
କୈଳାଶ ଚନ୍ଦ୍ର ଚୌଧୁରୀ
ବ୍ରହ୍ମପୁର: ରମ୍ଭା ଥାନା ଅନ୍ତର୍ଗତ ଜହମି କାଜୁ ଜଙ୍ଗଲରୁ ପୋଲିସ ପୁନି ନାହାକ ନାମ୍ନୀ ଜଣେ ବୃଦ୍ଧାଙ୍କ ଶବ ଉଦ୍ଧାର କରିଛି।
ଘଟଣାରୁ ପ୍ରକାଶ ଯେ, ଭଗବାନ ନାହାକଙ୍କ ପତ୍ନୀ ପୁନି ନାହାକ କାଜୁ ଗୋଟେଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ନଫେରିବାରୁ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପରେ ଗାଁ ଲୋକେ ଖୋଜାଖୋଜି କରି ଜଙ୍ଗଲରେ ପୁନିଙ୍କ ମୃତ ଶରୀର ପଡ଼ିଥିବା ଖବର ଦେଇଥିଲେ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ କେଶ୍ ନଂ ୭୧୦/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତା ପୁନି ପିନ୍ଧିଥିବା ସୁନା ଅଳଙ୍କାର ତାଙ୍କ ଦେହରେ ନଥିବାରୁ କୌଣସି ଦୁର୍ବୃତ୍ତ ସୁନା ଲୋଭରେ ପୁନିକୁ ହତ୍ୟା କରିଥାଇ ପାରେ ବୋଲି ଥାନା ଅଧିକାରୀ ସ୍ଵରୁପ କିଷାନ୍ କହିଛନ୍ତି।