁଲ୍ୟ ପାଖାପାଖି ୧ କୋଟି ବୋଲି ଅବକାରୀ ବିଭାଗ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଏହି ଚଢଉରେ ମାଜିଷ୍ଟେଟ୍ ଦାୟିତ୍ୱରେ ନାକଟିଦେଉଳ ତହସିଲ୍‌ଦାର ଇଂ ସୁକାନ୍ତ କୁମାର ନାଏକ, ଅବକାରୀ ଅଧିକ୍ଷକ ପବିତ୍ର ମୋହନ ମିଶ୍ର ତଥା ଅବକାରୀ ବିଭାଗର ବରିଷ୍ଟ ଅଧିକାରୀ ସମେତ ନାକଟିଦେଉଳ ଆର୍ ଆଇ ଅଶୋକ କୁମାର ନାଏକ, ଏଏସଆଇ ବିନୋଦିନୀ ବେହେରା, ମୋହନ ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ। ଏଇ ଚାଷ କରିବା ଅଭିଯୋଗରେ ପୋଲିସ୍ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ଜଣା ପଡିଛି।

ଏଇ ଚାଷ ରେ ଆହୁରି ବହୁତ ଜଣ ସଂପୃକ୍ତ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି। ଗୋପାଳପୁର ଅଂଚଳକୁ ଝାଡଖଣ୍ଡ ଅଂଚଳରୁ ବହୁ ଆଦିବାସୀ ଆସି ଜଙ୍ଗଲକୁ ସଫାକରି ବସତି ସ୍ଥାପନ କରିବା ସହ ଜଙ୍ଗଲରୁ ମୁଲ୍ୟବାନ ଗଛ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ଅଂଚଳରେ ଗଞେଇ ଚାଷ କରୁଥିବା ଜଣା ପଡିଛି। ଏଇ ଚାଷ ବହୁ ଦିନରୁ କରିଆସୁଥିଲେ ମଧ୍ୟ ବନବିଭାଗ କିମ୍ବା ରାଜସ୍ୱ ବିଭାଗ କିପରି ଜାଣି ପାରିଲା ନାହିଁ ସନ୍ଦେହ ସୃଷ୍ଟି କରୁଛି।

ବନବିଭାଗ ତଥା ରାଜସ୍ୱ ବିଭାଗ ସେଇ ଆଦିବାସୀ ମାନଙ୍କ ଠାରୁ ମୋଟା ଅଙ୍କର ଫାଇଦା ପାଇ ଜଙ୍ଗଲ ଜମିକୁ ପଟ୍ଟା କରିଦେବା ଦ୍ୱାରା ଆଦିବାସୀ ମାନେ ଏଠାରେ ବେଆଇନ୍ ଗଞେଇ ଚାଷ କରିଆସୁଥିବା ବେଳେ ରେଢାଖୋଲ ସବ୍‌ଡିଭିଜନରେ ଅଫିମ ଚାଷ କରିବା ଏହା ପ୍ରଥମ ଘଟଣା।

ଅବକାରୀ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026
Latest News

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.