Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ହାଇଦ୍ରାବାଦରେ ଓଡିଶା ମହିଳାଙ୍କ ଆତ୍ମହତ୍ୟା ଘଟଣା: ତେଲଙ୍ଗାନା ସରକାରଙ୍କ ଠାରୁ ଜବାବ ମାଗିଲେ ଏନଏଚଆରସି
ଅପରାଧ

ହାଇଦ୍ରାବାଦରେ ଓଡିଶା ମହିଳାଙ୍କ ଆତ୍ମହତ୍ୟା ଘଟଣା: ତେଲଙ୍ଗାନା ସରକାରଙ୍କ ଠାରୁ ଜବାବ ମାଗିଲେ ଏନଏଚଆରସି

November 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ୨୦୨୪ ନଭେମ୍ବର ୨୭ ତାରିଖରେ ତେଲଙ୍ଗାନାର ହାଇଦ୍ରାବାଦର ରାଇଦୁର୍ଗମ୍ ଅଞ୍ଚଳରେ ଜଣେ ପୁରୁଷଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆଣି ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ସ୍ୱତଃସ୍ପୃର୍ତ ଭାବେ ଗ୍ରହଣ କରିଛନ୍ତି। ଓଡ଼ିଶାରୁ ପୀଡ଼ିତାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ୧୦ ଲକ୍ଷ ଟଙ୍କାର ଚୁକ୍ତି ଅନୁଯାୟୀ ସରୋଗେସି ପାଇଁ ଦଲାଲଙ୍କ ଜରିଆରେ ସହରକୁ ଅଣାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ସହରରେ ସ୍ୱାମୀଙ୍କଠାରୁ ଦୂରରେ ଏକ ଅଲଗା ଫ୍ଲାଟରେ ଏକାକୀ ରହିବାକୁ ବାଧ୍ୟ କରାଯାଇଥିଲା।

ଆୟୋଗ କହିଛନ୍ତି ଯେ, ଗଣମାଧ୍ୟମ ରିପୋର୍ଟର ବିଷୟବସ୍ତୁ ଯଦି ସତ, ତେବେ ପୀଡ଼ିତା ମହିଳାଙ୍କ ମାନବିକ ଅଧିକାର ଉଲ୍ଲଂଘନ ଭଳି ଏକ ଗମ୍ଭୀର ପ୍ରସଙ୍ଗ ହୋଇଛି। ତେଲଙ୍ଗାନା ର ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ନୋଟିସ ଜାରି କରି ଦୁଇ ସପ୍ତାହ ମଧ୍ୟରେ ଏହି ମାମଲାରେ ରୁଜୁ ଏବଂ ଏଫଆଇଆରର ସ୍ଥିତି ସମେତ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ରାଜ୍ୟରେ ସରୋଗେସି ନାଁରେ ମହିଳାଙ୍କୁ ନିର୍ଯାତନା ଦେବା ନେଇ ଲୋକଙ୍କ ଠାରୁ କୌଣସି ଅଭିଯୋଗ ଆସିଛି କି ନାହିଁ ତାହା ମଧ୍ୟ କମିଶନ ପୋଲିସ କର୍ତ୍ତୃପକ୍ଷଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି।

୨୦୨୪ ନଭେମ୍ବର ୨୮ ତାରିଖରେ ପ୍ରକାଶିତ ଖବର ଅନୁଯାୟୀ, ଜଣେ ପୁରୁଷଙ୍କ ଯୌନ ନିର୍ଯାତନାରୁ ବର୍ତ୍ତିବା ପାଇଁ ଓଡ଼ିଶାର ୨୫ ବର୍ଷୀୟା ପୀଡ଼ିତା ମହିଳା ଆତ୍ମହତ୍ୟା କରିଥିଲେ। ପୀଡ଼ିତାଙ୍କ ସ୍ୱାମୀ ୪ ବର୍ଷର ପୁଅ ସହ ନିକଟରେ ଏକ ଭିନ୍ନ ବାସଭବନରେ ରହୁଥିଲେ।

ସୂଚନା ଅନୁଯାୟୀ, ୨୦୨୪ ନଭେମ୍ବର ୨୬ ତାରିଖରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ଫୋନ୍ କରି କହିଥିଲେ ଯେ ସେ ସେଠାରେ ରହିବାକୁ ଚାହୁଁନାହାନ୍ତି ଏବଂ ପୁରୁଷ ଜଣକ ତାଙ୍କୁ ଯୌନ ନିର୍ଯାତନା ଦେଉଥିବାରୁ ଆତ୍ମହତ୍ୟା କରିବେ।

ଆତ୍ମହତ୍ୟା ଘଟଣା ଏନଏଚଆରସି ଯୌନ ନିର୍ଯାତନା
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.