କୁଲାଡ଼ଗଡ ବ୍ୟାଘ୍ର ଦେବୀ ମନ୍ଦିର ଲୁଟ୍: ୪ ଅଭିଯୁକ୍ତ ଗିରଫ

Published: May 6, 2025, 7:42 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ଼ଗଡ ବ୍ୟାଘ୍ର ଦେବୀ ମନ୍ଦିର ଚୋରି ଘଟଣାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଚୋରି ଅଳଙ୍କାର ଜବତ ହୋଇଛି। ଏହି ଭଳି ସମ୍ବେଦନଶୀଳ ଘଟଣାକୁ ଭଞ୍ଜନଗର ପୋଲିସ ଗୁରୁତର ସହ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ୪ ଜଣଙ୍କୁ ଉଠାଇ ଆଣି ଜେରା କରିବା ପରେ ଚୋରି ଅଳଙ୍କାର ଜବତ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts