Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସଂଘବଦ୍ଧ ଆକ୍ରମଣରେ ଯୁବକ ନିହତ
ଅପରାଧ

ସଂଘବଦ୍ଧ ଆକ୍ରମଣରେ ଯୁବକ ନିହତ

November 21, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅର୍ନ୍ତଗତ ବନ୍ଧାଗୁଡା ଗ୍ରାମ ବିଦ୍ୟାଳୟ ନିକଟରେ ଏକ ବୋଲେରୋ ଗାଡ଼ିରେ କିଛି ଯୁବକ ଆସି ଅନନ୍ତ ପଟ୍ଟନାୟକ ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ସୁଚନା ଅନୁଯାୟୀ ଅପରାଧ ଜଗତରେ ଚହଳ ସୃଷ୍ଟି କରିଥିବା ନିହତ ଯୁବକ ଅନନ୍ତ ଜଣେ ପୁରୁଣା ଅପରାଧୀ ଓ ତାଙ୍କ ନାମରେ ଆସ୍କା ଅଞ୍ଚଳର ୧୦ ଟି ଥାନାରେ ୨୫ ରୁ ଅଧିକ ମକଦ୍ଦମା ରହିଥିବା ଜଣାପଡିଛି। ସେ ଘରୁ ଅଲଗା ହୋଇ ରହୁଥିବା ତାଙ୍କ ପିତା ଠାରୁ ପ୍ରକାଶ।

ଗତକାଲି ରାତିରେ ଦୁଇ ବନ୍ଧୁଙ୍କ ସହ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଆକ୍ରମଣକାରୀ ଯୁବକମାନେ ପଛରୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଅନ୍ୟ ଦୁଇ ବନ୍ଧୁ ଘଟଣାସ୍ଥଳରୁ ଦୌଡ଼ି ପଳେଇ ନିକଟସ୍ଥ ଶେରଗଡ଼ ଥାନାରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିହତ ଯୁବକଙ୍କ ଶରୀରକୁ ଉଦ୍ଧାର କରି ଶେରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଡ଼ାକ୍ତର ଅନନ୍ତଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଅନନ୍ତଙ୍କ ବାପାଙ୍କୁ ଥାନାକୁ ଡକାଇ ଶବ ଚିହ୍ନଟ କରିଥିଲେ। ଆକ୍ରମଣକାରୀ ଯୁବକ ମାନେ କିଏ ଓ କାହିଁକି ଅନନ୍ତଙ୍କୁ ହତ୍ୟା କରିଛନ୍ତି। ଆଜି ସକାଳ ସୁଦ୍ଧା କୌଣସି ହତ୍ୟାକାରୀର ଖବର ମିଳିନାହିଁ। ଅନ୍ୟପକ୍ଷରେ ପୋଲିସ ଅନନ୍ତଙ୍କ ଦୁଇ ବନ୍ଧୁଙ୍କୁ ଥାନାରେ ରଖି ପଚରାଉଚରା କରୁଛି।

ଯୁବକ ନିହତ ଶେରଗଡ଼ ଥାନା ସଂଘବଦ୍ଧ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025
Latest News

ଲୋକସଭାରେ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ

August 4, 2025

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ: ୮୧ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ଵାସ

August 4, 2025

BSNL ଉପଭୋକ୍ତାଙ୍କ ପାଇଁ ବଡ଼ ଝଟକା!: ଏହି ପ୍ଲାନର ହ୍ରାସ ପାଇଲା ବୈଧତା, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025

ଏବେ ଭାରତ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଲେ ଟ୍ରମ୍ପଙ୍କ ବିଶସ୍ତ!: ଆଣିଲେ ସାଂଘାତିକ ଅଭିଯୋଗ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.