
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ସୋମବାର ବିଳମ୍ବିତ ରାତିରେ ବଡ଼ବଜାର ଥାନା ଅର୍ନ୍ତଗତ ଜଗବନ୍ଧୁ ସାହି ନିକଟରେ ଘଟିଥିବା ବିଦ୍ୟାଧର ପାଣିଗ୍ରାହୀ ହତ୍ୟାକାଣ୍ଡରେ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୫ ଜଣ ଅଭିଯୁକ୍ତ ଯଥା କାଳିଆ ନାୟକ, ଭାସ୍କର ନାୟକ, ସୁଦଷ୍ଣା ନାୟକ ଓ କାର୍ତ୍ତିକେଶ୍ଵର ମେହେର ପ୍ରମୁଖଙ୍କୁ ବଡ଼ବଜାର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିଛି। ଆହୁରି ଘଟଣାର ତଦନ୍ତ ଚାଲିଥିବା ସୁଚନା ମିଳୁଛି।