ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ କୁଞ୍ଜରେ ଥିବା ଏକ ପ୍ରସିଦ୍ଧ ଆଶ୍ରମର ସଞ୍ଚାଳକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ବିରୋଧରେ ବଡ ଅଭିଯୋଗ ହୋଇଛି। ପ୍ରାୟ ୧୫ ଜଣ ଛାତ୍ରୀଙ୍କୁ ଅସାଦଚରଣ ଅଭିଯୋଗ ହୋଇଛି। ବସନ୍ତ କୁଞ୍ଜ (ଉତ୍ତର) ପୋଲିସ ଏକ ଏଫଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଫେରାର୍ ଅଛନ୍ତି ବୋଲି ଜଣାପଡିଛି।
ଅଭିଯୁକ୍ତଙ୍କ ନାମ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥୀ। ତାଙ୍କ ଭଲଭୋ କାରରୁ ଏକ ନକଲି ୩୯ ୟୁଏନ ୧ ନମ୍ବର ମଧ୍ୟ ମିଳିଛି। ଗାଡିଟି ଏବେ ପୋଲିସ ଜବତ କରିଛି। ମାମଲା ପଞ୍ଜିକରଣ ପରେ, ଆଶ୍ରମ ପ୍ରଶାସନ ଅଭିଯୁକ୍ତଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛି।
ଅଭିଯୁକ୍ତ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ସନ୍ଧାନରେ ଦିଲ୍ଲୀ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ବର୍ତ୍ତମାନ ତାଙ୍କର ଶେଷ ସ୍ଥାନ ଆଗ୍ରାରେ ଅବସ୍ଥିତ। ଉତ୍ତର ପ୍ରଦେଶ ପୋଲିସ ସହାୟତାରେ ଖୋଜା ଚାଲିଛି। ପୀଡିତା ଛାତ୍ରୀମାନଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି।