ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ ବଇଁଚବଣିଆ ଅଞ୍ଚଳରେ ପ୍ରିୟଜୀତ୍ ଜେନା ନାମକ ଜଣେ ଯୁବକ ନିଜ ଭିଣୋଇ ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ପଙ୍ଖାରେ ରଶି ଲଗାଇ ନିଜ ବେକରେ ଗୁଡେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ଘର ଆଡପଡା ଫାଣ୍ଡି ଅଞ୍ଚଳରେ ହୋଇଥିବା ବେଳେ ସେ ତାଙ୍କର ଭିଣୋଇ ବୈଦୁର୍ଯ୍ୟମଣି ଙ୍କର ଘରେ ରହୁଥିଲେ ଓ କୌଣସି କାମ ଧନ୍ଦା ନଥିବାରୁ ମାନସିକ ଅବସାଦରେ ରହୁଥିଲେ।
କିନ୍ତୁ ଗତକାଲି ତାଙ୍କ ଭଉଣୀ ଶୋଇବା ଘରର ପଙ୍ଖା ବନ୍ଦ ଥିବା ଦେଖି ଭିତରକୁ ଗଲା ବେଳେ ଦେଖିଲେ ଯେ, ଭାଇ ବେକରେ ରଶି ଗୁଡେ଼ଇ ପଙ୍ଖାରେ ଝୁଲୁଛି। ସଙ୍ଗେ ସଙ୍ଗେ ସ୍ବାମୀଙ୍କୁ ଜଣାଇଥିଲେ ଓ ସ୍ବାମୀ ଆସି ତଳକୁ ଓହ୍ଲେଇ ଚିକିତ୍ସା ପାଇଁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଭିଣୋଇ ଠାରୁ ଅଭିଯୋଗ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।