
ୱାଶିଂଟନ୍: ଆମେରିକାର ଟେକ୍ସାସରେ ପୁଣି ଥରେ ଗୁଳି ଚାଲିଛି। ଟେକ୍ସାସର ଏକ ସପିଂ ମଲରେ ଗୁଳି ବିନିମୟରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ପୋଲିସ ଗୁଳିରେ ଆକ୍ରମଣକାରୀ ମଧ୍ୟ ନିହତ ହୋଇଛି। ଏହି ଗୁଳି ବିନିମୟରେ ଶିଶୁ ସମେତ ୭ ଜଣ ଆହତ ହୋଇଛନ୍ତି। ଅଧିକାରୀମାନେ କହିଛନ୍ତି ଯେ, ଅଭିଯୁକ୍ତ ଆକ୍ରମଣକାରୀ ଟେକ୍ସାସର ଆଲେନ୍ ସ୍ଥିତ ଆଲେନ୍ ପ୍ରିମିୟମ୍ ଆଉଟଲେଟ୍ ମଲ୍ ରେ ଗୁଳି ଚଳାଇଥିଲା।
ଖବର ଅନୁଯାୟୀ, ପୋଲିସର ପାଲଟା ଆକ୍ରମଣରେ ସନ୍ଦିଗ୍ଧ ସୁଟର ନିହତ ହୋଇଛି। ଘଟଣାର କିଛି ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ରକ୍ତରେ ଭିଜୁଥିବା ଲୋକମାନେ ଭୂମିରେ ପଡ଼ିଥିବାର ଦେଖାଯାଉଛି। ନିହତ ଆକ୍ରମଣକାରୀ ଏକ ଭିଡିଓରେ ମଧ୍ୟ ଦେଖାଯାଉଛି।