
ମୁମ୍ବାଇ: ମହାରାଷ୍ଟ୍ରର ରାଜ୍ୟସଭା ସାଂସଦ ତଥା ଉଦ୍ଧବ ଦଳର ନେତା ସଞ୍ଜୟ ରାଉତଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ଧମକ ଦେଉଥିବା ବ୍ୟକ୍ତି ଜଣଙ୍କ ‘ମୁଁ ତୁମକୁ ମୋସୱାଲା ପରି କରିବି’ ବୋଲି ମେସେଜ୍ କରିଛି। ସଞ୍ଜୟ ରାଉତଙ୍କୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ସଞ୍ଜୟ ରାଉତଙ୍କୁ ଏକ ବାର୍ତ୍ତାରେ କୁହାଯାଇଛି ଯେ ‘ଯଦି ତୁମେ ଦିଲ୍ଲୀରେ ମିଳିବ, ମୁଁ ତୁମକୁ ଏକେ୪୭ ରେ ଉଡ଼ାଇ ଦେବି, ସିଦ୍ଧୁ ମୋସେୱାଲା ଭଳି ହତ୍ୟା କରାଯିବ’। ସଲମାନ ଏବଂ ତୁମେ ନିଶ୍ଚିତ। ଏହି ଧମକ ଲରେନ୍ସ ବିଷ୍ନୋଇଙ୍କ ନାମରେ ଦିଆଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ବାର୍ତ୍ତା ପଠାଉଥିବା ବ୍ୟକ୍ତି ପୁଣେର ବୋଲି ଜଣା ପଡିଛି। ଏଥିରେ ସେ ଲେଖିଛନ୍ତି ଯେ, ମୁଁ ହିନ୍ଦୁ ବିରୋଧୀଙ୍କୁ ହତ୍ୟା କରିବି, ଦିଲ୍ଲୀରେ ଭେଟିବି, ମୁଁ ସିଦ୍ଧୁ ମୁସେୱାଲା ଭଳି ଏକେ-୪୭ ରେ ତୁମକୁ ଉଡ଼ାଇବି।
ଅନ୍ୟପକ୍ଷରେ ସଞ୍ଜୟ ରାଉତ କହିଛନ୍ତି ଯେ, ଏହା ପ୍ରଥମ ଥର ପାଇଁ ହୋଇ ନାହିଁ, ଏହି ସରକାର ଆସିବା ପରେ ଆମର ସୁରକ୍ଷା ହଟାଇ ଦିଆଯାଇଛି, ମୁଁ ଏ ବିଷୟରେ କାହାକୁ ଚିଠି ଲେଖି ନାହିଁ। ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ମୋତେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରୁଛନ୍ତି, ସତ୍ୟ କ’ଣ, ଆମେ ଜାଣୁ? ଗତକାଲି ମଧ୍ୟ ମୋତେ ଧମକ ମିଳିଛି, ମୁଁ ଏ ବିଷୟରେ ପୋଲିସକୁ ସୂଚନା ଦେଇଛି। ଏବିଷୟରେ ଗୃହମନ୍ତ୍ରୀ କ’ଣ କରିଛନ୍ତି ପ୍ରକାଶ କରନ୍ତୁ।