Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସିଏମଓ ଙ୍କୁ ମିଥ୍ୟା ତଥ୍ୟ ଦେଇ ଅଡୁଆରେ ବାଣପୁର ଏନଏସି ଇଓ: କାର୍ଯ୍ୟାନୁଷ୍ଠାନ ଦାବି
ଅପରାଧ

ସିଏମଓ ଙ୍କୁ ମିଥ୍ୟା ତଥ୍ୟ ଦେଇ ଅଡୁଆରେ ବାଣପୁର ଏନଏସି ଇଓ: କାର୍ଯ୍ୟାନୁଷ୍ଠାନ ଦାବି

August 12, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା/ବାଣପୁର: ଜନସାଧାରଣଙ୍କ ଅଭିଯୋଗ ଶୁଣାଣିକୁ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ ଦାଖଲ ପ୍ରକ୍ରିୟାକୁ ସରଳିକରଣ କରିଥିବା ବେଳେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଉକ୍ତ ପୋର୍ଟାଲ ଦ୍ୱାରା ହେଉଛି। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସିରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି।

ବାଣପୁର ଏନଏସି ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ ଉକ୍ତ ପୋର୍ଟାଲରେ ପଞ୍ଜିକୃତ କଲେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଅଭିଯୋଗକୁ ମାସ ମାସ ଧରି ସମାଧାନ କରୁନାହାନ୍ତି ଏବଂ ସିଏମଓ ଙ୍କୁ ମିଛ ତଥ୍ୟ ମଧ୍ୟ ଦେବାକୁ ପଛାଉନାହାନ୍ତି। ଏପରି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବାଣପୁର ଅଞ୍ଚଳର ଆଇନଜୀବୀ ସୀତାରାମ ଅଗ୍ରୱାଲ।

ସୂଚନା ମୁତାବକ ବାଣପୁର ଏନଏସି ୧୦ ନମ୍ବର ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନିର୍ମାଣ ନହେବା ଦ୍ୱାରା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଗତ ଏପ୍ରିଲ ୭ ତାରିଖରେ ଶ୍ରୀ ଅଗ୍ରୱାଲ ଉକ୍ତ ପୋର୍ଟାଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟିକେଟ ସଂଖ୍ୟା ସିଏମଓ୨୦୨୫୧୧୫୫୭୨୩ ରେ ଏକ ଅଭିଯୋଗ ପଞ୍ଜିକୃତ କରିଥିଲେ। ତେବେ ଚଳିତ ଜୁଲାଇ ୨୨ ତାରିଖରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପତ୍ର ସଂଖ୍ୟା ୧୧୮୨ ରେ ଉକ୍ତ ଅଭିଯୋଗର ବିଚାର ପତ୍ର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ଉପପତ୍ର ସଂଖ୍ୟା ୧୧୮୩ ରେ ସିଏମଓ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅଭିଯୋଗ ପ୍ରକୋଷ୍ଠ କୁ ପଠାଇଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କିଛି ଭୁଲ ତଥ୍ୟ ସିଏମଓ ଏବଂ ଅନ୍ୟ ବିଭାଗକୁ ପ୍ରଦାନ କରିଛନ୍ତି।

ପୂର୍ତ୍ତ ବିଭାଗ ଦ୍ୱାରା ଉକ୍ତ ୱାର୍ଡ ଅନ୍ତର୍ଗତ ତଳସାହି ସଂଲଗ୍ନ ମୁଖ୍ୟ ରାସ୍ତାରେ ଡ୍ରେନ ନିର୍ମାଣ ମଇ ମାସ ସୁଦ୍ଧା ସମ୍ପୂର୍ଣ୍ଣ ହୋଇ ଉକ୍ତ ଡ୍ରେନ ଦେଇ ବର୍ଷାଜଳ ନିଷ୍କାସନ ହେଉଥିବା ବେଳେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ୍ରେନ ର ଆଉଟଲେଟ ପୂର୍ତ୍ତ ବିଭାଗ ଦ୍ୱାରା ଚି଼ହ୍ନଟ ହୋଇନଥିବା ବିଭ୍ରାନ୍ତିକର ଉତ୍ତର ପ୍ରଦାନ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଯଦି ଡ୍ରେନର ଆଉଟଲେଟ ଚି଼ହ୍ନଟ ହୋଇନାହିଁ, ତେବେ କିପରି ବର୍ଷାଜଳ ଏହାଦ୍ୱାରା ନିଷ୍କାସନ ହେଉଛି।

ଅନୁରୂପଭାବେ ଅନ୍ୟ ଏକ ଉତ୍ତରଭାବେ ଡ୍ରେନ ନିର୍ମାଣ ପାଇଁ ସରକାରୀ ରାସ୍ତା ଜବରଦଖଲ ଉଚ୍ଛେଦ ଆବଶ୍ୟକ ଏବଂ ତାହାକୁ ଉଚ୍ଛେଦ କରିବାପାଇଁ ବାଣପୁର ତହସିଲଦାରଙ୍କୁ ପତ୍ର ପଠାଯାଇଥିବା ଉଲ୍ଲେଖ ଅଛି। ତେବେ ଏ ନେଇ ବାଣପୁର ତହସିଲଦାରଙ୍କ କାର୍ଯ୍ୟାଳୟକୁ ଆଇନଜୀବୀ ଶ୍ରୀ ଅଗ୍ରୱାଲ ଆରଟିଆଇ ଯୋଗେ ଉତ୍ତର ମାଗିବାରୁ ଜବରଦଖଲ ଉଚ୍ଛେଦ ପାଇଁ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୌଣସି ପତ୍ର ଦେଇନଥିବା ତହସିଲଦାରଙ୍କ କାର୍ଯ୍ୟାଳୟ ଉତ୍ତର ଦେଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି କାହା ଚାପରେ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏମଓ ଙ୍କୁ ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି। ଗତ ମଇ ୨୩ ତାରିଖ ଦିନ ଡ୍ରେନ ନିର୍ମାଣ ଉଦ୍ଦେଶ୍ୟରେ ୧୦ ନମ୍ବର ୱାର୍ଡର କିଛି ବାସିନ୍ଦାଙ୍କ ଜବରଦଖଲ ଉଚ୍ଛେଦ ଉଦ୍ଦେଶ୍ୟମୂଳକ ଭାବେ ହୋଇଥିବା ବେଳେ ଅନ୍ୟ ଜବରଦଖଲକାରୀଙ୍କ ପ୍ରତି ଅନୁଗ୍ରହ ଦେଖାଇଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ। ସିଏମଓଙ୍କୁ ମିଥ୍ୟା ତଥ୍ୟ ଦେବାଦ୍ଵାରା ଜନସାଧାରଣଙ୍କ ନିକଟରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଛବି ଖରାପ ହେଉଥିବା ବେଳେ ଉକ୍ତ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି।

Banapur NAC EO Banpur NAC Banpur News CM grivance CMO ODISHA MohanCharanMajhi
Share. Facebook Twitter LinkedIn Email WhatsApp Copy Link

Related Posts

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025
Latest News

ନବୀନ ପଟ୍ଟନାୟକଙ୍କ ଚାଲିଛି ଚିକିତ୍ସା, ହସପିଟାଲ ଭିତରୁ ଆସିଲା ଭିଡିଓ

August 17, 2025

ଜାତିର ପିତାଙ୍କୁ କେନ୍ଦ୍ର ସରକାରଙ୍କ ଅପମାନ ବରଦାସ୍ତ କରାଯିବ ନାହିଁ : କଂଗ୍ରେସ

August 17, 2025

ଓଡ଼ିଶା ସୂଚନା ସେବା ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା ସଭା

August 17, 2025

ନବୀନ ପଟ୍ଟନାୟକ ଅସୁସ୍ଥ, ଭୁବନେଶ୍ହରର ଏକ ହସପିଟାଲରେ ଭର୍ତ୍ତି, ଚାଲିଛି ଚିକିତ୍ସା

August 17, 2025

ଇଗ୍ନୋର ନାମଲେଖା ଅବଧି ଅଗଷ୍ଟ ୩୧ ତାରିଖକୁ ବୃଦ୍ଧି

August 17, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.