ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର, ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି

Published: Jun 28, 2024, 5:25 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି। ଗୁରୁତର ଛାତ୍ରଙ୍କୁ ପ୍ରଥମେ ଶେରଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଆହତ ଛାତ୍ର ଓ ଆକ୍ରମଣକାରୀ ଛାତ୍ର ଉଭୟେ ନବମ ଶ୍ରେଣୀରେ ପାଠ ପଢନ୍ତି। କିଛି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି କଥା ଏତେ ଉଗ୍ର ରୂପ ନେଇଥିଲା ଯେ, ଜଣେ ଛାତ୍ର ଛୁରୀ ସାହାଯ୍ୟରେ ଅନ୍ୟ ଛାତ୍ରକୁ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିବା ବେଳେ ଉପସ୍ଥିତ ଅନ୍ୟ ମାନେ ତାକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related posts