Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସାଇବର ଠକେଇ ଉପରେ ଅଂକୁଶ ଲଗାଇବାକୁ ଏଫଆରଆଇ ଲାଗୁ କଲା ଦୂରସଞ୍ଚାର ବିଭାଗ
ଅପରାଧ

ସାଇବର ଠକେଇ ଉପରେ ଅଂକୁଶ ଲଗାଇବାକୁ ଏଫଆରଆଇ ଲାଗୁ କଲା ଦୂରସଞ୍ଚାର ବିଭାଗ

May 21, 2025No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସାଇବର ଠକେଇ ଏବଂ ଆର୍ଥିକ ଅପରାଧର ମୁକାବିଲା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଟେଲିକମ୍ ବିଭାଗ (ଡିଓଟି) ଅଂଶୀଦାରମାନଙ୍କ ସହିତ ‘‘ଆର୍ଥିକ ଠକେଇ ବିପଦ ସୂଚକ (ଏଫଆରଆଇ)’’ ତଥ୍ୟ ପ୍ରଦାନ କରିବା ପାଇଁ ଘୋଷଣା କରିଛି। ଏହା ହେଉଛି ଡିଜିଟାଲ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ (ଡିଆଇପି)ର ଅଂଶବିଶେଷ ରୂପରେ ବିକଶିତ ଏକ ବହୁମୁଖୀ ବିଶ୍ଳେଷଣାତ୍ମକ ଉପକରଣରୁ ପ୍ରାପ୍ତ ପରିଣାମ। ସାଇବର ଠକେଇ ନିବାରଣ ଲାଗି ଅଗ୍ରୀମ କାର୍ଯ୍ୟାନୁଷ୍ଠାନ ଯୋଗ୍ୟ ଗୁଇନ୍ଦା ସୂଚନା ପ୍ରଦାନ କରି ଆର୍ଥିକ ପ୍ରତିଷ୍ଠାନଗୁଡ଼ିକୁ ସଶକ୍ତ କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଉପକରଣ ଦ୍ୱାରା ଚିହ୍ନିତ ମୋବାଇଲ ନମ୍ବରରେ ଡିଜିଟାଲ ଦେୟ ପ୍ରଦାନ କରାଯିବା ସମୟରେ ଉକ୍ତ ନମ୍ବରରେ ସାଇବର ସୁରକ୍ଷା ଏବଂ ସତ୍ୟତା ଯାଞ୍ଚକୁ ସୁଦୃଢ଼ କରାଯାଇପାରିବ।

ଏହା ଏକ ବିପଦ ଆଧାରିତ ମାପନ ବ୍ୟବସ୍ଥା ଯାହା କୌଣସି ଏକ ମୋବାଇଲ୍‌ ନମ୍ବରକୁ ଆର୍ଥିକ ଠକେଇର ମଧ୍ୟମ, ଉଚ୍ଚ କିମ୍ବା ଅତି ଉଚ୍ଚ ବିପଦ ସହ ଜଡ଼ିତ ବୋଲି ବର୍ଗୀକୃତ କରିଥାଏ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ4ସି) ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ (ଏନସିଆରପି), ଦୂରସଞ୍ଚାର ବିଭାଗର ଚକ୍ଷୁ ପ୍ଲାଟଫର୍ମ ଏବଂ ବ୍ୟାଙ୍କ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକ ଠାରୁ ମିଳିଥିବା ତଥ୍ୟ ଆଧାରରେ ଏହି ବର୍ଗୀକରଣ କରାଯାଇଥାଏ। ଏହା ବିଭିନ୍ନ ଅଂଶୀଦାର, ବିଶେଷ କରି ବ୍ୟାଙ୍କ, ଏନ୍.ବି.ଏଫ୍.ସି. ଏବଂ ୟୁ.ପି.ଆଇ. ସେବା ପ୍ରଦାନକାରୀଙ୍କୁ କାର୍ଯ୍ୟକାରିତାକୁ ପ୍ରାଥମିକତା ଦେଇଥାଏ ଏବଂ ଯଦି କୌଣସି ମୋବାଇଲ୍ ନମ୍ବରରେ ଅଧିକ ବିପଦ ଥାଏ, ତେବେ ଅତିରିକ୍ତ ଗ୍ରାହକ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ପାଇଁ ସଶକ୍ତ କରିଥାଏ।

ଦୂରସଞ୍ଚାର ବିଭାଗର ଡିଜିଟାଲ ଗୁଇନ୍ଦା ୟୁନିଟ୍‌ (ଡିଆଇୟୁ) ସଂଯୋଗ ବିଚ୍ଛିନ୍ନ ହୋଇଥିବା ମୋବାଇଲ ନମ୍ବର (ମୋବାଇଲ ନମ୍ବର ରିଭୋକେସନ୍‌ ତାଲିକା-ଏମଏନଆରଏଲ)ଗୁଡ଼ିକୁ ଅଂଶୀଦାରମାନଙ୍କୁ ପ୍ରଦାନ କରିଥାଏ। ଏଥିସହିତ ସାଇବର ଅପରାଧରେ ସମ୍ପୃକ୍ତ ହେବା, ପୁନଃଯାଞ୍ଚରେ ବିଫଳ ହେବ, ସୁପାରିସ ସୀମାଠାରୁ ବାହାରକୁ ଯିବା ଆଦି ଭଳି ସଂଯୋଗ ବିଚ୍ଛିନ୍ନ ହେବାର କାରଣ ମଧ୍ୟ ଦର୍ଶାଇଥାଏ। ଏହି ନମ୍ବରଗୁଡ଼ିକ ସାଧାରଣତଃ ଆର୍ଥିକ ଅପରାଧରେ ବ୍ୟବହାର କରାଯାଇଥାଏ। ଯେହେତୁ ସାଇବର ଠକେଇରେ ଅପବ୍ୟବହାର ହେଉଥିବା ଏକ ମୋବାଇଲ୍ ନମ୍ବରର ଜୀବନକାଳ ସାଧାରଣତଃ କିଛି ଦିନ ହୋଇଥାଏ, ଏବଂ ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ଅନେକ ଦିନ ଲାଗିପାରେ, ଏହିପରି ସଂଖ୍ୟା ସହିତ ଜଡିତ ବିପଦ ଉପରେ ଏକ ଅଗ୍ରୀମ ସୂଚକ ଅତ୍ୟନ୍ତ ଉପଯୋଗୀ ହେବ।

ତେଣୁ କୌଣସି ସନ୍ଦିଗ୍ଧ ମୋବାଇଲ ନମ୍ବର କୌଣସି ଅଂଶୀଦାରଙ୍କ ଦ୍ୱାରା ଚିହ୍ନଟ କରାଯିବା ମାତ୍ରେ, ଏହାର ବହୁମୁଖୀ ବିଶ୍ଳେଷଣ କରାଯାଇଥାଏ ଏବଂ ତାହାକୁ ମଧ୍ୟମ, ଉଚ୍ଚ କିମ୍ବା ଅତି ଉଚ୍ଚ ଆର୍ଥିକ ବିପଦ ସହ ଜଡ଼ିତ ଥିବା ବିପଦ ରୂପେ ବର୍ଗୀକୃତ କରାଯାଇଥାଏ। ଏହାପରେ ଉକ୍ତ ନମ୍ବର ବିଷୟରେ ଏହି ଆକଳନକୁ ତୁରନ୍ତ ଡିଆଇପି ମାଧ୍ୟମରେ ସବୁ ଅଂଶୀଦାରଙ୍କୁ ଶେୟାର କରାଯାଏ।

ଫୋନ୍‌ ପେ’ ପ୍ରଥମ ସଂସ୍ଥା ଭାବେ ଏଫଆରଆଇକୁ ପ୍ରାରମ୍ଭିକ ଅବସ୍ଥାରେ ଗ୍ରହଣ କରିଛି । ଅତି ଉଚ୍ଚ ଏଫଆରଆଇ ମୋବାଇଲ ନମ୍ବର ସହ ଜଡ଼ିତ ନେଣଦେଣକୁ ଅସ୍ୱୀକାର କରିବା ଏବଂ ଫୋନପେ’ ପ୍ରୋଟେକ୍ଟ ସୁବିଧାର ଅଂଶବିଶେଷ ଭାବେ ଅନସ୍କ୍ରିନ୍‌ ଆଲର୍ଟ ପ୍ରଦର୍ଶିତ କରିବା ଲାଗି ଫୋନ୍‌ ପେ’ ଏହାର ଉପଯୋଗ କରିଛି। ଫୋନ୍‌ ପେ’ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟରୁ ମଡେଲର ପ୍ରଭାବ ଜଣାପଡ଼ିଥାଏ- ସଫ୍ଟ ସିଗ୍ନାଲ ରୂପରେ ପାସ୍‌ ହୋଇଥିବା ନମ୍ବର ସାଇବର ଠକେଇ ମାମଲାରେ ବାସ୍ତବରେ ସାମିଲ ହେବାର ଆଶଙ୍କା ବହୁତ ଅଧିକ ଥିବା ଜଣାପଡ଼ିଥାଏ। ମଧ୍ୟମ ଏଫଆରଆଇ ନମ୍ବର ପାଇଁ ନେଣଦେଣର ଅନୁମତି ଦେବା ପୂର୍ବରୁ ଫୋନ୍‌ ପେ’ ଏକ ସକ୍ରିୟ ବ୍ୟବହାରକାରୀ ଚେତାବନୀ ପ୍ରଦର୍ଶିତ କରିବା ଲାଗି କାମ କରିଥାଏ।

ଫୋନ ପେ’, ପେ’ଟିଏମ ଏବଂ ଗୁଗଲ ପେ’ ଭଳି ଅଗ୍ରଣୀ ୟୁପିଆଇ ପ୍ଲାଟଫର୍ମରେ 90% ୟୁପିଆଇ ନେଣଦେଣ ହେଉଥିବା ବେଳେ ସେମାନେ ମଧ୍ୟ ଆର୍ଥିକ ଠକେଇକୁ ହ୍ରାସ କରିବା ଲାଗି ଡିଆଇପି ଆଲର୍ଟକୁ ସେମାନଙ୍କ ବ୍ୟବସ୍ଥା ସହ ଯୋଡ଼ିବା ଆରମ୍ଭ କରିଛନ୍ତି । ଉଦାହରଣ ସ୍ୱରୂପ, ଅଗ୍ରଣୀ ୟୁପିଆଇ ପ୍ଲାଟଫର୍ମଗୁଡ଼ିକ ମଧ୍ୟରୁ ଗୋଟିଏ ସତର୍କ ସୂଚନା ଏବଂ ବ୍ୟବହାରକାରୀଙ୍କ ନିଶ୍ଚିତକରଣର ଆବଶ୍ୟକତା ସହିତ ନେଣଦେଣ ବିଳମ୍ବ କରିବା ଆରମ୍ଭ କରିଛି। ଅନ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସାଇବର ଠକେଇକୁ ହ୍ରାସ କରିବା ପାଇଁ ତଥ୍ୟକୁ ସକ୍ରିୟ ଭାବେ ବ୍ୟବହାର କରୁଛନ୍ତି। ୟୁପିଆଇ ସମଗ୍ର ଭାରତରେ ସର୍ବାଧିକ ପସନ୍ଦଯୋଗ୍ୟ ଦେୟ ପଦ୍ଧତି ହୋଇଥିବାରୁ, ଏହି ହସ୍ତକ୍ଷେପ ଲକ୍ଷ ଲକ୍ଷ ନାଗରିକଙ୍କୁ ସାଇବର ଠକେଇର ଶିକାର ହେବାରୁ ରକ୍ଷା କରିପାରିବ। ଉଭୟ ଦୂରସଞ୍ଚାର ଏବଂ ଆର୍ଥିକ କ୍ଷେତ୍ରରେ ସନ୍ଦିଗ୍ଧ ଠକେଇ ବିରୋଧରେ ଦ୍ରୁତ, ଲକ୍ଷ୍ୟବଦ୍ଧ ଏବଂ ସହଯୋଗୀ କାର୍ଯ୍ୟାନୁଷ୍ଠାନ ପାଇଁ ଏଫ୍.ଆର୍.ଆଇ. ଅନୁମତି ଦେଇଥାଏ।

ଜାତୀୟ ସ୍ତରର ପ୍ରଯୁକ୍ତିବିଦ୍ୟା ପରିଚାଳିତ ସମାଧାନ କାର୍ଯ୍ୟକାରୀ କରି ଏବଂ ଅଂଶୀଦାରମାନଙ୍କ ସହିତ ସହଯୋଗ ମାଧ୍ୟମରେ ଦୂରସଞ୍ଚାର ସମ୍ବଳର ଅପବ୍ୟବହାରକୁ ରୋକିବା ପାଇଁ ଦୂରସଞ୍ଚାର ବିଭାଗ ପ୍ରତିଶ୍ରୁତିବଦ୍ଧ । ଏହା ସବୁ ନାଗରିକଙ୍କ ପାଇଁ ଏକ ସୁରକ୍ଷିତ ଏବଂ ନିରାପଦ ଦୂରସଞ୍ଚାର ଇକୋସିଷ୍ଟମ ନିଶ୍ଚିତ କରିଥାଏ।

ଦୂରସଞ୍ଚାର ବିଭାଗ ଆର୍ଥିକ ଅନୁଷ୍ଠାନ ଏବଂ ଡିଜିଟାଲ୍ ପେମେଣ୍ଟ ପ୍ଲାଟଫର୍ମ ସହିତ ସହଭାଗିତା ଜାରି ରଖିଛି ଯାହା ସତର୍କତା ପ୍ରଣାଳୀକୁ ଆହୁରି ଉପଯୋଗ କରିବ ଏବଂ ପ୍ରତିକ୍ରିୟା ସମୟ ହ୍ରାସ କରିବ। ଗ୍ରାହକ ସମ୍ମୁଖୀନ ହେଉଥିବା ବ୍ୟବସ୍ଥାରେ ଏଫ.ଆର.ଆଇ.ର ଏକୀକରଣ ଏକ ଶିଳ୍ପ ମାନକରେ ପରିଣତ ହେବ ବୋଲି ଆଶା କରାଯାଉଛି, ଯାହା ଭାରତର ଡିଜିଟାଲ ଆର୍ଥିକ ଇକୋସିଷ୍ଟମରେ ବ୍ୟବସ୍ଥିତ ନମନୀୟତା ଆଣିବ।

CyberCrime UPI ୟୁପିଆଇ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Latest News

ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ

August 25, 2025

ଯାତ୍ରୀଙ୍କ ପାଇଁ ଖୁସି ଖବର: ପାଟନା ଏବଂ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍‌

August 25, 2025

ବାଣପୁର: ଔଷଧ ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ପାଉଁଶ

August 25, 2025

ସ୍ଥିର ହେଲା ମା’ଭଗବତୀଙ୍କ ପୀଠରେ ‘ଷଷ୍ଠି ଓଷା’, ‘ଲଳିତା ସପ୍ତମୀ’ ପାଣି ତୋଳା ଯାତ୍ରାର ଲଗ୍ନ

August 25, 2025

ଭୁଲ ନିର୍ବାଚନ ତଥ୍ୟ ସେୟାର କରିବା ମାମଲା: ସୁପ୍ରିମକୋର୍ଟରୁ ସଞ୍ଜୟ କୁମାରଙ୍କୁ ବଡ଼ ଆଶ୍ୱସ୍ତି

August 25, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.