Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ଯୁବକ ଗିରଫ
ଅପରାଧ

ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ଯୁବକ ଗିରଫ

September 6, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ନାବାଳିକାକୁ ଦୁଷ୍କର୍ମ
ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭବତୀ ମାମଲାରେ ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଘରେ କେହି ନଥିବାର ସୁଯୋଗ ନେଇ ଜଣେ ନାବାଳିକାକୁ ଦୁଷ୍କର୍ମ କରି ଗର୍ଭବତୀ କରିବା ମାମଲାରେ ଜଣକୁ ଗିରଫ କରିଛି ଗାଙ୍ଗପୁର ପୋଲିସ୍। ଗିରଫ ବ୍ୟକ୍ତି ଜଣକ ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡ଼ା ଗ୍ରାମର ଭଞ୍ଜ ନାଇକ।

ସୂଚନା ପ୍ରକାରେ ଗତ ମାସ ସତର ତାରିଖରେ ନାବାଳିକାଙ୍କ ମାଆ ଗାଙ୍ଗପୁର ଥାନାରେ ଅଭିଯୋଗ ଏହି ଯେ ତାଙ୍କ ସ୍ଵାମୀ ଚେନେଇ ଯାଇ ମୂଲ କାମ କରନ୍ତି। ସେ ମଧ୍ୟ ନିଜ ପାଞ୍ଚ ଝିଅକୁ ନେଇ ବଡ ଭଉଣୀ ଏବଂ ମାଆଙ୍କ ସହିତ ଭୁବନେଶ୍ୱରରେ ରହି ମୂଲ କାମ କରନ୍ତି। କିଛିଦିନ ତଳେ ତାଙ୍କର ୧୩ ବର୍ଷୀୟା ନାବାଳିକା ଝିଅ ପେଟ କାଟୁଛି କହି ବାନ୍ତି କରିବାରୁ ସେ ସନ୍ଦେହ କରି ଗର୍ଭ ପରୀକ୍ଷା କୀଟ ଆଣି ପରୀକ୍ଷା କରିଥିଲେ। ପରୀକ୍ଷାରୁ ତାଙ୍କ ଝିଅ ଗର୍ଭବତୀ ଅଛି ଜାଣିବା ପରେ ଝିଅକୁ ପଚାରି ଜାଣିବାକୁ ପାଇଥିଲେ ଯେ ଗତ ଜୁଲାଇ ମାସରେ ଅଭିଯୋଗ କାରିଣୀ ନିଜ ପାଞ୍ଚ ଝିଅକୁ ନେଇ ତାଙ୍କ ବାପା ଘର କାଳିଆଗୁଡାକୁ ଯାଇଥିଲେ। କାଳିଆଗୁଡା ଗାଁରେ ଥିବା ସମୟରେ ଦିନେ ଖରାବେଳେ ଉକ୍ତ ମହିଳା ଦୋକାନକୁ ଯାଇଥିବା ସମୟରେ ଘରେ ତାଙ୍କ ପାଞ୍ଚ ଝିଅ ଶୋଇଥିଲେ। ଏହି ସମୟରେ ତାଙ୍କ ବାପ ଘର ପଡ଼ୋଶୀ ପିଉସୀ ପୁଅ ଭାଇ ଭଞ୍ଜ ନାଇକ ଘରେ ପଶି ତାଙ୍କ ନାବାଳିକା ଝିଅର ପାଟିରେ କନା ପୁରେଇ ଦୁଷ୍କର୍ମ କରି ଧମକ ଦେଇ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା।

ପରବର୍ତ୍ତୀ ସମୟରେ ମହିଳା ଜଣକ ସ୍ବାମୀ କୁ ଏହି ବିଷୟ ଜଣାଇବା ପରେ ସ୍ବାମୀ ନିଜ ଗ୍ରାମ କୁ ଆସି ଉଭୟ ଦମ୍ପତି ମଞ୍ଚେଶ୍ଵର ଥାନା ରେ ଅଭିଯୋଗ କରିଥିଲେ ଓ ପୋଲିସ ଏତଲା ଗ୍ରହଣ କରି ମାମଲା ରୁଜୁ କରିଥିଲେ। କିନ୍ତୁ ମାମଲା ଗାଙ୍ଗପୁର ଥାନା ର ହୋଇ ଥିବାରୁ ମାମଲା କୁ ଗାଙ୍ଗପୁର ଥାନା କୁ ପଠାଇ ଦେଇଥିଲେ। ଗାଙ୍ଗପୁର ଥାନା ପୋଲିସ୍ ଘଟଣାର କରି କୌଣସି ଏକ ଅଜଣା ସ୍ଥାନରୁ ଅଭିଯୁକ୍ତ କୁ ଉଠାଇ ଆଣି ମାମଲା ନଂ ୪୯୮/୨୫ ଓ ପୋକ୍ସ ଆଇନ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଗର୍ଭବତୀ ମାମଲା ଗାଙ୍ଗପୁର ପୋଲିସ୍ ନାବାଳିକାକୁ ଦୁଷ୍କର୍ମ ଯୁବକ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ଦୀପାବଳି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

October 20, 2025

ଦୀପାବଳି ଅବସରରେ ସଭିଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

October 20, 2025

ଆସନ୍ତା ବର୍ଷ ୧.୬୦ ଲକ୍ଷରେ ପହଞ୍ଚିବ ସୁନା: ୫ ବର୍ଷ ମଧ୍ୟରେ ଦେବ ୨୦୦% ରିଟର୍ଣ୍ଣ

October 20, 2025
Latest News

ଆଇଏନଏସ ବିକ୍ରାନ୍ତରେ ଦେଶପ୍ରେମ ଓ ଆଲୋକର ଉତ୍ସବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

October 20, 2025

ପରାଜୟର ହ୍ୟାଟ୍ରିକ୍ ପରେ କିପରି ସେମିଫାଇନାଲରେ ପହଞ୍ଚିପାରିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ସମୀକରଣ

October 20, 2025

ଫ୍ରାନ୍ସକୁ ଝଟକା ଦେଲା ଏହି ମୁସଲିମ ଦେଶ: ରାଫେଲ ଜେଟ୍ ବଦଳରେ ଚୀନ୍ ଠାରୁ କିଣିବ ଲଢ଼ୁଆ ବିମାନ

October 20, 2025

ସ୍ୱଦେଶୀ ହିଁ ଶକ୍ତି: ଭାରତୀୟ ଉତ୍ପାଦକୁ ପ୍ରାଥମିକତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

October 20, 2025

ପାଞ୍ଚ ଦିନ ମଧ୍ୟରେ ଟ୍ରମ୍ପଙ୍କ ସହ ମୋଦୀଙ୍କ ସାକ୍ଷାତ?: ଭାରତଠାରୁ ଆମେରିକା ପର୍ଯ୍ୟନ୍ତ ବଢିଲା ରାଜନୈତିକ ଚର୍ଚ୍ଚା

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.