ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ପୋଲିସ୍ ର ଚଢ଼ାଉ ଫଳରେ ଏକ ଅଜଣା ସ୍ଥାନରେ କବିସୂର୍ଯ୍ୟ ନଗର ଡାକବଙ୍ଗଳା ରାସ୍ତାର ଅସାମାଜିକ ଯୁବକ ସୁନୀଲ ନାହାକ ସହ ମୁହାଁମୁହିଁ ହୋଇଥିଲା ଓ ସୁନୀଲ ପୋଲିସ ଉପରକୁ ଗୁଳି ଚଳାଇଥିଲା। କିନ୍ତୁ ଗୁଳି ଲକ୍ଷ ଭ୍ରଷ୍ଟ ହୋଇ ଗାଡ଼ି ଉପରକୁ ବାଜିଥିଲା। ଅନ୍ୟ ପକ୍ଷରେ ପୋଲିସ ର ପାଲଟା ଗୁଳିରେ ସୁନୀଲର ବାମ ଗୋଡ଼ରେ ଆଘାତ ଲାଗି ପୋଲିସ ହାତରେ ଧରାପଡ଼ିଥିଲା। ପୋଲିସ ତାକୁ ଘଟଣାସ୍ଥଳରୁ ଉଠାଇ ଆଣି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ଗୁରୁତର ସୁନୀଲ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଲିପ୍ତ ହୋଇ ପୋଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ ତାଲିକାରେ ଥିଲା।