Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସଂଘବଦ୍ଧ ଆକ୍ରମଣରେ ଯୁବକ ନିହତ
ଅପରାଧ

ସଂଘବଦ୍ଧ ଆକ୍ରମଣରେ ଯୁବକ ନିହତ

November 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ବନ୍ଧାଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ଏକ ବୋଲେରୋ ଗାଡ଼ିରେ କିଛି ଯୁବକ ଆସି ଅନନ୍ତ ପଟ୍ଟନାୟକ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ସୁଚନା ଅନୁଯାୟୀ ଅପରାଧ ଜଗତରେ ଚହଳ ସୃଷ୍ଟି କରିଥିବା ନିହତ ଯୁବକ ଅନନ୍ତ ଜଣେ ପୁରୁଣା ଅପରାଧୀ ଓ ତାଙ୍କ ନାମରେ ଆସ୍କା ଅଞ୍ଚଳର ୧୦ ଟି ଥାନାରେ ୨୫ ରୁ ଅଧିକ ମକଦ୍ଦମା ରହିଥିବା ଜଣାପଡିଛି। ସେ ଘରୁ ଅଲଗା ହୋଇ ରହୁଥିବା ତାଙ୍କ ପିତା ଠାରୁ ପ୍ରକାଶ।

ଗତକାଲି ରାତିରେ ଦୁଇ ବନ୍ଧୁଙ୍କ ସହ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଆକ୍ରମଣକାରୀ ଯୁବକମାନେ ପଛରୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଅନ୍ୟ ଦୁଇ ବନ୍ଧୁ ଘଟଣାସ୍ଥଳରୁ ଦୌଡ଼ି ପଳେଇ ନିକଟସ୍ଥ ଶେରଗଡ଼ ଥାନାରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିହତ ଯୁବକଙ୍କ ଶରୀରକୁ ଉଦ୍ଧାର କରି ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡ଼ାକ୍ତର ଅନନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅନନ୍ତଙ୍କ ବାପାଙ୍କୁ ଥାନାକୁ ଡକାଇ ଶବ ଚିହ୍ନଟ କରିଥିଲେ। ଆକ୍ରମଣକାରୀ ଯୁବକ ମାନେ କିଏ ଓ କାହିଁକି ଅନନ୍ତଙ୍କୁ ହତ୍ୟା କରିଛନ୍ତି। ଆଜି ସକାଳ ସୁଦ୍ଧା କୌଣସି ହତ୍ୟାକାରୀର ଖବର ମିଳିନାହିଁ। ଅନ୍ୟପକ୍ଷରେ ପୋଲିସ ଅନନ୍ତଙ୍କ ଦୁଇ ବନ୍ଧୁଙ୍କୁ ଥାନାରେ ରଖି ପଚରାଉଚରା କରୁଛି।

ଶେରଗଡ଼ ଥାନା ସଂଘବଦ୍ଧ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026
Latest News

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026

ଆଉ ଏକ ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ପାଇଲଟ୍ ସୁରକ୍ଷିତ

February 23, 2026

ଆଜି ମାର୍ଚ୍ଚ ୨୩ ତାରିଖ ସୋମବାରରେ ଏହି ରାଶିଗୁଡିକ ମଧ୍ୟାହ୍ନରେ ପାଇବେ ଖୁସି ଖବର

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.