ଜବତ ହେଲା ହେଲା ୮ କୋଟିରୁ ଉର୍ଦ୍ଧ୍ଵ ଡ୍ରଗ୍ସ, ଅମୃତସର ବିମାନ ବନ୍ଦରରେ ଧରା ପଡିଲେ ମାଲେସିଆର ଯାତ୍ରୀ

Published: Mar 1, 2025, 2:56 pm IST

ଅମୃତସର: ଅମୃତସର ବିମାନବନ୍ଦରରେ ଜଣେ ଯାତ୍ରୀଙ୍କୁ ପ୍ରାୟ ୮ କୋଟି ଟଙ୍କା ମୂଲ୍ୟର ନିଶା ଦ୍ରବ୍ୟ ମାମଲାରେ ଗିରଫ କରାଯାଇଛି। କଷ୍ଟମ୍ସ ଅଧିକାରୀମାନେ ଆଜି ଏହି ସୂଚନା ଦେଇଛନ୍ତି। ଗିରଫ ଯାତ୍ରୀଙ୍କ ନାମ ମନଦୀପ ସିଂ। ଅଧିକାରୀ କହିଛନ୍ତି ଯେ, ମନଦୀପ ସିଂ ସିଂ ଫେବୃଆରୀ ୨୬ ତାରିଖରେ ମାଲେସିଆରୁ ବିମାନ ଯୋଗେ ଅମୃତସର ଆସିଥିଲେ। ଯେତେବେଳେ ତାଙ୍କ ସାମଗ୍ରୀ ଯାଞ୍ଚ କରା ଯାଇଥିଲା, ଅଧିକାରୀମାନେ ୮.୧୭ କିଲୋଗ୍ରାମ ଡ୍ରଗ୍ସ ପାଇଥିଲେ।

ଅଧିକାରୀ କହିଛନ୍ତି ଯେ, ମନଦୀପ ସିଂଙ୍କ ନିକଟରୁ ମିଳିଥିବା ଡ୍ରଗ୍ସ ଗଞ୍ଜା ପରି ଦେଖାଯାଉଛି, ଯାହାର ମୂଲ୍ୟ ପ୍ରାୟ ୮.୧୭ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ନାରକୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ, ୧୯୮୫ ଅନୁଯାୟୀ ମନଦୀପ ସିଂଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ଅନ୍ୟ ଏକ ମାମଲାରେ, ସିଙ୍ଗାପୁରରୁ ଆସୁଥିବା ଯାତ୍ରୀଙ୍କଠାରୁ ୪୦୦ ଗ୍ରାମ ସୁନା ଜବତ କରିଥିବା କଷ୍ଟମ୍ସ ଅଧିକାରୀ କହିଛନ୍ତି। ତାଙ୍କ ନିକଟରୁ ପ୍ରାୟ ୩୫.୬୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଚେନ୍ ଏବଂ ଚୁଡି ଜବତ କରାଯାଇଛି।

Related posts