Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପିତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା: ବ୍ରହ୍ମପୁର ଏସପି
ଅପରାଧ

ପିତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା: ବ୍ରହ୍ମପୁର ଏସପି

October 23, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିତବାସ ପଣ୍ଡାଙ୍କ ହତ୍ୟା
ପିତବାସ ପଣ୍ଡାଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା: ବ୍ରହ୍ମପୁର ଏସପି

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ କୁମାର ପୂର୍ଣ୍ଣିମା ରାତିରେ ଘଟିଥିବା ଦୁଃଖଦ ଘଟଣାରେ ହତ୍ୟାର ସ୍ବୀକାର ହୋଇଥିଲେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡା। ଦୀର୍ଘ ୧୭ ଦିନ ପରେ ଉକ୍ତ ହତ୍ୟାକାଣ୍ଡ ମାମଲାରେ ଛନ୍ଦି ହୋଇ କୋର୍ଟ ଚାଲାଣ ହୋଇଛନ୍ତି ୧୨ ଜଣ ଅଭିଯୁକ୍ତ। ଏହି ଘଟଣାରେ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ପୁର୍ବତନ ମେୟର ଶିବଶଙ୍କର ଦାସ, କର୍ପୋରେଟର ମଳୟ ବିଷୋୟୀଙ୍କ ସମେତ ଅଭିଯୁକ୍ତ କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛନ୍ତି। ଆହୁରି ୩ ଜଣ ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ମତବ୍ୟକ୍ତ କରିଛନ୍ତି।

ଏହି ଘଟଣା ରାଜନୈତିକ ଓ ବ୍ୟକ୍ତିଗତ ଶତ୍ରୁତା ଥିଲା ବୋଲି ଏସ୍ ପି କହିଛନ୍ତି। ସ୍ବର୍ଗତ ପଣ୍ଡା ଓ ପୁର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁର୍ବରୁ କଂଗ୍ରେସ ଦଳରେ ରାଜନୀତି କରୁଥିଲେ ଓ ପରବର୍ତ୍ତୀ ସମୟରେ ବିକ୍ରମ ପଣ୍ଡା ଦଳ ଛାଡି ବିଜେଡିରେ ଯୋଗ ଦେଇ ବିଧାୟକ ହୋଇଥିଲେ। କିନ୍ତୁ ସ୍ବର୍ଗତ ପଣ୍ଡା କଂଗ୍ରେସ ଦଳ ସହିତ ରହିଥିଲେ। ସେହି ସମୟ ଠାରୁ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ଶତ୍ରୁତା ଆରମ୍ଭ ହୋଇଥିଲା। ଅନ୍ୟ ପକ୍ଷରେ ପୁର୍ବତନ ମେୟର ଶିବଶଙ୍କର ଦାସଙ୍କ ସହ ମଧ୍ୟ ସ୍ବର୍ଗତ ପଣ୍ଡାଙ୍କର ବିଭିନ୍ନ କାରଣରୁ ମତଭେଦ ରହିଥିଲା।

ପରବର୍ତ୍ତୀ ସମୟରେ ବିକ୍ରମ ପଣ୍ଡାଙ୍କ ସମସ୍ତ କାର୍ଯ୍ୟକୁ ବିରୋଧ କରି ବିଭିନ୍ନ ଗଣମାଧ୍ୟମ ଓ ସଭାସମିତି ଜରିଆରେ ବିଷୋଦଗାର ବିବୃତ୍ତି ପ୍ରଦାନ କରିଥିଲେ। ଯାହା ଫଳରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ବଢ଼ି ଚାଲିଥିବା ବେଳେ ଉଭୟ ଶିବଶଙ୍କର ଦାସ ଓ ବିକ୍ରମ ପଣ୍ଡା ମିଶି ପିତବାସଙ୍କୁ ରାସ୍ତାରୁ ହଟାଇବା ଯୋଜନା କରି ବିକ୍ରମ ନିଜର ଦୁଇ ସମର୍ଥକ କର୍ପୋରେଟର ମଳୟ ବିଷୋୟୀ ଓ ଯୁବନେତା ମଦନ ଦଳେଇକୁ ଦାୟିତ୍ଵ ଦେଇଥିଲେ।

ମଳୟ ବିଷୋୟୀ ବନ୍ଥପଲୀ ଗ୍ରାମର ପୁରାତନ ଅପରାଧୀ ଉମା ବିଷୋୟୀ ସହିତ ଯୋଗାଯୋଗ କରିଥିଲେ ଓ ଗତ ସେପ୍ଟେମ୍ବର ୧୦ ତାରିଖରୁ ୨୪ ତାରିଖ ମଧ୍ୟରେ ପିତବାସଙ୍କୁ ହତ୍ୟା କରିବା ପାଇଁ ଜଣେ ବିହାରୀ ଯୁବକକୁ ନିୟୋଜିତ କରିଥିଲେ। କିନ୍ତୁ ଉକ୍ତ ଯୁବକଙ୍କ କୌଣସି ପାରିବାରିକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇ ସେ ଚାଲିଗଲା ପରେ ଦୁଇ ସୁପାରୀ କିଲର୍ ତିରୁପତି ଭୁୟାଁ ଓ ଚିଣ୍ଟୁ ପ୍ରଧାନକୁ ଆଣି ଏହି କାର୍ଯ୍ୟରେ ନିୟୋଜିତ କରି କୁମାର ପୁର୍ଣିମା ଦିନ ସଫଳ ହୋଇଥିଲେ।

ଏହି ଘଟଣା ପରେ ଗଞ୍ଜାମ ଓ ବ୍ରହ୍ମପୁର ଜିଲ୍ଲା ଏସ୍ ପି ଉଭୟ ଗୁରୁତର ସହ ପଦକ୍ଷେପ ଗ୍ରହଣ କରି ବିଭିନ୍ନ ଆଧାର ରେ ଅନୁସନ୍ଧାନ ଚଳାଇ ଘଟଣାରେ ଜଡିତ ୧୫ ଜଣ ନାମରେ ମକଦ୍ଦମା ରୁଜୁ କରି ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଡଃ ସର୍ବଣ ବିବେକ ଏମ୍ ପିତବାସ ପଣ୍ଡା ବ୍ରହ୍ମପୁର ଏସପି
Share. Facebook Twitter LinkedIn Email WhatsApp Copy Link

Related Posts

SIP Inflows: ବଜାର ଅସ୍ଥିରତା ସତ୍ବେ ବୃଦ୍ଧି ପାଇଲା ଏସଆଇପି ଜମା, ଜାଣନ୍ତୁ କେତେ

November 12, 2025

SIR ଉପରେ ରାଜନୈତିକ ବିବାଦ ଜାରି: ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଲେ ଶୁଭେନ୍ଦୁ ଅଧିକାରୀ

November 12, 2025

“ବିହାରରେ ପୁଣି NDA ସରକାର”: ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା

November 12, 2025

କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

November 12, 2025
Latest News

SIP Inflows: ବଜାର ଅସ୍ଥିରତା ସତ୍ବେ ବୃଦ୍ଧି ପାଇଲା ଏସଆଇପି ଜମା, ଜାଣନ୍ତୁ କେତେ

November 12, 2025

SIR ଉପରେ ରାଜନୈତିକ ବିବାଦ ଜାରି: ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଲେ ଶୁଭେନ୍ଦୁ ଅଧିକାରୀ

November 12, 2025

“ବିହାରରେ ପୁଣି NDA ସରକାର”: ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା

November 12, 2025

କେନ୍ଦ୍ର ବଜେଟ୍ ପ୍ରସ୍ତୁତି ପାଇଁ ମଏସଏମଇ ଅଂଶୀଦାରଙ୍କ ସହ ବୈଠକ କଲେ ଅର୍ଥମନ୍ତ୍ରୀ

November 12, 2025

କଟକ ବାଲିଯାତ୍ରା ଆଉ ଗୋଟିଏ ଦିନ ପାଇଁ ବଢିଲା, ମୁଖ୍ୟମନ୍ତ୍ରୀ କଲେ ଘୋଷଣା

November 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.