ବ୍ରହ୍ମପୁର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ “ଅପରେସନ ପ୍ରହାର” କାର୍ଯ୍ୟକ୍ରମ ଭିତ୍ତିରେ ବ୍ରହ୍ମପୁର ପୋଲିସ ର ଚଢ଼ାଉ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜଣାପଡିଛି। ଏହି ଜରିଆରେ ବିଭିନ୍ନ ଶିକ୍ଷାନୁଷ୍ଠାନ ନିକଟରେ ଅବସ୍ଥିତ ବିଭିନ୍ନ ପାନ ଦୋକାନ ଓ ଥଣ୍ଡା ପାନୀୟ ଦୋକାନୀମାନେ ଚଲାଇ ଥିବା ପାନ ଓ ଗୁଟଖା ବିକ୍ରି ନିଷେଧ ପାଳନ କଡାକଡି କରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି।
ଏହି ଚଢ଼ାଉ କାର୍ଯ୍ୟକ୍ରମ ରେ ବଡ଼ବଜାର ଥାନା, ବୈଦ୍ୟନାଥ ପୁର ଥାନା ଓ ଗୋଷାଣୀ ନୁଆଁଗାଁ ଥାନା ଅଧୀନରେ ଥିବା ୪୪ ଟି ଦୋକାନ ବିରୁଦ୍ଧରେ ଧାରା ୨୪ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ଆଗକୁ ଆହୁରି ଜୋରଦାର କାର୍ଯ୍ୟକ୍ରମ ଚାଲିବ ବୋଲି ପୋଲିସ ପ୍ରଶାସନ ସୁତ୍ରରୁ ଜଣାପଡିଛି।