ଗୋପାଳପୁର ଛକରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ, ଗଞ୍ଜେଇ ଜବତ ଓ ବହିଷ୍କୃତ ଯବାନ ଅଟକ

Published: Mar 22, 2023, 9:58 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ଛକରେ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଉକ୍ତ ଚଢାଉ ସମୟରେ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବହିଷ୍କୃତ ଯବାନଙ୍କୁ’ ଅଟକ ରଖାଯାଇଛି।

କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଗୋଇନ୍ଦା ବିଭାଗ ଇନିସ୍ପେକ୍ଟର ହୃଦୟ ସାମନ୍ତ ଓ ଏସ୍ ଆଇ ସୁରେନ୍ଦ୍ର ପ୍ରଧାନ ଅନ୍ୟ କିଛି କର୍ମଚାରୀଙ୍କୁ ନେଇ ଗୋପାଳପୁର ଛକରେ ଏକ ଘରୋଇ ବସ୍ କୁ ଅଟକାଇ ଯାଞ୍ଚ କରିଥିଲେ। ସେହି ସମୟରେ ବସ୍ ରୁ ତିନି ବ୍ୟାଗ୍ ଗଞ୍ଜେଇ ଜବତ ହୋଇଥିଲା। ଏବଂ ଗୋପାଳ ସିଂ ନାମକ ଜଣେ ବହିଷ୍କୃତ ଯବାନଙ୍କୁ ଅବକାରୀ ବିଭାଗ ଅଟକ ରଖିଥିଲା।

ସୁଚନା ଥାଉକି ଅଟକ ବ୍ୟକ୍ତି ଜଣକ ଗୋଳାବନ୍ଧ ଆର୍ମି ଏଡି କଲେଜରେ ଚାକିରୀ କରୁଥିଲେ ଓ କୌଣସି କାରଣବଶତଃ ଚାକିରିରୁ ବହିଷ୍କୃତ ହୋଇଥିଲେ। ଜବତ ଗଞ୍ଜେଇର ଓଜନ ୬୦ କିଲୋ ଓ ଆନୁମାନିକ ମୁଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Related posts