ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲ୍ଲା ଅଶାନ୍ତ ହୋଇପଡିଛି। ବିଜେପି ନେତାଙ୍କୁ ଗୁଳି ମାଡ଼ କରି ହତ୍ୟା କରାଯାଇଛି। ବିଜେପି ନେତା ପୀତବାସ ପଣ୍ଡାଙ୍କ ଗୁଳି ମାଡରେ ମୃତ୍ୟୁ ହୋଇଛି। ରାତି ପ୍ରାୟ ୧୦ ଟା ସମୟରେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ପୀତବାସଙ୍କ ଉପରେ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ପିତାବାସଙ୍କ ଛାତିରେ ଗୁଳି ବାଜିଥିଲା। ଯାହାପରେ ଘଟଣାସ୍ଥଳରେ ସେ ଟଳିପଡିଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।