Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ: 23ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ
ଅପରାଧ

ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ: 23ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ

July 1, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
Cybercrime
Operation Cyber Kavach: 84 Arrested in Statewide Cybercrime Crackdown

ଭୁବନେଶ୍ଵର: କ୍ରାଇମ୍ ବ୍ରାଞ୍ଚ, ଓଡିଶାର ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ 23ଟି ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ  ପ୍ରକ୍ରିୟା ଆରମ୍ଭ କରିଛି। ସେଥିମଧ୍ୟରୁ 15ଟି ୱେବସାଇଟ୍ କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ଚସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି। ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି। ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍‌ଗୁଡ଼ିକର ଶିକାର ହେଉଛନ୍ତି। ଏହି ନକଲି ୱେବସାଇଟ୍ ପେଜଗୁଡିକ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ଅବିକଳ ଅସଲି ୱେବସାଇଟ୍ ପରି ଦୃଶ୍ୟମାନ ହୋଇଥାଏ। ଯାହାଫଳରେ କି, ସାଧାରଣ ଲୋକଟି ପାଇଁ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ୟ କରିବା ବହୁତ କଷ୍ଟକର ହୋଇପଡ଼େ। ଠକମାନେ ବିଭିନ୍ନ ପ୍ରତିଷ୍ଠିତ ହୋଟେଲର  ନକଲି ୱେବ ସାଇଟ୍ ପ୍ରସ୍ତୁତ କରିବା ସହ କମ ଟଙ୍କା,  ଗ୍ୟାରେଣ୍ଟି ବୁକିଂ ଓ ଆକର୍ଷଣୀୟ ଅଫର୍ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଵିଜ୍ଞାପନ  ଦେଇ ପର୍ଯ୍ୟଟକଙ୍କୁ ଠକେଇ କରୁଥିବା ଘଟଣା ନଜରକୁ ଆସିଥାଏ। ଏହି ଠକମାନେ ପ୍ରାୟତଃ ଗୁଗୁଲ୍ ସର୍ଚ୍ଚର ଶୀର୍ଷରେ ନକଲି ୱେବସାଇଟ୍ ରଖନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଅତୀତରେ ଘଟିଥିବା ଘଟଣା ଯୋଗୁଁ ଚଳିତ ବର୍ଷ ଓଡ଼ିଶାରେ କ୍ରାଇମବ୍ରାଞ୍ଚର ସୋସିଆଲ ମିଡିଆ ଟିମ୍ ସତର୍କ ରହିଛି। ଗତ ବର୍ଷ, ଏହି ପ୍ରକାରର ଠକେଇରେ ଓଡ଼ିଶା ଏବଂ ଅନ୍ୟାନ୍ୟ ରାଜ୍ୟର ଅନେକ ଲୋକ ବହୁତ ଟଙ୍କା ହରାଇଛନ୍ତି। ଏହି ବର୍ଷ, ଟିମ୍ ୨୨ ଜୁନ୍ ୨୦୨୫ ରୁ ଆଜି ପର୍ଯ୍ୟନ୍ତ ନକଲି ହୋଟେଲ ସାଇଟ୍ ଖୋଜିବା, ସେଗୁଡ଼ିକୁ ରିପୋର୍ଟ କରିବା ଏବଂ ଯଥାଶୀଘ୍ର ସତର୍କତା ପଠାଇବା ପାଇଁ ଦିନରାତି କାମ କରୁଛି। ଚଳିତବର୍ଷ ସୁନାବେଶ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ।

ଲୋକଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିବା ପାଇଁ, ଆମର ଅଫିସିଆଲ୍ ସାଇବର ସୁରକ୍ଷା ପେଜ ମାଧ୍ୟମରେ ଏହି ଠକେଇ ବିଷୟରେ ନିୟମିତ ସତର୍କତା ଏବଂ ସଚେତନତା ବାର୍ତ୍ତା ମଧ୍ୟ ସେୟାର କରାଯାଉଛି । ଗୁରୁତ୍ୱପୂର୍ଣ୍ଣ ଅପଡେଟ୍, ସୁରକ୍ଷା ଟିପ୍ସ ଏବଂ ରିଅଲ୍-ଟାଇମ୍ ଚେତାବନୀ ପାଇଁ ନାଗରିକମାନଙ୍କୁ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ @cybercopodisha କୁ ଅନୁସରଣ କରିବାକୁ ସୂଚନା ପ୍ରଦାନ କରାଯାଇଛି।

ନାଗରିକଙ୍କ ପାଇଁ ସୁରକ୍ଷା ବାର୍ତ୍ତା:

MakeMyTrip, Goibibo, Booking.com, Trivago, ଇତ୍ୟାଦି ସ୍ୱୀକୃତି ପ୍ରାପ୍ତ ୱେବସାଇଟ୍ ମାଧ୍ୟମରେ ବୁକିଂ କରନ୍ତୁ।

Google Maps ବ୍ୟବହାର କରି ହୋଟେଲର ଠିକଣା ଓ ନମ୍ବର କ୍ରସ୍‌ଚେକ୍ କରନ୍ତୁ।

ବୁକିଂ ସମୟରେ ସମସ୍ତ ଅର୍ଥ ଅଗ୍ରିମ ପଇଠ କରନ୍ତୁ ନାହିଁ।

ସୁରକ୍ଷିତ ପେମେଣ୍ଟ ଗେଟୱେ ବ୍ୟବହାର କରନ୍ତୁ।

ବୈଧ ଇନଭଏସ୍ କିମ୍ବା ବୁକିଂ ଆଇଡି ସହ ଇମେଲ୍ ବା SMS ମାଧ୍ୟମରେ ନିଶ୍ଚିତ ପାଆନ୍ତୁ।

ରଥଯାତ୍ରା ସମୟରେ ଅପେକ୍ଷାକୃତ କମ ଦର ଦେଖି ବୁକିଂ କରନ୍ତୁ ନାହିଁ।

ବୁକିଂ ବେଳେ ଆପଣ ଠକାମିର ଶିକାର ହୋଇଛନ୍ତି ଜାଣିଲେ ତୁରନ୍ତ  1930 ରେ ରିପୋର୍ଟ କରନ୍ତୁ।

କ୍ରାଇମ୍ ବ୍ରାଞ୍ଚ ଦୃଢ଼ କାର୍ଯ୍ୟାନୁଷ୍ଠାନ ନକଲି ୱେବସାଇଟ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026
Latest News

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବଡ଼ ଆଶ୍ଵସ୍ତି: ଫୌଜଦାରୀ ମାନହାନି ମାମଲା ଖାରଜ କଲେ କୋର୍ଟ

April 1, 2026

ଆଜି ଲକ୍ଷ୍ନୌ ବନାମ ଦିଲ୍ଲୀ ମ୍ୟାଚ୍ କିପରି ମାଗଣାରେ ଲାଇଭ୍ ଦେଖିବେ?: ଜାଣନ୍ତୁ….

April 1, 2026

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

April 1, 2026

୭୮ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପଦକ ପ୍ରଦାନ କଲେ ଡିଜିପି

April 1, 2026

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.