Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲା: ନିଜକୁ ବିଷ୍ନୋଇଙ୍କ ଭାଇ କହୁଥିବା ଅଭିଯୁକ୍ତ ଗିରଫ
ଅପରାଧ

ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲା: ନିଜକୁ ବିଷ୍ନୋଇଙ୍କ ଭାଇ କହୁଥିବା ଅଭିଯୁକ୍ତ ଗିରଫ

November 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଲମାନ ଖାନ
ବେଲୁଚିସ୍ତାନକୁ ପୃଥକ ଦେଶ କହିବାରୁ ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କଲା ପାକିସ୍ତାନ

ନୂଆଦିଲ୍ଲୀ: କର୍ଣ୍ଣାଟକର ହାଭେରୀ ଜିଲ୍ଲାରୁ ସଲମାନ ଖାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ବିକାରାମ ଜଲାରାମ ବିଷ୍ନୋଇ। ଏହି ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଗିରଫଦାରୀ ଦ୍ଵାରା ପୋଲିସକୁ ବଡ ସଫଳତା ମିଳିଛି।

ବିକାରାମ ଜଲାରାମ ବିଷ୍ନୋଇ ଏକ ଧମକପୂର୍ଣ୍ଣ ବାର୍ତ୍ତାରେ କହିଥିଲା ଯେ, ଯେ ସେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ। ଧମକ ଦେଇ କୁହାଯାଇଥିଲା ଯେ, ଯଦି ସଲମାନ ଖାନ ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ସୂଚନାନୁସାରେ, ସଲମାନଙ୍କ ଠାରୁ ୨ କୋଟି ଟଙ୍କା ଦାବି କରିବା ସହିତ ଅଭିନେତାଙ୍କୁ ତାଙ୍କ ମନ୍ଦିରକୁ ଯାଇ କ୍ଷମା ମାଗିବା ପାଇଁ ଅଭିଯୁକ୍ତ ମଧ୍ୟ କହିଥିଲେ।

ଧମକପୂର୍ଣ୍ଣ ବାର୍ତ୍ତା ଆଧାରରେ ମୁମ୍ବାଇର ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ଜଣାପଡିଲା ଯେ ଏହି ଧମକ କର୍ଣ୍ଣାଟକରୁ ପଠାଯାଇଛି। ଏହା ପରେ ମୁମ୍ବାଇ ପୋଲିସ କର୍ଣ୍ଣାଟକରେ ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରି ହାଭେରୀରେ ଗିରଫ କରିଥିଲା।

ବିକାରାମ ଜଲାରାମ ବିଷ୍ନୋଇ ରାଜସ୍ଥାନର ଜାଲୋରର ବାସିନ୍ଦା ଏବଂ କର୍ଣ୍ଣାଟକର ଏକ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିଲେ। ସେ ହାଭେରୀର ଗୌଦର ଅଞ୍ଚଳର ଅନ୍ୟ ଶ୍ରମିକମାନଙ୍କ ସହିତ ଏକ କୋଠରୀରେ ରହୁଥିଲେ। ଗିରଫ ପରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ମୁମ୍ବାଇକୁ ଆଣିଛି, ଯେଉଁଠାରେ ଅଧିକ ପଚରାଉଚରା ଚାଲିଛି। ଏଥିସହ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସହ ଜଡିତ ସମ୍ଭାବ୍ୟ ସଂଯୋଗ ସମ୍ପର୍କରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କଠାରୁ ସୂଚନା ପାଇବାକୁ ଚେଷ୍ଟା କରୁଛି।

Lawrence Bishnoi MUMBAI POLICE Salman Khan
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ଆଜି ଫେବୃୟାରୀ ୫ ତାରିଖ ଗୁରୁବାରରେ ଛଅଟି ରାଶିର ଲୋକଙ୍କୁ ମିଳିବ ମା’ ଲକ୍ଷ୍ମୀଙ୍କ ଆର୍ଶିବାଦ

February 5, 2026

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.